ETV Bharat / bharat

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନି ଲାଲୁ

author img

By ETV Bharat Odisha Team

Published : Jan 17, 2024, 4:42 PM IST

Lalu Prasad Yadav not to attend Ram Temple consecration: ଅଯୋଧ୍ୟା ଯିବେନି ଲାଲୁ । ଅଧିକ ପଢନ୍ତୁ

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନି ଲାଲୁ
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନି ଲାଲୁ

ପାଟନା: 22 ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ବହୁପ୍ରତୀକ୍ଷିତ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବନି ଆରଜେଡି ମୁଖ୍ୟ ତଥା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ । ଆଜି ସେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ନକରିବା ନେଇ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ତେବେ ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ବିରୋଧୀ ନେତା ନିମନ୍ତ୍ରିତ ହୋଇଥିଲେ । କିଛି ନେତାଙ୍କୁ ନିମନ୍ତ୍ରଣ କରାଯାଇନଥିବା ନେଇ ସେମାନେ କ୍ଷୋଭ ମଧ୍ୟ ପ୍ରକାଶ କରିଥଲେ । ପୂର୍ବରୁ କଂଗ୍ରେସ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ନାହିଁ ବୋଲି ସ୍ପଷ୍ଟ କରିସାରିଛି । ଏବେ ସାମିଲ ନହେବା କ୍ରମରେ ଲାଲୁ ଯାଦବ ମଧ୍ୟ ସାମିଲ ହୋଇଛନ୍ତି ।

ଆଜି (ବୁଧବାର) ପାଟନାରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଲାଲୁ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ସେ 22 ରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଅଯୋଧ୍ୟା ଯିବେ ନାହିଁ । ପୂର୍ବରୁ ଲାଲୁଙ୍କ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଇ ସାରିଛନ୍ତି । ଏହି ମନ୍ଦିର ନିର୍ମାଣ ଫଳରେ ଗରିବ ଲୋକମାନେ ମନ୍ଦିରରେ ଖାଦ୍ୟ ପାଇବେ କି ? ବୋଲି ତେଜସ୍ବୀ ପ୍ରଶ୍ନ କରିଥିଲେ । ଏଥିରୁ ଆରଜେଡିର ଆଭିମୁଖ୍ୟର ଆଭାସ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ :- ଅଯୋଧ୍ୟାରେ ହେମା ମାଲିନୀ, ରାମାୟଣ ଉପରେ ନୃତ୍ୟନାଟକ କରିବେ ପରିବେଶଣ

ତେବେ ଏଠାରେ ଉଲ୍ଲେଖଯୋଗ୍ଯ ଯେ, 22 ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ଏହି ଭବ୍ୟ ଉତ୍ସବରେ ଦେଶ ଓ ପ୍ରାୟ 55 ଦେଶରୁ ବିଶିଷ୍ଟ ନିମନ୍ତ୍ରିତ ଅତିଥିମାନେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ବିଭିନ୍ନ ବିରୋଧୀ ଦଳର ନେତାଙ୍କୁ ମଧ୍ୟ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା । କଂଗ୍ରେସର ଭେଟେରାନ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପାର୍ଟି ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଓ ଲୋକସଭାରେ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଥିଲା । ମାତ୍ର କିଛି ଦିନ ତଳେ ଏହି କାର୍ଯ୍ୟକ୍ରମରେ କୌଣସି ନିମନ୍ତ୍ରିତ କଂଗ୍ରେସ ନେତା ଅଂଶଗ୍ରହଣ କରିବେ ନାହିଁ ବୋଲି ଦଳ ସ୍ପଷ୍ଟ କରିଥିଲା । ଏହି କାର୍ଯ୍ୟକ୍ରମରୁ ବିଜେପି ରାଜନୈତିକ ଲାଭ ପାଇବା ଉଦ୍ଦେଶ୍ୟରେ ଏକ ରାଜନୈତିକ କାର୍ଯ୍ୟକ୍ରମରେ ପରିଣତ କରିସାରିଛି । ତେଣୁ କଂଗ୍ରେସ ନେତାମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଦଳ ଏକ ପ୍ରେସ ରିଲିଜରେ ସ୍ପଷ୍ଟ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.