ETV Bharat / bharat

ସେମାନେ ଯେତେ ବିଜେପି ରଙ୍ଗ ଲଗାଇଲେ ବି ଖୁବଶୀଘ୍ର ରଙ୍ଗ ଛାଡ଼ିଯିବ: କମଲ

ମକ୍ଲଲ ନିଧି ମୈୟାମର ସଭାପତି ତଥା ଚଳଚ୍ଚିତ୍ର ଅଭିନେତାରୁ ମୁଖ୍ୟମନ୍ତ୍ରୀ ଆଶାୟୀ ବନିଥିବା କମଲ ହାସାନ କୋଏମ୍ବାଟୁର (ଦକ୍ଷିଣ) ଆସନରୁ ତାମିଲନାଡୁ ବିଧାନସଭାକୁ ପ୍ରଥମଥର ପାଇଁ ନିର୍ବାଚିତ ହେବା ଲାଗି ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ଅଧିକ ପଢନ୍ତୁ...

ସେମାନେ ଯେତେ ବିଜେପି ରଙ୍ଗ ଲଗାଇଲେ ବି ଖୁବଶୀଘ୍ର ରଙ୍ଗ ଛାଡ଼ିଯିବ

author img

By

Published : Mar 23, 2021, 8:18 PM IST

ମକ୍ଲଲ ନିଧି ମୈୟାମର ସଭାପତି ତଥା ଚଳଚ୍ଚିତ୍ର ଅଭିନେତାରୁ ମୁଖ୍ୟମନ୍ତ୍ରୀ ଆଶାୟୀ ବନିଥିବା କମଲ ହାସାନ କୋଏମ୍ବାଟୁର (ଦକ୍ଷିଣ) ଆସନରୁ ତାମିଲନାଡୁ ବିଧାନସଭାକୁ ପ୍ରଥମଥର ପାଇଁ ନିର୍ବାଚିତ ହେବା ଲାଗି ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । 2021 ଏପ୍ରିଲ 6 ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭୋଟରଙ୍କୁ ଆକୃଷ୍ଟ କରିବା ସକାଶେ ସେ ଏବେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ । ହେଲେ ସେ ତାଙ୍କର ବ୍ୟସ୍ତବହୁଳ ସମୟ ମଧ୍ୟରୁ କିଛି ସମୟ ବାହାର କରି ଇଟିଭି ଭାରତର ବରିଷ୍ଠ ପ୍ରତିନିଧି ଏସ୍. ଶ୍ରୀନିବାସନଙ୍କୁ ସାକ୍ଷାତକାର ଦେଇଛନ୍ତି ଏବଂ ଅନେକ ପ୍ରସଙ୍ଗ ଉପରେ ସିଧାସଳଖ ଉତ୍ତର ରଖିବା ସହ ତାଙ୍କ ଦଳକୁ ବିଜେପିର ବି-ଟିମ୍ କୁହାଯାଉଥିବା କଳ୍ପନାଜଳ୍ପନା ସମ୍ପର୍କରେ ନିଜର ମତ ରଖିଛନ୍ତି ।

ଆସନ୍ତୁ ନଜର ପକାଇବା ସାକ୍ଷାତକାରର କିଛି ଉଦ୍ଧୃତାଂଶ...

ପ୍ର: ଘରକାମ କରୁଥିବା ମହିଳାଙ୍କ ପାଇଁ ମାସିକ ବେତନ...ଏହା ସେମାନଙ୍କର ସଶକ୍ତିକରଣକୁ ବିରୋଧ କରୁନାହିଁ କି ?

