ETV Bharat / bharat

Target Killing: କାଶ୍ମୀରରେ ଆତଙ୍କୀଙ୍କ ଟାର୍ଗେଟରେ ସାଧରଣ ଜନତା, ଶାହଙ୍କ ସହ ଆଲୋଚନା କରିବେ ଉପରାଜ୍ୟପାଳ ଓ NSA

author img

By

Published : Jun 3, 2022, 4:06 PM IST

ଗତ କିଛି ଦିନ ହେବ କାଶ୍ମୀରରେ ସାଧରଣ ଜନତାଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ଏହାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିବେ ଜମ୍ମୁ ଉପରାଜ୍ୟପାଳ ଓ NSA । ଅଧିକ ପଢ଼ନ୍ତୁ

ଜମ୍ମୁରେ ଆତଙ୍କୀଙ୍କ ଟାର୍ଗେଟରେ ସାଧରଣ ଜନତା, ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରିବେ ଉପରାଜ୍ୟପାଳ ଓ NSA

ନୂଆଦିଲ୍ଲୀ: ଗତ କିଛି ଦିନ ହେବ କାଶ୍ମୀରରେ ସାଧରଣ ଜନତାଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । କିଛିଙ୍କୁ ଭାରତୀୟ ସେନା ନିପାତ କରିଛି । ଏହାସତ୍ତ୍ୱେ ବାରମ୍ବାର ନିରୀହ ସାଧାରଣ ଲୋକ, ଅଂଣ କାଶ୍ମୀର ଏବଂ କାଶ୍ମୀର ପଣ୍ଡିତଙ୍କ ଜୀବନ ହାନୀ ହୋଇଛି । ଏହାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିବେ ଜମ୍ମୁ ଉପରାଜ୍ୟପାଳ ମନୋଜ ସିହ୍ନା ।

ଏ ସନ୍ଦର୍ଭରେ ଆଲୋଚନା କରିବାକୁ ମନୋଜ ସିହ୍ନାଙ୍କ ସହ ଜାତୀୟ ସୁରକ୍ଷା ପରାମର୍ଶଦାତା(National Security Adviser) ଅଜିତ ଡୋଭାଲ ମଧ୍ୟ ଗୃହମନ୍ତ୍ରଣାଳୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । କାଶ୍ମୀରର ସମସ୍ୟା ବିଷୟରେ ଆଲୋଚନା କରିବାକୁ ଗୁଇନ୍ଦା ମୁଖ୍ୟ ଏବଂ ଅନ୍ୟ ସୁରକ୍ଷା ଅଧିକାରୀ ମଧ୍ୟ ଏହି ଆଲୋଚନାରେ ଯୋଗ ଦେବେ ।

କାଶ୍ମୀରରେ ଆତଙ୍କବାଦୀମାନେ ଅଧିକ ଉଗ୍ର ହୋଇ ଉଠିଛନ୍ତି । ଗତକାଲି ଜଣେ ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କୀ । ଏହାପରେ ଗତକାଲି ସନ୍ଧ୍ୟାରେ ଦୁଇଜଣ ଶ୍ରମିକଙ୍କ ଉପରକୁ ଗୁଳି କରିଥିଲ ଆତଙ୍କୀ । ତେବେ ଏଥିରେ ଜଣଙ୍କ ମୃତ୍ୟୁ ଘଟିଛି । ଗତ ୧୦ ଦିନ ମଧ୍ୟରେ ୬ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି ଆତଙ୍କୀ । ଏଥିରେ ଜଣେ ଅଭିନେତ୍ରୀ ଜଣେ ଶିକ୍ଷୟିତ୍ରୀ ମଧ୍ୟ ସାମିଲ ରହିଥିଲେ । ଏନେଇ ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିବାକୁ ଦିଲ୍ଲୀରେ ପହଞ୍ଚିଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.