ETV Bharat / bharat

ତାମିଲନାଡୁରେ ସପ୍ତାହେ ବଢିଲା ଲକଡାଉନ - ତାମିଲନାଡୁରେ ବଢିଲା ଲକଡାଉନ

ତାମିଲନାଡୁରେ ସପ୍ତାହେ ବଢିଲା ଲକଡାଉନ ଅବଧି । ଜୁନ 7 ରୁ 14 ତାରିଖ ପର୍ଯ୍ୟନ୍ତ ଲକଡାଉନ ରହିବ ବଳବତ୍ତର । ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । ଅଧିକ ପଢନ୍ତୁ...

ତାମିଲନାଡୁରେ ସପ୍ତାହେ ବଢିଲା ଲକଡାଉନ
ତାମିଲନାଡୁରେ ସପ୍ତାହେ ବଢିଲା ଲକଡାଉନ
author img

By

Published : Jun 5, 2021, 12:28 PM IST

ଚେନ୍ନାଇ: ତାମିଲନାଡୁରେ ବଢିଲା ଲକଡାଉନ । ଜୁନ 7 ରୁ 14 ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧି ବଢାଇଲେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । ପୂର୍ବପେକ୍ଷା ରାଜ୍ୟରେ ସଂକ୍ରମଣ କମୁଥିବା ଯୋଗୁଁ ସଂକ୍ରମଣ ହାର ଆଧାରରେ ଅଞ୍ଚଳ ଅନୁଯାୟୀ କଟକଣାକୁ ସାମାନ୍ୟ କୋହଳ କରାଯାଇଛି ।

ଚେନ୍ନାଇ, ଉତ୍ତର ଏବଂ ଦକ୍ଷିଣ ତାମିଲନାଡୁ ଜିଲ୍ଲାରେ କୋରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସୁଥିବାବେଳେ ଏହି ଅଞ୍ଚଳଗୁଡିକ ପାଇଁ କଟକଣା ଅଧିକ କୋହଳ କରାଯାଇଛି । ସେପଟେ ପଶ୍ଚିମ ଏବଂ ତ୍ରିକୋଣଭୂମି ଅଞ୍ଚଳରେ ସଂକ୍ରମଣ ହାର ଅଧିକ ରହୁଥିବାରୁ ସେଠାରେ କଟକଣା ସାମାନ୍ୟ କୋହଳ କରାଯାଇଛି । ତେବେ ପୂର୍ବପରି ରାଜ୍ୟରେ ସପିଂ କମ୍ପ୍ଲେକ୍ସ, ମଲ, ପର୍ଯ୍ୟଟନସ୍ଥଳ, ସିନେମା ହଲ, ସେଲୁନ ଇତ୍ୟାଦି ବନ୍ଦ ରହିବ ।

ଷ୍ଟାଲିନ କହିଛନ୍ତି ଯେ କୋଏମ୍ବାଟୁର, ନୀଳଗିରିସ, ତିରୁପୁର, ଏରୋଡ, ସାଲେମ, କରୁର, ନମକକାଲ, ଥାଞ୍ଜଭୁର, ତୁରୁଭାରୁର, ନାଗପତିନାମ, ମାୟିଲାଦୁଥୁରାଇ ଆଦି ଅଞ୍ଚଳରେ କଟକଣା ସୀମିତ କୋହଳ ରହିବ । ତେବେ ସମଗ୍ର ରାଜ୍ୟରେ ଗ୍ରୋସରୀ ଦୋକାନ, ମାଛ ମାଂସ ଷ୍ଟଲ, ପନିପରିବା, ଫଳ, ଫୁଲ ବିକ୍ରିୟ କରୁଥିବା ଦୋକାନଗୁଡିକୁ ସକାଳ 6 ଟା ରୁ ସନ୍ଧ୍ୟା 5 ଟା ଯାଏଁ ଖୋଲା ରହିବାକୁ ଅନୁମତି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.