ଉ: ମହିଳାମାନେ ସେମାନଙ୍କ କାମ କରିଥାନ୍ତି ଏବଂ ଦେଶର ଜିଡିପିରେ ଏହା ହେଉଛି ଅବଦାନ । ଅର୍ଥନୀତିରେ ସେମାନଙ୍କ ଭୂମିକାକୁ ଆମେ ସ୍ବୀକାର କରୁଛେ ଏବଂ କାମ କରିବା ଅର୍ଥ ନୁହେଁ ଦାସତ୍ବ, ଏହା ହେଉଛି ସେମାନଙ୍କ ସ୍ବୀକୃତି । ଅଧିକନ୍ତୁ ସେମାନେ (ମହିଳା) ସେମାନଙ୍କର କାମ ପାଇଁ ମଜୁରୀ ପାଆନ୍ତି, ଏହାର ଅର୍ଥ ନୁହେଁ ଆମେ ସେମନଙ୍କୁ ବାହାରକୁ ବାହାରିବାରେ ପ୍ରତିବନ୍ଧକ ଲଗାଇବା । ସେମାନେ ପାଠ ପଢିପାରିବେ, ଯେ କୌଣସି ସ୍ଥାନରେ କାମ କରିପାରିବେ । ସେମାନଙ୍କର ମଜୁରୀ ବାବଦରେ ଖର୍ଚ୍ଚ ହେଉଥିବା ଟଙ୍କା କେବଳ ମାତ୍ର ପୁଞ୍ଜିନିବେଶ; ଏହା ହେଉଛି ମାନବସମ୍ବଳ । ଏପର୍ଯ୍ୟନ୍ତ ଆମେ ଏଥିପ୍ରତି ଦୃଷ୍ଟି ଦେଇନାହୁଁ ଯାହାକି ଏକ ପ୍ରକାର ବୋକାମୀର ପରିଚାୟକ । ଏହା ହଟାଇବାକୁ ଆମେ ଚାହୁଁଛୁ । ଶହେବର୍ଷ ପୂର୍ବେ ଶ୍ରମିକଙ୍କ ପାଇଁ କାମ କରିବା ଲାଗି ଆଠ ଘଣ୍ଟା ସମୟସୀମା ଧାର୍ଯ୍ୟ ପ୍ରସ୍ତାବ ଆଶ୍ଚର୍ଯ୍ୟ କରିଥିଲା । ସେହିପରି ଏବେ ଯେତେବେଳେ ଆମେ ଘରୋଇ କାମ ପାଇଁ ମହିଳାଙ୍କୁ ମଜୁରୀ ଦେବା କଥା କହୁଛୁ ସେତେବେଳେ ଏହା ଆମକୁ ଆଶ୍ଟର୍ଯ୍ୟ ଲାଗୁଛି । ମୋଟଉପରେ ଏହା ହେଉଛି ସେମାନଙ୍କର ଅଧିକାର । ମୁଁ ଏହା ହିଁ ଭାବୁଛି ।

ପ୍ର: ଆପଣଙ୍କ ଦଳର ନାଁ (ମୈୟାମ ଅର୍ଥ ମଧ୍ୟମ)ର ଅର୍ଥ ମଧ୍ୟମ ପନ୍ଥା ଗ୍ରହଣ କରିବା । ଅନେକ ଦଳିତ ସମ୍ପ୍ରଦାୟର ଲୋକେ ବିଭିନ୍ନ ସ୍ଥାନରେ ଅଛନ୍ତି । ସମସ୍ତ ଦଳିତଙ୍କ ପଛରେ ଛିଡ଼ା ହେବା ଆପଣଙ୍କ ପାଇଁ ସମ୍ଭବପର କି ?

ଉ: ଦଳିତ ଲୋକ ଅନ୍ୟ କୌଣସି ଗ୍ରହରୁ ଆସୁଥିବା ଆଲିଏନସ ନୂହଁନ୍ତି । ସେମାନେ ମୋର ଭାଇ । ଐତିହାସିକ ଭୁଲ୍, ଜାତିଗତ ଭୁଲ୍ କାରଣରୁ ସେମାନେ ବର୍ତ୍ତମାନ ଏହି ଅବସ୍ଥାରେ ଅଛନ୍ତି । ଏହାକୁ ସଜାଡିବା ହେଉଛି ମୋର କର୍ତ୍ତବ୍ୟ, ଆମର କର୍ତ୍ତବ୍ୟ। ଆମକୁ ଏହାକୁ ଜାରି ରଖିବା ଉଚିତ୍ । ଏପରିକି ମାତ୍ର 10 ଜଣ ଲୋକ ତଳେ ରହିଗଲେ ବି ସେମାନଙ୍କୁ ଆଗକୁ ଆଣିବାକୁ ପଡ଼ିବ, ଏହା ନହେବା ଯାଏଁ ଆମକୁ ଆମ କାମ ବନ୍ଦ ନକରିବା ଉଚିତ୍ । ଏହା ହେଉଛି ଆମର ଲକ୍ଷ୍ୟ ।

ପ୍ର: ଆରକ୍ଷଣ ନେଇ ଆପଣଙ୍କ ମତ କ’ଣ ?

