ETV Bharat / bharat

ସଂସଦ ସୁରକ୍ଷା ବିଭ୍ରାଟ ମାମଲା: ଆସିଲେନି ଅଭିଯୁକ୍ତଙ୍କ ଓକିଲ, ସ୍ଥିଗିତ ରହିଲା ଶୁଣାଣି - Patiala House Court

Lawyers not available to argue for Parliament breach accused; hearing postponed: ସଂସଦ ସୁରକ୍ଷା ବିଭ୍ରାଟ ମାମଲାରେ ଅଭିଯୁକ୍ତଙ୍କ ଓକିଲ ଅନୁପସ୍ଥିତ ରହିବା କାରଣରୁ ଶୁଣାଣି ସ୍ଥଗିତ । ଅଧିକ ପଢନ୍ତୁ

ତର୍କ ପାଇଁ ନଥିଲେ ଓକିଲ: ସ୍ଥିଗିତ ରହିଲା ସଂସଦ ସୁରକ୍ଷା ବିଭ୍ରାଟ ମାମଲା

author img

By ETV Bharat Odisha Team

Published : Jan 2, 2024, 7:21 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ସଂସଦ ସୁରକ୍ଷା ବିଭ୍ରାଟ ମାମଲାରେ ଅଭିଯୁକ୍ତମାନଙ୍କ ଓକିଲ ଅନୁପସ୍ଥିତ ରହିବା କାରଣରୁ ଶୁଣାଣିକୁ ସ୍ଥଗିତ ରଖିବାକୁ ପଡିଛି । ଆଜି ଏହି ମାମଲାର ଶୁଣାଣି ତାରିଖ ଥିଲା । ଅଭିଯୁକ୍ତମାନଙ୍କୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ହାଜର ମଧ୍ୟ କରାଯାଇଥିଲା । ଦିଲ୍ଲୀ ପୋଲିସ ଏହି 6 ଅଭିଯୁକ୍ତଙ୍କ ପଲିଗ୍ରାଫ ଟେଷ୍ଟକୁ ଅନୁମତି ଦେବା ପାଇଁ କୋର୍ଟରେ ଆବେଦନ କରିଥିଲା । ସେହିପରି ମହିଳା ଅଭିଯୁକ୍ତ ନିଲମ ମଧ୍ୟ ବେଲ ଆବେଦନ କରିଥିଲେ । ମାତ୍ର ଆଜି ଅଭିଯୁକ୍ତମାନଙ୍କୁ ଆଇନ ସେବା ପ୍ରାଧିକରଣ ପକ୍ଷରୁ ପ୍ରଦାନ କରାଯାଇଥିବା କୌଣସି ଓକିଲ ଉପସ୍ଥିତ ନଥିଲେ । ବାଧ୍ୟ ହୋଇ ଖଣ୍ଡପୀଠ ଶୁଣାଣି ସ୍ଥଗିତ ରଖିଥିଲେ । 5 ତାରିଖରେ ପରବର୍ତ୍ତୀ ମାମଲାର ଶୁଣାଣି ହେବ ।

