ETV Bharat / bharat

ଗୋଆରେ ଜୁନ 14 ପର୍ଯ୍ୟନ୍ତ ବୃଦ୍ଧି ହେଲା ଲକଡାଉନ

author img

By

Published : Jun 5, 2021, 10:08 PM IST

ଗୋଆରେ ବୃଦ୍ଧି ହେଲା କୋରୋନା ଲକଡାଉନ । ଏ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ଅଧିକ ପଢନ୍ତୁ...

ଗୋଆରେ ଜୁନ 14 ପର୍ଯ୍ୟନ୍ତ ବୃଦ୍ଧି ହେଲା ଲକଡାଉନ
ଗୋଆରେ ଜୁନ 14 ପର୍ଯ୍ୟନ୍ତ ବୃଦ୍ଧି ହେଲା ଲକଡାଉନ

ପାଣାଜି: ଗୋଆରେ ବୃଦ୍ଧି ହେଲା କୋରୋନା ଲକଡାଉନ । ଏ ନେଇ ଘୋଷଣା କଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ।

ଆଜି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ରାଜ୍ୟରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ ଅବଧି ବୃଦ୍ଧି କରିଛନ୍ତି । ଏହାକୁ ଆସନ୍ତା ଜୁନ 14 ତାରିଖ ସକାଳ 7 ଟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ସମୟରେ କେବଳ ଜରୁରୀ ସାମଗ୍ରୀ କିଣାବିକା ପାଇଁ ଖୋଲା ରହିବ । ଏହାସହ ଦୋକାନ, ବଜାର ଓ ଘରୋଇ କାର୍ଯ୍ୟ, ଚାଷୀର ମୌସୁମୀର ଆଗମନରେ ପ୍ରସ୍ତୁତିକୁ ଅନୁମତି ଦେଇଛନ୍ତି ସରକାର । ସକାଳ 7 ରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯିବ । ଏହା ପରେ କର୍ଫ୍ୟୁକୁ ଅଧିକ କଡାକଡି କରାଯିବ । ଆଜି ଗୋଆରେ 572 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 17 ଜଣ ମୃତ୍ୟୁବରଣ କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.