ETV Bharat / bharat

Fodder scam: ଲାଲୁଙ୍କୁ ୫ ବର୍ଷ ଜେଲ, ୬୦ ଲକ୍ଷ ଜୋରିମାନା

ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାବଦଙ୍କ ବଢିଲା ଅଡୁଆ । ବହୁଚର୍ଚ୍ଚିତ ଗୋଖାଦ୍ୟ ଘୋଟାଲାର ଡୋରଣ୍ଡା ଟ୍ରେଜେରୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୭୩ ବର୍ଷୀୟ ଲାଲୁଙ୍କୁ ଆଜି ଦଣ୍ଡାଦେଶ ଶୁଣାଣି ହୋଇଛି । ଅଧିକ ପଢନ୍ତୁ

ଲାଲୁଙ୍କୁ ୫ ବର୍ଷ ଜେଲ, ୬୦ ଲକ୍ଷ ଜୋରିମାନା
ଲାଲୁଙ୍କୁ ୫ ବର୍ଷ ଜେଲ, ୬୦ ଲକ୍ଷ ଜୋରିମାନା
author img

By

Published : Feb 21, 2022, 2:15 PM IST

Updated : Feb 21, 2022, 2:38 PM IST

ରାଞ୍ଚି: ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାବଦଙ୍କ ପାଇଁ ବଢିଲା ଅଡୁଆ । ବହୁ ଚର୍ଚ୍ଚିତ ଗୋଖାଦ୍ୟ ଘୋଟାଲାର ଡୋରଣ୍ଡା ଟ୍ରେଜେରୀ ମାମଲାରେ ଦୋଷୀ ସାବ୍ୟସ୍ତ ୭୩ ବର୍ଷୀୟ ଲାଲୁଙ୍କୁ ଆଜି ଦଣ୍ଡାଦେଶ ଶୁଣାଣି ହୋଇଛି । ପଞ୍ଚମ ଗୋଖାଦ୍ୟ ମାମଲାରେ ରାଞ୍ଚିରେ ସିବିଆଇ ସ୍ବତନ୍ତ୍ର କୋର୍ଟ ଏହି ଶୁଣାଣି କରି ୫ ବର୍ଷ ଜେଲ ସହ ୬୦ ଲକ୍ଷ ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ରାୟ ବିରୋଧରେ ହାଇକୋର୍ଟ ଯିବେ ବୋଲି କହିଛନ୍ତି ଲାଲୁଙ୍କ ଓକିଲ ।

ଡୋରଣ୍ଡା ଟ୍ରେଜେରୀ ଜାଲିଆତି ମାମଲାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଲାଲୁଙ୍କ ସହ ଅନ୍ୟ ୭୫ ଜଣ ବି ଦୋଷୀ ସାବ୍ୟସ୍ତ ହୋଇଥିଲେ । କୋର୍ଟଙ୍କ ରାୟ ପରେ ପୋଲିସ ଲାଲୁଙ୍କୁ ନିଜ ହେପାଜତକୁ ନେଇଛି । ପୂର୍ବରୁ ଲାଲୁ ଗୋଖାଦ୍ୟ ଦୁର୍ନୀତି ସହ ଜଡିତ ଅନ୍ୟ ଚାରୋଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସାରିଛନ୍ତି । ଏହି ଚାରୋଟି ମାମଲାରେ କୋର୍ଟ ତାଙ୍କୁ ପ୍ରାୟ ୧୪ ବର୍ଷର ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ । ଏହା ସହିତ ତାଙ୍କୁ ଏକ କୋଟି ଟଙ୍କାର ଜୋରିମାନା ମଧ୍ୟ ଦେବାକୁ ପଡିଥିଲା । ଏପ୍ରିଲ ୧୭, ୨୦୨୧ରେ ସେ ଜାମିନରେ ଆସିଥିଲେ ।

ଗତ ଫେବୃଆରୀ ୧୫ ତାରିଖ ୨୦୨୨ରେ ପୁଣି ଡୋରଣ୍ଡା ଟ୍ରେଜେରୀରୁ ବେଆଇନ ଭାବେ ୧୩୯ କୋଟି ଟଙ୍କା ହେରଫେର ମାମଲାରେ ରାଞ୍ଚିର ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହି ମାମଲାରେ ମୋଟ ୧୭୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫୫ ଜଣଙ୍କ ମୃତ୍ୟୁ ହୋଇସାରିଛି । ୨୦୦୧ରେ ଲାଲୁ ଯାଦବଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଥିଲା ଏବଂ ୨୦୦୫ରେ ଚାର୍ଜଫ୍ରେମ ପ୍ରସ୍ତୁତ କରାଯାଇଥିଲା।

ଗୋଖାଦ୍ୟ ଦୁର୍ନୀତି ସହ ଜଡିତ ଅନ୍ୟ ମାମଲା ଲାଲୁଙ୍କୁ ପାଞ୍ଚରୁ ସାତ ବର୍ଷ ଯାଏଁ ଦଣ୍ଡାଦେଶ ମିଳିଥିଲା। କିଛି ଦିନ ଜେଲ୍‌ରେ ରହିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଯୋଗୁଁ ହାଇକୋର୍ଟରୁ ଲାଲୁଙ୍କୁ ଜାମିନ ମିଳିଥିଲା । ୧୯୯୧ ରୁ ୧୯୯୬ ଭିତରେ ଲାଲୁ ବିହାର ମୁଖ୍ୟମନ୍ତ୍ରୀ ଥିବାବେଳେ ଏହି ଦୁର୍ନୀତି ହୋଇଥିଲା ।

@ANI

Last Updated : Feb 21, 2022, 2:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.