ଉ: ଦଳିତଙ୍କୁ ଉପଯୁକ୍ତ ସ୍ଥାନ ଦେବାକୁ ସରକାର ବାଧ୍ୟ । ଏହା ମଧ୍ୟ ମଣିଷର ମଣିଷ ପ୍ରତି କର୍ତ୍ତବ୍ୟ । ଜଣେ ସତର୍କ ରହିବା ଉଚିତ୍, ଯାହାକୁ ନେଇ ରାଜନୈତିକ ଖେଳ ଖେଳିବା ଠିକ୍ ନୁହେଁ, କାହାରି ଇଚ୍ଛା ଓ କଳ୍ପନା ଉପରେ ଏହା ହେବା ଉଚିତ୍ ନୁହେଁ। ଅବଶ୍ୟ ଜାତିଭିତ୍ତିକ ଜନଗଣନାକୁ ଆଧାର କରି ଏହା କରାଯାଇପାରେ। ଅବଶ୍ୟ ତରବରିଆ ଭାବେ କିଛି କରାଯିବା ଠିକ୍ ନୁହେଁ । ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ପର୍ଯ୍ୟାପ୍ତ ଟଙ୍କା ଅଛି କି ନାହିଁ ତାହା ଜାଣିବା ପରେ ଆପଣ ଜଣେ ବ୍ୟକ୍ତିଙ୍କୁ ଚେକ୍ ଦେଇପାରିବେ। ଟଙ୍କା ନଥିବା ବେଳେ ଯଦି ଆପଣ ଏକ ଚେକ୍ ଦିଅନ୍ତି ତାହାକୁ ‘ରବର ଚେକ୍’ କୁହାଯାଏ, ଏହା ବାଉନ୍ସ ହେବ । ଆମର ‘ସମ୍ମିଳିତ ସମାଜ’ରେ ସମସ୍ତଙ୍କ ପାଇଁ ସ୍ଥାନ ରହିବା ଉଚିତ୍। ଏହା ହେବା ଉଚିତ୍ । ଆମେ ସମସ୍ତେ ସେ ଦିଗରେ କାର୍ଯ୍ୟ କରିବା ।

(ସବୁଠାରୁ ପଛୁଆ ଜାତି ଏବଂ ଅଣ ଘୋଷିତ ସମ୍ପ୍ରଦାୟ ପାଇଁ ଥିବା ସ୍ଥାନ ସଂରକ୍ଷଣ ଭିତରେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ବାନିୟାରଙ୍କ ପାଇଁ ଏଆଇଏଡିଏମକେ 10.5 ପ୍ରତିଶତ କୋଟା ପ୍ରଦାନ କରିଛି)

