ETV Bharat / bharat

ମାର୍ଚ୍ଚ 8 ପର୍ଯ୍ୟନ୍ତ ଲୋକସଭା ମୁଲତବୀ - ଲୋକସଭା ବାଚସ୍ପତି ଓମ ବିର୍ଲା

ଆସନ୍ତା ମାର୍ଚ୍ଚ 8 ତାରିଖ ପର୍ଯ୍ୟନ୍ତ ଲୋକସଭା ମୁଲତବୀ । ଏନେଇ ଘୋଷଣା କଲେ ଲୋକସଭା ବାଚସ୍ପତି ଓମ ବିର୍ଲା । ଲୋକସଭା ଅଧିବେଶନର ପ୍ରଥମ ପର୍ଯ୍ୟାୟ 16 ଦିନ ପର୍ଯ୍ୟନ୍ତ ଚାଲିଛି ଗୃହ । ଅଧିକ ପଢନ୍ତୁ...

Lok Sabha adjourned till 4pm on 8th March
ମାର୍ଚ୍ଚ 8 ପର୍ଯ୍ୟନ୍ତ ଲୋକସଭା ମୁଲତବୀ
author img

By

Published : Feb 13, 2021, 9:23 PM IST

ନୂଆଦିଲ୍ଲୀ: ମାର୍ଚ୍ଚ 8 ତାରିଖ ପର୍ଯ୍ୟନ୍ତ ଲୋକସଭା ମୁଲତବୀ । ଏନେଇ ଘୋଷଣା କଲେ ଲୋକସଭା ବାଚସ୍ପତି ଓମ ବିର୍ଲା । ଲୋକସଭା ଅଧିବେଶନର ପ୍ରଥମ ପର୍ଯ୍ୟାୟ 16 ଦିନ ପର୍ଯ୍ୟନ୍ତ ଚାଲିଛି ଗୃହ ।

କୋରୋନା ମହାମାରୀ ମଧ୍ୟରେ ଦେଶର ସଂସଦର କାର୍ଯ୍ୟକାଳ ଆରମ୍ଭ ହୋଇଥିଲା । ଗତ 29 ତାରିଖରୁ ଆରମ୍ଭ ହୋଇଥିଲା ଲୋକସଭାର ବଜେଟ ଅଧିବେଶନ । ଲୋକସଭାର ଅଧିବେଶନର ପ୍ରଥମ ପର୍ଯ୍ୟାୟ 16 ଦିନ ପର୍ଯ୍ୟନ୍ତ ଚାଲିଛି ଗୃହ । ବିରୋଧୀ ଦଳ ସରକାରଙ୍କ ନୂତନ କୃଷି ଆଇନକୁ ନେଇ ବିରୋଧ କରିଛନ୍ତି । ଏହି ଅଧିବେଶନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବଜେଟ ଅଭିଭାଷଣରୁ ଆରମ୍ଭ ହୋଇଥିଲା । କେନ୍ଦ୍ର ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ତଥା ମହାମାରୀ କୋରୋନାର ମୁକାବିଲା ଓ ଭ୍ୟାକ୍ସିନର ପ୍ରସ୍ତୁତି ଓ ଆତ୍ନନିର୍ଭର ଭାରତର ସଂକଳ୍ପକୁ ନେଇ ବିଜେଟ ଅଧିବେଶନ ଆରମ୍ଭ ହୋଇଥିଲା ।

ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ଭାଷଣ ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଥିଲେ । ଦେଶରେ ଚାଷୀ ଆନ୍ଦୋଳନକୁ ନେଇ ମଧ୍ୟ ବୁଝାଇଥିଲେ ନୂତନ କୃଷି ଆଇନ ଓ ଏହାର ଆବଶ୍ୟକତା ସମ୍ପର୍କରେ କହିଥିଲେ । ଚଳିତ ବଜେଟ ଅଧିବେଶନରେ ପ୍ରଥମ ପର୍ଯ୍ୟାୟରେ ଆଲୋଚନାରେ 117 ଜଣ ସଭ୍ୟ ଭାଗ ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.