ETV Bharat / bharat

ଦିଲ୍ଲୀରେ ମେ’ 17 ଯାଏଁ ବଢିଲା ଲକଡାଉନ, ବନ୍ଦ ରହିବ ମେଟ୍ରୋ ସେବା - ଦିଲ୍ଲୀ ମେଟ୍ରୋ

ଦିଲ୍ଲୀରେ ମେ 17 ପର୍ଯ୍ୟନ୍ତ ବଢିଲା ଲକଡାଉନ । ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଦିଲ୍ଲୀରେ ମେ 17 ଯାଏଁ ଲକଡାଉନ, ବନ୍ଦ ରହିବ ମେଟ୍ରୋ ଚଳାଚଳ

author img

By

Published : May 9, 2021, 12:43 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦୃତ ଗତିରେ ବଢି ଚାଲିଥିବା କୋରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ଘଟିଛି । କିନ୍ତୁ ପରିସ୍ଥିତି ଗୁରୁତର ରହିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ମେ’ 17 ତାରିଖ ପର୍ଯ୍ୟନ୍ତ ଦିଲ୍ଲୀକୁ ଲକଡାଉନ ଘୋଷଣା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ଆହୁରି ଏକ ସପ୍ତାହ ଲକଡାଉନ ରହିବ ଦେଶର ରାଜଧାନୀ ଦିଲ୍ଲୀ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଆସନ୍ତା 10ରେ ଲକଡାଉନ ଅବଧି ଶେଷ ହେବାକୁ ଥିବା ବେଳେ ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏହାକୁ ଏକ ସପ୍ତାହ ବୃଦ୍ଧି କରିଛନ୍ତି । ତେବେ ଲକଡାଉନ ସମୟରେ ମେଟ୍ରୋ ସେବା ଗୁଡିକୁ ସ୍ଥଗିତ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.