ପ୍ର: ଆବେଦନପତ୍ରରୁ ଜାତି କଲମ୍ ବାଦ୍ ଦେବେ କି, ଜାତି ବ୍ୟବସ୍ଥା ଉଚ୍ଛେଦ କରିବେ କି ।

ଉ: ଏହା ହେଉଛି ଆରମ୍ଭ ମାତ୍ର । ‘ଆବେଦନ ପତ୍ର’ରୁ ଜାତି ଲେଖାଯାଉଥିବା କଲମ୍ ହଟାଇବା ଚିନ୍ତାଧାରାକୁ ପରିହାସ କରାଯିବା ଠିକ୍ ନୁହେଁ । ଆପଣ ଯେତେବେଳେ କହିବେ, “ ଯଦି ଜାତି ନାଁ ଆବେଦନପତ୍ରରୁ ହଟାଇ ଦିଆଯାଏ, ତେବେ ଜାତି ହଟିଯିବ କି?” ଲାଗିବ ଯେପରି ଆପଣ ଚାହାଁନ୍ତି ଜାତିପ୍ରଥା ଯେମିତି ଚାଲିଛି ସେପରି ଜାରି ରହୁ । ଜାତିପ୍ରଥା ବିଲୋପ ପାଇଁ ଆପଣ ମୋତେ ଚ୍ୟାଲେଞ୍ଜ କରୁଛନ୍ତି । ବାସ୍ତବରେ ଏହା ଆମ ସମସ୍ତଙ୍କର ଚ୍ୟାଲେଞ୍ଜ ହେବା ଉଚିତ୍ । ଜାତିକୁ ନେଇ ଖେଳ ଖେଳିବା ଠିକ୍ ନୁହେଁ ।

ପ୍ର: ସେବା ଅଧିକାର ନେଇ ଆପଣଙ୍କ ପ୍ରସ୍ତାବିତ ଆଇନ ସମ୍ପର୍କରେ ଆପଣ କହିଛନ୍ତି। ଏହାକୁ ବିସ୍ତୃତ ଭାବେ କହିପାରିବେ କି?

ଉ: ଏହା ରାଜନୈତିକ ନେତାଙ୍କର ଦାନ ନୁହେଁ । ସେବା କରିବା ପାଇଁ ଏହା ଲୋକଙ୍କର ଅଧିକାର। ସ୍ବାଧୀନତା ହାସଲର 70 ବର୍ଷ ପରେ ବି ଏହା କହିବାକୁ ଦୁଃଖ ଲାଗୁଛି ଯେ, ଆମକୁ ଏକ ଆଇନ କରିବାକୁ ପଡୁଛି ଯଦ୍ଦ୍ବାରା ଲୋକେ କହିପାରିବେ ଯେ ସେବା ପ୍ରଦାନ କରିବା ସେମାନଙ୍କର ଅଧିକାର । ପ୍ରଥମେ ଲୋକେ ଏହାକୁ ବୁଝିବା ଉଚିତ୍ । ଯେତେଦିନ ଯାଏଁ ରାଜନେତାମାନେ ଏହାକୁ ବୁଝିନାହାଁନ୍ତି ସେତେଦିନ ଯାଏଁ କିଛି କରିହେବ ନାହିଁ । ଯେତେବେଳେ ସେମାନେ କହିବେ, ‘ଆପଣ ଆସନ୍ତୁ ଏବଂ ଏହା କରନ୍ତୁ’ ସେତେବଳେ ରାଜନେତା ଏହା କରିବାକୁ ବାଧ୍ୟ ହେବେ । ଲୋକେ ରାଜନେତାଙ୍କ ପାଇଁ କାମ କରିବା ଉଚିତ୍ ନୁହେଁ ।

ପ୍ର: ସାମାଜିକ ନ୍ୟାୟ ସମ୍ପର୍କରେ ?

ଉ: ସାମାଜିକ ନ୍ୟାୟ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ, ଏହାକୁ ନିର୍ଦ୍ଦିଷ୍ଟ ପ୍ରତିଶତରେ ସୀମିତ ରଖାଯାଇ ନପାରେ। ଏହା ହାସଲ ହେବା ପର୍ଯ୍ୟନ୍ତ, ଆମର ପୂର୍ବପୁରୁଷ ମାନେ ଯେଉଁ ସବୁ ଯୋଜନା ଆମକୁ ଛାଡ଼ି ଯାଇଛନ୍ତି ସସବୁକୁ ଆଧାରଶିଳା ଭାବେ ଅକ୍ଷୁର୍ଣ୍ଣ ରଖିବା ଉଚିତ୍ ।

ପ୍ର: କମଲ ହାସାନଙ୍କ ଦଳ ବିଜେପିର ବି-ଟିମ୍ ନେଇ କ’ଣ ସବୁ ଆଲୋଚନା ହେଉଛି ..