ସୂଚନା ଅନୁସାରେ, ଆଜି ଅପରାହ୍ନରେ 6 ଅଭିଯୁକ୍ତଙ୍କ ମଧ୍ୟରୁ 5 ଅଭିଯୁକ୍ତ ସାଗର ଶର୍ମା, ନିଲମ, ଡି.ମନୋରଞ୍ଜନ, ଲଳିତ ଝା, ଅମୋଲ ସିନ୍ଦେଙ୍କୁ ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରିଥିଲା ଦିଲ୍ଲୀ ପୋଲିସ । ସେମାନଙ୍କୁ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଯୋଗାଇ ଦିଆଯାଇଥିବା ଆଇନଜୀବୀମାନେ ଉପସ୍ଥିତ ନଥିଲେ । ଦିଲ୍ଲୀ ପୋଲିସ ଏହି ମାମଲାରେ ପ୍ରାଧିକରଣର ଅନ୍ୟ କେହି ଆଇନଜୀବୀଙ୍କ ମାଧ୍ୟମରେ ଶୁଣାଣି ପ୍ରକ୍ରିୟା କରିବାକୁ ନିର୍ଦ୍ଦେଶ ଦେବାକୁ ଖଣ୍ଡପୀଠକୁ ନିବେଦନ କରିଥିଲା । ଆଜି ଦିଲ୍ଲୀ ପୋଲିସର ପଲିଗ୍ରାଫ ଟେଷ୍ଟ ଅନୁମତି ଆବେଦନ ସହ ମହିଳା ଅଭିଯୁକ୍ତ ନିଲମଙ୍କ ବେଲ ଆବେଦନର ଶୁଣାଣି ମଧ୍ୟ ଥିଲା । 5 ତାରିଖକୁ ଏହି ମାମଲାର ପରବର୍ତ୍ତୀ ଶୁଣାଣି ରହିଛି ।

13 ତାରିଖରେ ସଂସଦ ଆକ୍ରମଣର 22ତମ ବାର୍ଷିକୀରେ ପୁଣି ଥରେ ଦେଶର ସର୍ବୋଚ୍ଚ ପଞ୍ଚାୟତର ସୁରକ୍ଷାରେ ବିଭ୍ରାଟ ଘଟିଥିଲା । ସଂସଦର ଅଭେଦ୍ଯ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି 2 ଅନୁପ୍ରବେଶକାରୀ କର୍ଣ୍ଣାଟକର ମନୋରଞ୍ଜନ ଓ ସାଗର ଶର୍ମା ଲୋକସଭାରେ କଲର ବମ ସହ ଉତ୍ପାତ କରିଥିଲେ । ଗୃହ ମଧ୍ୟରେ ପ୍ରବେଶ କରିଥିବା ଦୁଇ ଅଭିଯୁକ୍ତ ଯୁବକ ଭିଜିଟର ପାସରେ ପ୍ରବେଶ କରିଥିଲେ । ସାଙ୍ଗରେ କଲର ବମ ମଧ୍ୟ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ :- ସଂସଦ ସୁରକ୍ଷା ବିଭ୍ରାଟ ମାମଲା: ଜାନୁଆରୀ 5 ପର୍ଯ୍ୟନ୍ତ ବଢିଲା 4 ଅଭିଯୁକ୍ତଙ୍କ ରିମାଣ୍ଡ

କିଛି ସମୟ ଭିଜିଟର ଗ୍ୟାଲେରୀରେ ବସିବା ପରେ ଉଭୟ ଗୃହର ମଧ୍ୟଭାଗକୁ ଲମ୍ଫ ଦେବା ସହ ଉତ୍ପାତ ଆରମ୍ଭ କରିଥିଲେ । ବେଶ କିଛି ସମୟର ହଙ୍ଗାମା ପରେ ସଂସଦ ସୁରକ୍ଷାକର୍ମୀ ଓ ସଦନରେ ଥିବା ସାଂସଦମାନେ ଉଭୟଙ୍କୁ କାବୁ କରିଥିଲେ । ସମାନ ଢଙ୍ଗରେ ସଂସଦ ବାହାରେ ମଧ୍ୟ ଜଣେ ମହିଳାଙ୍କ ସହ ଦୁଇ ଅଭିଯୁକ୍ତ କଲର ବମ ଧରି ପ୍ରତିବାଦ କରିଥିଲେ । ଘଟଣାସ୍ଥଳରୁ 4 ଜଣ ଓ ପରେ 2 ଜଣଙ୍କୁ ମିଶାଇ ମୋଟ 6 ଜଣ ଏହି ମାମଲାରେ ଗିରଫ ହୋଇଛନ୍ତି ।ସମସ୍ତଙ୍କ ବିରୋଧରେ ଉପା ଆକ୍ଟରେ ମାମଲା ରୁଜୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.