ETV Bharat / bharat

ଲିଭ୍-ଇନ୍ ରିଲେସନସିପ୍‌ ଜୀବନର ଏକ ଅଂଶ: ଆହ୍ଲାବାଦ ହାଇକୋର୍ଟ

ଲିଭ୍-ଇନ୍ ରିଲେସନସିପ୍‌ ସପକ୍ଷରେ ରାୟ ଶୁଣାଇଲେ ଆହ୍ଲାବାଦ ହାଇକୋର୍ଟ । ଏହା ଜୀବନର ଏକ ଅଂଶ ବୋଲି କହିଲେ । ଅଧିକ ପଢନ୍ତୁ...

ଲିଭ୍-ଇନ୍ ସମ୍ପର୍କ ଜୀବନର ଏକ ଅଂଶ: ଆହ୍ଲାବାଦ ହାଇକୋର୍ଟ

author img

By

Published : Oct 30, 2021, 9:17 AM IST

ଲକ୍ଷ୍ନୌ: ଲିଭ୍-ଇନ୍ ରିଲେସନସିପ୍‌ ସପକ୍ଷରେ ରାୟ ଶୁଣାଇଲେ ଆହ୍ଲାବାଦ ହାଇକୋର୍ଟ । ଲିଭ୍-ଇନ୍ ରିଲେସନସିପ୍‌ ଜୀବନର ଏକ ଅଂଶ ବୋଲି ଏକ ମାମଲାର ଶୁଣାଣି ସମୟରେ କହିଛନ୍ତି ୨ ଜଣିଆ ଖଣ୍ଡପୀଠ ।

ତେବେ ଲିଭ୍-ଇନ୍ ସମ୍ପର୍କ ଜୀବନର ଏକ ଅଂଶ, ସାମାଜିକ ନୈତିକତାର ଧାରଣା ଅପେକ୍ଷା ବ୍ୟକ୍ତିଗତ ସ୍ବାଧୀନତା ଦିଗରୁ ଏହାକୁ ଦେଖିବା ଉଚିତ୍ ବୋଲି ଖଣ୍ଡପୀଠ କହିଛନ୍ତି । ଜଷ୍ଟିସ୍ ପ୍ରିଙ୍କର ଦିୱାକର ଏବଂ ଆଶୁତୋଷ ଶ୍ରୀବାସ୍ତବଙ୍କୁ ନେଇ ଗଠିତ ଖଣ୍ଡପୀଠ ୨ଟି ଭିନ୍ନ ଧର୍ମର ପ୍ରେମୀ ଯୁଗଳଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ଆବେଦନର ଶୁଣାଣି କରିବା ସମୟରେ ଏଭଳି କହିଛନ୍ତି ।

ତେବେ ଆବେଦନକାରୀ ମହିଳାଙ୍କ ପରିବାର ସେମାନଙ୍କ ଦୈନନ୍ଦିନ ଜୀବନରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରି ପ୍ରେମୀ ଯୁଗଳ ଅଲଗା ଅଲଗା ୨ଟି ପିଟିସନ ଦାଖଲ କରିଥିଲେ । ଉଭୟଙ୍କ ସ୍ବାଧୀନତା କ୍ଷୂର୍ଣ୍ଣ ହୋଇଥିବା ପିଟିସନରେ ଦର୍ଶାଇଥିଲେ । ଏଥିସହ ପୋଲିସ ମଧ୍ୟ ତାଙ୍କୁ ସୁରକ୍ଷା ଦେଉନଥିବା ଅଭିଯୋଗ କରିଥିଲେ । କୋର୍ଟ ଏହାର ଶୁଣାଣି କରି ଲିଭ୍-ଇନ୍ ସମ୍ପର୍କରେ ମତ ରଖିବା ସହ ପୋଲିସକୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.