ETV Bharat / bharat

9ମ ସଂସଦୀୟ ବାଚସ୍ପତି ସମ୍ମିଳନୀ ଆରମ୍ଭ, ସାମିଲ ହେଲାନି କାନାଡା - ଜି 20 ସଂସଦୀୟ ବାଚସ୍ପତି ସମ୍ମିଳନୀ

ନୂଆଦିଲ୍ଲୀରେ ଦୁଇଦିନିଆ ପି20 ସମ୍ମିଳନୀ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନବମ ସଂସଦୀୟ ବାଚସ୍ପତି ସମ୍ମିଳନୀ (ପି-20) ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ

G20 Parliamentary Speakers Summit
ସଂସଦୀୟ ବାଚସ୍ପତି ସମ୍ମିଳନୀ ଆରମ୍ଭ
author img

By ETV Bharat Odisha Team

Published : Oct 13, 2023, 12:27 PM IST

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ ଆଣ୍ଡ ଏକ୍ସପୋ ସେଣ୍ଟରର ଯଶୋଭୂମିରେ ଦୁଇଦିନିଆ ପି 20 ସମ୍ମିଳନୀ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନବମ ସଂସଦୀୟ ବାଚସ୍ପତି ସମ୍ମିଳନୀ (ପି-20) ଉଦଘାଟନ କରିଛନ୍ତି । ସଂସଦୀୟ ସ୍ପିକର ସମ୍ମିଳନୀରେ କାନାଡା ସିନେଟ ସ୍ପିକର ରେମୋଣ୍ଡ ସାମିଲ ହୋଇନାହାନ୍ତି । ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟାତୁ ନେଇ ଭାରତ ଓ କାନାଡା ମଧ୍ୟରେ ଲାଗି ରହିଥିବା ବିବାଦରୁ ସେ ଦିଲ୍ଲୀ ଆସିନଥିବା କୁହାଯାଉଛି । ନବମ ପି20 ସମ୍ମିଳନୀର ବିଷୟବସ୍ତୁ ରହିଛି 'ୱାନ ଆର୍ଥ, ୱାନ ଫାମିଲି, ୱାନ ଫ୍ୟୁଚର' ।

  • #WATCH | Lok Sabha Speaker Om Birla addresses at the inaugural ceremony of P20Summit in Delhi

    "...The ninth P20 summit represents our commitment towards efforts to preserve democratic values, international cooperation and finding solutions to the issues of global importance and… pic.twitter.com/EDtbbLBhP8

    — ANI (@ANI) October 13, 2023 " class="align-text-top noRightClick twitterSection" data=" ">

ନବମ ସଂସଦୀୟ ବାଚସ୍ପତି ସମ୍ମିଳନୀ (ପି-20) ଉଦଘାଟନୀ ସମାରୋହରକୁ ସମ୍ଭୋଧନ କରି ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି, "ଏହା ଅତ୍ୟନ୍ତ ଗୌରବର ବିଷୟ କି ଭାରତ ଅଧ୍ୟକ୍ଷତାର ଜି20 ଶିଖର ସମ୍ମଳନୀରେ ନୂଆଦିଲ୍ଲୀ ଘୋଷଣାନାମକୁ ସର୍ବସମ୍ମତିରେ ସ୍ବୀକାର କରାଯାଇଛି । ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଭାବଶାଳୀ ନେତୃତ୍ବ ଓ ବୈଶ୍ବିକ ଦୂରଦୃଷ୍ଟିକୁ ସୂଚାଇଛି । ନବମ ସଂସଦୀୟ ବାଚସ୍ପତି ସମ୍ମିଳନୀ ଲୋକତାନ୍ତ୍ରିକ ମୂଲ୍ୟ ତଥା ଅନ୍ତରାଷ୍ଟ୍ରୀୟ ସହଯୋଗ ଓ ବୈଶ୍ବିକ ମହତ ବିଷୟରେ ଆମର ପ୍ରତିବଦ୍ଧତାକୁ ଦର୍ଶାଇଛି । ଲୋକତନ୍ତ୍ର ଆମ ଜୀବନଶୈଳୀ, ବ୍ୟବହାର ଓ ବିଚାରରେ ରହିଛି । ଆମ ସଂସ୍କୃତି ଓ ସଂସ୍କାରରେ ରହିଛି । ଏହି ସମ୍ମିଳନୀର ମୁଖ୍ୟ ବିଷୟ ହେଉଛି ୱାନ ଆର୍ଥ, ୱାନ ଫାମିଲି, ୱାନ ଫ୍ୟୁଚର । ଆମେ ବିଶ୍ବକୁ ଗୋଟିଏ ପରିବାର ଭାବୁ ।''

