ନୂଆଦିଲ୍ଲୀ:ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଲୋକସଭା ମୁଲତବୀ ହୋଇଛି । ଫେବୃଆରୀ 1 ତାରିଖ ଯାଏଁ ଗୃହକୁ ମୁଲତବୀ ଘୋଷଣା କରାଯାଇଛି । ସୋମବାର ସକାଳ 11ଟା ଯାଏଁ ଲୋକସଭା ମୁଲତବୀ ରହିବ ବୋଲି ସୂଚନା ଦିଆଯାଇଛି ।
ସୂଚନାଥାଉକି, ସୋମବାର ଗୃହରେ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରିବେ । ତେବେ ଆଜି ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଥିବାବେଳେ ପ୍ରଥମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିଭାଷଣ ଦେଇଥିଲେ । ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିଥିଲେ ରାଷ୍ଟ୍ରପତି ।
ଚଳିତ ବର୍ଷ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ସେଣ୍ଟ୍ରାଲ ହଲ, ଲୋକସଭା ଓ ରାଜ୍ୟସଭାରେ ସାଂସଦମାନେ ବସିଥିଲେ ।