ETV Bharat / bharat

ସଂସଦ ସୁରକ୍ଷା ଭଙ୍ଗ ଘଟଣାରେ କାର୍ଯ୍ଯାନୁଷ୍ଠାନ: ୮ କର୍ମଚାରୀ ନିଲମ୍ବିତ - ସଂସଦ ସୁରକ୍ଷା ତ୍ରୁଟି ଘଟଣାରେ ୭ ନିଲମ୍ବିତ

Seven Suspends For Parliament Security Breach: ସଂସଦ ସୁରକ୍ଷାରେ ତ୍ରୁଟି ଘଟଣା । ୮ ଜଣ କର୍ମଚାରୀଙ୍କୁ ନିଲମ୍ବିତ କଲା ଲୋକସଭା ସଚିବାଳୟ । ଅଧିକ ପଢନ୍ତୁ

ସଂସଦରେ ସୁରକ୍ଷା ଭଙ୍ଗ
ସଂସଦରେ ସୁରକ୍ଷା ଭଙ୍ଗ
author img

By ETV Bharat Odisha Team

Published : Dec 14, 2023, 11:56 AM IST

Updated : Dec 14, 2023, 1:54 PM IST

ନୂଆଦିଲ୍ଲୀ: ସଂସଦ ସୁରକ୍ଷାରେ ତ୍ରୁଟି ଘଟଣାରେ ଲୋକସଭା ସଚିବାଳୟର ବଡ କାର୍ଯ୍ୟାନୁଷ୍ଠାନ । ୮ ଜଣ କର୍ମଚାରୀଙ୍କୁ ନିଲମ୍ବିତ କଲା ସଚିବାଳୟ । ସଂସଦ ସୁରକ୍ଷା ଦାୟିତ୍ବରେ ଥିବା ୮ ଜଣ ସୁରକ୍ଷାକର୍ମୀଙ୍କୁ ଆଜି ନିଲମ୍ବନ କରାଯାଇଛି । ସେହି ସୁରକ୍ଷାକର୍ମୀମାନେ ସଂସଦ ଭବନର ପ୍ରବେଶ ପଥ ଏବଂ ଗେଟ୍ ନିକଟରେ ମୁତୟନ ହୋଇଥିଲେ । କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଦୁଇ ଯୁବକ କେମିତି କଲର୍ ଗ୍ୟାସ କାନିଷ୍ଟର ଧରି ଲୋକସଭାରେ ପ୍ରବେଶ କଲେ ତାହା ସମସ୍ତଙ୍କୁ ଚକିତ କରିଥିବା ବେଳେ ଘଟଣାର ଦିନକ ପରେ ଲୋକସଭା ସଚିବାଳୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦାୟିତ୍ବରେ ଅବହେଳା ଦର୍ଶାଇ ୮ ଜଣଙ୍କୁ ନିଲମ୍ବନ କରାଯାଇଛି ।

ଅନ୍ୟପଟେ ଏହି ସୁରକ୍ଷା ଭଙ୍ଗ ମାମଲାର ତଦନ୍ତ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ କମିଟି ଗଠନ କରିଯାଇଛି । ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍ ମଧ୍ୟ ୟୁଏପିଏ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସଂସଦରେ ଉନ୍ମତ୍ତ କାଣ୍ଡ ଘଟାଇଥିବା ୫ ଅଭିଯୁକ୍ତଙ୍କ ବିରୋଧରେ UAPA (ଅସାମାଜିକ କାର୍ଯ୍ୟକଳାପ ନିରୋଧ ଆଇନ)ରେ ମାମଲା ରୁଜୁ ହୋଇଛି । ଏବେ ବି ଆଉ ଜଣେ ଅଭିଯୁକ୍ତ ଫେରାର୍ ରହିଛି । ତାକୁ ଖୋଜାଖୋଜି କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ସଂସଦ ସୁରକ୍ଷାରେ ତ୍ରୁଟି: ୫ ଅଭିଯୁକ୍ତଙ୍କ ବିରୋଧରେ UAPAରେ ମାମଲା ରୁଜୁ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୦୧ ଡିସେମ୍ବର ୧୩ରେ ଭାରତର ସଂସଦ ଉପରେ ଆକ୍ରମଣ ହୋଇଥିଲା । ଦୀର୍ଘ ୨୨ ବର୍ଷ ପରେ ଗତକାଲି(ବୁଧବାର) ସଂସଦ ଆକ୍ରମଣର ବାର୍ଷିକୀରେ ସୁରକ୍ଷାରେ ତ୍ରୁଟି ପାଇଁ ପୁଣିଥରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଗତକାଲି ଅଧିବେଶନ ଚାଲିଥିବା ସମୟରେ ଦୁଇ ଯୁବକ ସାଗର ଶର୍ମା ଓ ମନୋରଞ୍ଜନ ଡି ସଂସଦ ଭବନ ମଧ୍ୟକୁ ପ୍ରବେଶ କରି ହଳଦିଆ ରଙ୍ଗର ଗ୍ୟାସ ସ୍ପ୍ରେ କରିଥିଲେ । ଆଉ ଦୁଇ ଅଭିଯୁକ୍ତ ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗ୍ୟାସ ସ୍ପ୍ରେ କରିଥିଲେ ।

ସାଗର ଶର୍ମା ଏବଂ ମନୋରଞ୍ଜନ ଡି. ମହୀଶୂର ବିଜେପି ସାଂସଦ ପ୍ରତାପ ସିହ୍ନାଙ୍କ ଭିଜିଟର ପାସ୍‌ରେ ଆସିଥିଲେ । ଅଧିବେଶନର ଶୂନ୍ୟକାଳରେ ଦୁହେଁ ଦର୍ଶକ ଗ୍ୟାଲେରୀରୁ ଲୋକସଭା ଚାମ୍ବରକୁ ଡେଇଁଥିଲେ ଏବଂ କାନଷ୍ଟାରରୁ ହଳଦିଆ ଗ୍ୟାସ୍ ସ୍ପ୍ରେ କରିଥିଲେ । ପୋଲିସ ସାଗାର, ମନୋରଞ୍ଜନ, ଅନମୋଲ, ନିଲମ ସମେତ ୫ ଜଣଙ୍କୁ ଗିରଫ କରିଛି । ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତ ଫେରାର୍ ରହିଥିବା ବେଳେ ପୋଲିସ ତାକୁ ଧରିବାକୁ ଖୋଜାଖୋଜି କରୁଛି ।

Last Updated : Dec 14, 2023, 1:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.