ETV Bharat / bharat

ଗ୍ୟାଙ୍ଗଷ୍ଚାର ଲରେନ୍ସ ବିଷ୍ଣୋଇକୁ ନିର୍ଦ୍ଦୋଷ ଦର୍ଶାଇ ନିରପେକ୍ଷ ତଦନ୍ତ ଦାବି କଲେ ଓକିଲ - ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡ

ଗ୍ୟାଙ୍ଗଷ୍ଚାର ଲରେନ୍ସ ବିଷ୍ଣୋଇକୁ ନିର୍ଦ୍ଦୋଷ ଦର୍ଶାଇ ନିରପେକ୍ଷ ତଦନ୍ତ ଦାବି କଲେ ଓକିଲ ବିଣା ସୁକରିଆ । କହିଲେ ପ୍ରକୃତ ଦୋଷୀକୁ ଖୋଜି ଗିରଫ କରାଯାଉ । ଅଧିକ ପଢନ୍ତୁ

ଗ୍ୟାଙ୍ଗଷ୍ଚାର ଲରେନ୍ସ ବିଷ୍ଣୋଇକୁ ନିର୍ଦ୍ଦୋଷ ଦର୍ଶାଇ ନିରପେକ୍ଷ ତଦନ୍ତ ଦାବି କଲେ ଓକିଲ

author img

By

Published : Jun 6, 2022, 10:47 PM IST

ଜୟପୁର: ସିଦ୍ଧୁ ମୁସେଓ୍ବାଲା ହତ୍ୟା ଘଟଣାରେ ବର୍ତ୍ତମାନ ପୋଲିସର ସନ୍ଦେହର ଶୀର୍ଷରେ ଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ ନେଇ ଚର୍ଚ୍ଚା ଲାଗି ରହିଥିବା ଲରେନ୍ସକୁ ନିର୍ଦ୍ଦୋଷ ଦର୍ଶାଇଛନ୍ତି ତାଙ୍କ ଓକିଲ ବିଣା ସୁକରିଆ । ଲରେନ୍ସ ସିଦ୍ଧୁ ହତ୍ୟାକାଣ୍ଡରେ ଆଦୌ ସମ୍ପୃକ୍ତ ନୁହେଁ । ଘଟଣାରେ ପ୍ରକୃତ ହତ୍ୟାକାରୀକୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ନିକଟରେ ପରୋକ୍ଷରେ ଦାବି କରିଛନ୍ତି ।

ଲରେନ୍ସ ହତ୍ୟାକାଣ୍ଡ ଘଟାଇଥିବା ଏକ ଫେସବୁକ ପୋଷ୍ଟରେ ସ୍ବୀକାର କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ଖଣ୍ଡନ କରିଛନ୍ତି ଲରେନ୍ସଙ୍କ ଓକିଲ । ବିଣା ସୁକରିଆ କହିଛନ୍ତି ଯେ ଫେସବୁକରେ ଏକ ପୋଷ୍ଟ ଆଧାରରେ ଆଇନଗତ ଭାବେ ଜଣେ ଅପରାଧୀ ହୋଇପାରିବ ନାହିଁ । ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଲରେନ୍ସଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ପକ୍ଷଭୂକ୍ତ କରାଯାଉଛି । ଏଥିସହ ସିଦ୍ଧୁ ହତ୍ୟା ମାମଲାରେ ପୋଲିସ ଲରେନ୍ସଙ୍କୁ ରିମାଣ୍ଡରେ ନେଇ ତାଙ୍କ ପ୍ରତି ଅନ୍ୟାୟ କରୁଛି ।

ଅନ୍ୟପଟେ ଆର୍ମ ଆକ୍ଟ ମାମଲାରେ ଦିଲ୍ଲୀ ପୋଲିସ ଲରେନ୍ସକୁ 5 ଦିନିଆ ରିମାଣ୍ଡରେ ନେଇ ତାକୁ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ଜେରା ଜାରି ରଖିଛି । ସେହିପରି ଗତକାଲି ଅଭିନେତା ସଲମାନ ଖାନ ଓ ତାଙ୍କ ପିତା ସଲିମ ଖାନଙ୍କୁ ହତ୍ୟା ନେଇ ଧମକପୂର୍ଣ୍ଣ ଚିଠି ମିଳିବା ପରେ ଏନେଇ ମଧ୍ୟ ଲରେନ୍ସକୁ ଜେରା କରାଯାଇଥିବା ସୂଚନା ରହିଛି । ଲରେନ୍ସ ପୂର୍ବରୁ ସଲମାନ ଖାନଙ୍କୁ ହତ୍ୟା କରିବା ନେଇ ସିଧାସଳଖ କ୍ୟାମେରା ସାମ୍ନାରେ ଧମକ ଦେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.