  • #WATCH | At the 9th G20 Parliamentary Speakers' Summit (P20), Lok Sabha Speaker Om Birla says "The theme of the P20 Summit is One Earth, One Family, One Future. We consider the world as a family...The vision of Mission Life put forward by PM Modi was discussed in the pre-summit… pic.twitter.com/MTlo0g7Cqe

ବାଚସ୍ପତି ଆହୁରି କହିଛନ୍ତି, "ପରିବେଶ କେବଳ ଗୋଟିଏ ଦେଶର ବିଷୟ ନୁହେଁ । ଏହା ଆମର ବ୍ୟକ୍ତିଗତ ଓ ସାମୂହିକ ଦାୟିତ୍ବ । ପି 20 ସମ୍ମିଳନୀରେ ଏକତାର ଭବନାକୁ ଅଧିକ ମଜବୁତ ହେବ । ପ୍ରଧାନମନ୍ତ୍ରୀଙ୍କ ମିଶନ ଲାଇଫ ଉପରେ ସମ୍ମିଳନୀ ପୂର୍ବରୁ ଆଲୋଚନା ହୋଇଛି । ପର୍ଯ୍ୟାବରଣ ପାଇଁ ଆମକୁ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ହେବ । ମୁଁ ଅତ୍ୟନ୍ତ ଖୁସି ଯେ ଏହି ମିଶନକୁ ଜି20 ସଂସଦର ସମର୍ଥନ ମିଳିଛି । ଏହି ସମ୍ମିଳନୀରେ ମାନବ କେନ୍ଦ୍ରିତ ବିଷୟ ଉପରେ ଆଲୋଚନା ହେବ ଏବେ ସଫଳ ମଧ୍ୟ ହେବ ।''

ନବମ ସଂସଦୀୟ ସମ୍ମିଳନୀରେ ଅନ୍ତ-ସଂସଦୀୟ ସଂଘର ଅଧ୍ୟକ୍ଷ ଡୁଆର୍ଟ ପୋଚକୋ କହିଛନ୍ତି, ଶାନ୍ତି ବିନା ନିରନ୍ତର ବିକାଶ ଓ ବିକାଶମୂଳକ ଲକ୍ଷ୍ୟ ବିଷୟରେ ଆଲୋଚନା କରିବା ଆସମ୍ଭବ । ମଧ୍ୟପ୍ରାଚ୍ୟ ସମେତ ସମସ୍ତ ଦେଶରେ ଶାନ୍ତି ରକ୍ଷା ନିହାତି ଆବଶ୍ୟକ । ଜଣଙ୍କର ଜୀବନ ଯିବା ବହୁତ ବଡ କ୍ଷତି । ସବୁ ସ୍ଥାନରେ ଶାନ୍ତି ପ୍ରତିଷ୍ଠା ହେବା ଦରକାର । ଶାନ୍ତି ବିନା ବିକାଶ ଅସମ୍ଭବ ।''

ଏହା ବି ପଢନ୍ତୁ...ଦେବଭୂମିରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଭୟକୁ ପଛରେ ପକାଇଛି ଆଜିର ନୂଆ ଭାରତ

ସଂସଦୀୟ ବାଚସ୍ପତି ସମ୍ମିଳନୀ (ପି-20)ରେ କାନାଡା ଅଂଶଗ୍ରହଣ କରି ନାହିଁ । ଇଣ୍ଡୋନେସିଆ, ମେକ୍ସିକୋ, ସାଉଦି ଆରବିଆ, ଓମାନ, ସ୍ପେନ, ୟୁରୋପିଆୟନ, ଇଟାଲୀ, ଦକ୍ଷିଣ ଆଫ୍ରିକା, ଋଷିଆ, ତୁର୍କୀ, ନିଗିରିଆ, ଅଷ୍ଟ୍ରେଲିଆ, ବ୍ରାଜିଲ, ୟୁଏଇ, ସିଙ୍ଗାପୁର, ଜାପାନ, ଇଜିପ୍ଟ ଏବଂ ବାଂଲାଦେଶ ସମ୍ମିଳନୀରେ ସାମିଲ ହୋଇଛନ୍ତି । ଲୋକସଭା ବାଚସ୍ପତି ଓମ ବିର୍ଲା ନବମ ସଂସଦୀୟ ବାଚସ୍ପତି ସମ୍ମିଳନୀକୁ ସମସ୍ତ ପ୍ରତିନିଧିଙ୍କୁ ସ୍ବାଗତ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.