ETV Bharat / bharat

INDIA alliance Logo: ମୁମ୍ବାଇ ମିଟିଂରେ ସାମ୍ନାକୁ ଆସିବ ମେଣ୍ଟର ସଙ୍କେତ - ବିରୋଧୀ ମହାମେଣ୍ଟ ଇଣ୍ଡିଆର ଲୋଗୋ

କଣ ହେବ ବିରୋଧୀ ମହାମେଣ୍ଟ 'ଇଣ୍ଡିଆ'ର ଲୋଗୋ। ଆସନ୍ତା ବୈଠକରେ ହେବ ଉନ୍ମୋଚନ । ଅଧିକ ପଢନ୍ତୁ

Logo of opposition INDIA alliance
Logo of opposition INDIA alliance
author img

By

Published : Aug 20, 2023, 10:48 PM IST

ମୁମ୍ବାଇ: ବିରୋଧୀ ମହାମେଣ୍ଟର ନାମ ବେଙ୍ଗାଲୁରୁରେ ଘୋଷଣା ହୋଇଥିବା ବେଳେ ଆଗାମୀ ବୈଠକରେ ସାମ୍ନାକୁ ଆସିବ ମେଣ୍ଟର ଲୋଗୋ ବା ସଙ୍କେତ । ଆସନ୍ତା ଅଗଷ୍ଟ 31ରୁ ସେପ୍ଟେମ୍ବର 1 ତାରିଖ ମଧ୍ୟରେ ମୁମ୍ବାଇରେ 3ୟ ବୈଠକ ବସିବାକୁ ଥିବା ବେଳେ ଏହି ବୈଠକରେ ମେଣ୍ଟର ସଙ୍କେତ ଉନ୍ମୋଚନ ହେବ ବୋଲି ରବିବାର ସୂତ୍ରୁ ଜଣାପଡ଼ିଛି । ଏହି ବୈଠକରେ ପାଖାପାଖି 80 ଜଣ ନେତାଙ୍କ ସମେତ 26ଟି ବିଜେପି ବିରୋଧୀ ଦଳ ସାମିଲ ହେବ ।

ଏବେ NDA ମେଣ୍ଟଠାରୁ ଶାସନ କ୍ଷମତା ଛଡ଼ାଇ ଆଣିବା ଲାଗି 26ଟି ଦଳ ଏକାଠି ହୋଇ ବିରୋଧୀ ମହାମେଣ୍ଟ ଇଣ୍ଡିଆ ଗଠିତ ହୋଇଛି । ପ୍ରଥମ ବୈଠକ ବିହାରର ପାଟନାରେ ଅନୁଷ୍ଠିତ ହୋଇଥିବା ବେଳେ ଦ୍ବିତୀୟ ବୈଠକ ବସିଥିଲା କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ସହରରେ । ଏବେ ମେଣ୍ଟର 3ୟ ବୈଠକ ମୁମ୍ବାଇରେ ବସିବାକୁ ଯାଉଛି । ଏହି ବୈଠକରେ ଆଉ କିଛି ଦଳ ସାମିଲ ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ବୈଠକର ଶେଷ ଦିନ ଅର୍ଥାତ ସେପ୍ଟେମ୍ବର 1 ତାରିଖରେ ମେଣ୍ଟର ସଙ୍କେତ କଣ ହେବ ତାହା ଉନ୍ମୋଚିତ ହେବ ବୋଲି ମଧ୍ୟ କୁହାୟାଉଛି ।

ଏହା ବି ପଢନ୍ତୁ- କଂଗ୍ରେସ-AAP ମୁହାଁମୁହିଁ, ମୁମ୍ବାଇ INDIA ମେଣ୍ଟ ବୈଠକ ବର୍ଜନ କରିବେ କେଜ୍ରିଓ୍ବାଲ !

ଇଣ୍ଡିଆ ମେଣ୍ଟରେ 5ଟି ରାଜ୍ୟରେ ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଧ୍ୟ ଆଗାମୀ ବୈଠକରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । ଗଷ୍ଟ 31 ତାରିଖରେ ସନ୍ଧ୍ୟା ପ୍ରାୟ 6ଟାରେ ସୋନିଆ ମୁମ୍ବାଇ ସହରରେ ପହଞ୍ଚିବେ । ଏହି 3ୟ ବୈଠକକୁ ଶିବ ସେନା ଉଦ୍ଧବ ଗୋଷ୍ଠୀ (UBT) ପକ୍ଷରୁ ହୋଷ୍ଟ କରାଯିବ । ମୁମ୍ବାଇ ସହରର ସୁବରବନ ସ୍ଥିତ ଗ୍ରାଣ୍ଡ ହାୟତ ହୋଟେଲଠାରେ ବସିବ ମହାମେଣ୍ଟର 3ୟ ବେଠକ । ଦ୍ବିତୀୟ ଦିନ ମଧ୍ୟ ଏହି ହୋଟେଲରେ ବୈଠକ ବସିବାକୁ ଥିବା ବେଳେ ଏକ ପ୍ରେସ କନଫରେନ୍ସର ଆୟୋଜନ କରାଯିବ ।

ସେପଟେ ସେପ୍ଟେମ୍ବର 1 ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସେଣ୍ଟ୍ରାଲ ମୁମ୍ବାଇ ତିଲକ ଭବନ ସ୍ଥିତ କଂଗ୍ରେସର ହେଡ୍‌ କ୍ବାର୍ଟରକୁ ଯିବେ । ସେଠାରେ ଦଳୀୟ କର୍ମୀଙ୍କୁ ଭେଟିବେ । ମହାରାଷ୍ଟ୍ର କଂଗ୍ରେସର କାର୍ଯ୍ୟକାରୀ ସଭାପତି ନସିମ ଖାନ କହିଛନ୍ତି ଯେ ଏହି ବୈଠକକୁ ସଫଳ କରିବା ଲାଗି ଶରଦ ପାୱାର ଓ ଉଦ୍ଧବ ଠାକରେ ମିଳିତ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ବିରୋଧୀ ମହାମେଣ୍ଟ ଆଗାମୀ 2024 ସାଧାରଣ ନିର୍ବାଚନରେ ବିଜେପିକୁ ଗାଦିଚ୍ୟୁତ କରିବାରେ ସଫଳ ହେବ ବୋଲି ଆଶା ରଖିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.