ଉ: ଏହାକୁ ଏକ ବାସ୍ତବ ରୂପ ଦେବା ପାଇଁ ସେମାନେ ଏପରି ପ୍ରଚାର ଚଳାଇଛନ୍ତି । ଲୋକେ ଯିଏ ମୋତେ ଜାଣିଛନ୍ତି, ସିଏ ଜାଣିଛନ୍ତି ମୁଁ କିଏ । ମୋ ନାଁ ହେଉଛି କମଲ ହାସାନ । ନା, “ଆପଣଙ୍କ ନାଁ ‘କେ’ରୁ ଆରମ୍ଭ, ତେଣୁ ମୁଁ ସନ୍ଦେହ କରୁଛି । ” ଯଦି ଆପଣ ଏପରି ସନ୍ଦେହ କରିବେ, ସନ୍ଦେହ କରୁଥିବେ। ଯେଉଁମାନେ ପ୍ରକୃତ କଥା ଜାଣିଥିବେ ସେମାନେ ଏପରି ସନ୍ଦେହ କରିବେ ନାହିଁ । ଯେଉଁମାନେ କେଉଁଥିରେ ରଙ୍ଗ ଦେବାକୁ ଚାହିଁବେ ସେମାନେ ଏପରି କରିପାରିବେ। ସେମାନେ ମୋତେ ଯେତେ ବିଜେପି ରଙ୍ଗ ଲଗାଇବେ ଲଗାନ୍ତୁ, କିନ୍ତୁ ଏ ରଙ୍ଗ ଖୁବଶୀଘ୍ର ଛାଡ଼ିଯିବ।

ପ୍ର: ଆପଣ ବିଜେପି ଏବଂ ଦଳର ମୁଖ୍ୟମନ୍ତ୍ରୀମାନଙ୍କୁ ସମାଲୋଚନା କରୁନଥିବା କୋଏମ୍ବାଟୁର ସାଂସଦ ଅଭିଯୋଗ କରିଛନ୍ତି । ଆପଣଙ୍କର ପ୍ରତିକ୍ରିୟା କ’ଣ ରହିବ ?

ଉ: ସେ ମୋ ଭାଷଣ ଭଲଭାବେ ଶୁଣି ନାହାଁନ୍ତି । ଏପରି ଲୋକ ସେମାନଙ୍କ ନିଜ ଭାଷଣ ଯେତିକି ଶୁଣନ୍ତି ଅନ୍ୟର ଭାଷଣ ସେତିକି ଶୁଣନ୍ତି ନାହିଁ। ଏହା ହେଉଛି ପ୍ରକୃତ କଥା ।

ପ୍ର: ଆପଣ କିପରି ରାଜ୍ୟର ଆର୍ଥିକ ବୋଝ ହାଲୁକା କରିବେ, ଆପଣଙ୍କର ଯୋଜନା କ’ଣ ରହିଛି ?

ଉ: ରାଜସ୍ବ ବୃଦ୍ଧି ପାଇଁ ସରକାର କେବେଳ ଟିକସ ଏବଂ ରାଜ୍ୟ ସରକାରଙ୍କ ପରିଚାଳିତ ମଦ ନିଗମ ଆଦାୟ ରାଜସ୍ବ ଉପରେ ନିର୍ଭର କରୁଛନ୍ତି । ଶିଳ୍ପପତିମାନଙ୍କୁ ଚିପିବା ପରିବର୍ତ୍ତେ ଶିଳ୍ପପତି ଏବଂ ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗର କର୍ମଚାରୀଙ୍କ ପାଇଁ ସବୁ କିଛି କୋହଳ କରାଯିବା ଉଚିତ୍ । ସାଧୁତା ରହିଲେ ସରକାର ରାଜସ୍ବ ସଂଗ୍ରହ କରିପାରିବେ। ଆମେ ଏହା ହାସଲ କରିବାରେ ସଫଳ ହୋଇପାରିବା । ରାଜ୍ୟର ପୁନଃନର୍ମାଣ କରିବା ହେଉଛି ଆମର ଇଚ୍ଛା ଏବଂ ନିର୍ବାଚନ ଲଢିବାର ଉଦ୍ଦେଶ୍ୟ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.