ETV Bharat / bharat

ଡାକ୍ତରଖାନାରେ ଲାଲୁଙ୍କୁ ଗୀତା ଶୁଣିବାକୁ ବାରଣ, ଅଭିଯୋଗ ଆଣିଲେ ପୁଅ - ଡାକ୍ତରଖାନାରେ ଲାଲୁଙ୍କୁ ଗୀତା ଶୁଣିବାକୁ ବାରଣ

ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ଏହି ସମୟରେ ଡାକ୍ତରଖାନାରେ ଲାଲୁଙ୍କୁ ଭଗବତ ଗୀତା ପଢିବାକୁ ଏବଂ ଶୁଣିବାକୁ ବାରଣ କରାଯାଇଥିବା ନେଇ ବଡ଼ ପୁଅ ଅଭିଯୋଗ ଆଣିଛନ୍ତି । ଅଧିକ ପଢ଼ନ୍ତୁ

lalu prasad yadav stopped from listening to shrimad bhagvad gita in aiims said tej pratap
ଡାକ୍ତରଖାନାରେ ଲାଲୁଙ୍କୁ ଗୀତା ଶୁଣିବାକୁ ବାରଣ, ଅଭିଯୋଗ ଆଣିଲେ ପୁଅ
author img

By

Published : Jul 13, 2022, 7:11 AM IST

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ଲାଲୁଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ମଧ୍ୟ ଆସିଛି । ଏହି ସମୟରେ ଡାକ୍ତରଖାନାରେ ଲାଲୁଙ୍କୁ ଭଗବତ ଗୀତା ପଢିବାକୁ ଏବଂ ଶୁଣିବାକୁ କର୍ତ୍ତୃପକ୍ଷ ମନା କରିଛନ୍ତି । ଏନେଇ ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଟ୍ବିଟ ଯୋଗେ କହିଛନ୍ତି ।

  • पिताजी को अस्पताल में श्रीमद भगवत गीता का पाठ करने एवं सुनने से रोक दिया गया,जबकि पिताजी को गीता पाठ पढ़ना एवं सुनना काफी पसंद है......गीता पाठ से रोकने वाले वाले उस अज्ञानी को ये नही पता कि इस महापाप की कीमत उसे इसी जन्म में चुकानी होगी.. pic.twitter.com/h46fjWXqPb

    — Tej Pratap Yadav (@TejYadav14) July 12, 2022 " class="align-text-top noRightClick twitterSection" data=" ">

ବିହାରର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତେଜ ପ୍ରତାପ ଯାଦବ କହିଛନ୍ତି, "ବାପାଙ୍କୁ ଭଗବତ ଗୀତା ପାଠ କରିବା ପାଇଁ ଓ ଶୁଣିବା ପାଇଁ ଭଲ ଲାଗେ । କିନ୍ତୁ ଡାକ୍ତରଖାନାରେ ଗୀତା ଶୁଣିବାକୁ ମନା କରାଯାଇଛି । ଯେଉଁ ଅଜ୍ଞ ବ୍ୟକ୍ତି ଗୀତା ପଢ଼ିବାକୁ ବାରଣ କରିଛନ୍ତି, ମହାପାପର ମୂଲ୍ୟର ତାଙ୍କୁ ଏହି ଜନ୍ମରେ ଭୋଗିବାକୁ ପଡ଼ିବ" ବୋଲି ସେ ଟ୍ବିଟରେ କହିଛନ୍ତି । ତେବେ ଡାକ୍ତରଖାନା ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ସୂଚନା ଥାଉକି, ଶିଢ଼ିରୁ ପଡ଼ିଯିବାରୁ ଲାଲୁଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଏୟାର ଆମ୍ବୁଲାନ୍ସ ଯୋଗେ ପାଟନାରୁ ଦିଲ୍ଲୀ ଏମ୍ସକୁ ଅଣାଯାଇଥିଲା । ବର୍ତ୍ତମାନ ସେ ଏମ୍ସରେ ଚିକିତ୍ସାଧିନ ଅଛନ୍ତି । ସ୍ବାସ୍ଥ୍ୟରେ ସୁଧାର ଆସୁଥିବା ନେଇ ତାଙ୍କ ସାନ ପୁଅ ତେଜସ୍ବୀ ଲଗାତାର ସୂଚନା ଦେଉଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.