ETV Bharat / bharat

ଲାଲୁ ପ୍ରସାଦ ଯାଦବ ଦ୍ବାଦଶଥର RJDର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚିତ

author img

By

Published : Oct 9, 2022, 9:03 PM IST

ନିର୍ଦ୍ବନ୍ଦ୍ବରେ ରାଷ୍ଟ୍ରୀୟ ଜନତା ଦଳ(RJD)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି ଲାଲୁ ପ୍ରସାଦ ଯାଦବ । ୧୨ଥର ପାଇଁ RJDର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଲାଲୁ ନିର୍ବାଚିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

Lalu Prasad Yadav elected national president of RJD
RJDର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚିତ ଲାଲୁ ପ୍ରସାଦ ଯାଦବ

ପାଟନା: ନିର୍ଦ୍ବନ୍ଦ୍ବରେ ରାଷ୍ଟ୍ରୀୟ ଜନତା ଦଳ(RJD)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ପୁନଃର୍ବାର ନିର୍ବାଚିତ ହୋଇଛନ୍ତି ଲାଲୁ ପ୍ରସାଦ ଯାଦବ । ଲଗାତାର ଦ୍ବାଦଶଥର ପାଇଁ RJDର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଲାଲୁ ନିର୍ବାଚିତ ହୋଇଛନ୍ତି । ନୂଆଦିଲ୍ଲୀରେ NDMC ସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ ରାଷ୍ଟ୍ରୀୟ ଅଧିବେଶନରେ ଏହାକୁ ନେଇ ବିଧିବଦ୍ଧ ଭାବେରେ ଘୋଷଣା କରାଯାଇଛି ।

ଗତ ମାସ ସେପ୍ଟେମ୍ବର ୨୮ ତାରିଖରେ ଲାଲୁ ପ୍ରସାଦ ଯାଦବ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ଏକ ମାତ୍ର ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଥିଲେ । ଏହାପରେ ରବିବାର ନିର୍ଦ୍ବନ୍ଦ୍ବରେ ସେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ସେ ନିର୍ବାଚିତ ହୋଇଥିବା ନେଇ ଦଳ ପକ୍ଷରୁ ପ୍ରମାଣପତ୍ର ଜାରି କରାଯାଇଛି ।

୧୯୯୭ରେ ଜନତା ଦଳରୁ ଅଲଗା ହେବାପରେ ଲାଲୁ ପ୍ରସାଦ ଯାଦବ ପ୍ରଥମ ଥରପାଇଁ ରାଷ୍ଟ୍ରୀୟ ଜନତା ଦଳ ଗଠନ କରିଥିଲେ । ସେ ହିଁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ । ଏହାପରେ ଲଗାତାର ଏହି ଦାୟିତ୍ବ ତୁଲାଇ ଆସୁଛନ୍ତି । ଏପରିକି ଚାରା ଘୋଟାଲାରେ ଅଭିଯୁକ୍ତ ଥିବାବେଳେ ମଧ୍ୟ ସେ RJD ରାଷ୍ଟ୍ରୀୟ ଅଧ୍ୟକ୍ଷକ ଭାବରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ ।

ରବିବାର ନୂଆଦିଲ୍ଲୀରେ RJDର ରାଷ୍ଟ୍ରୀୟ ଅଧିବେଶନ ଆରମ୍ଭ ହୋଇଛି । ଆଗାମୀ ବିହାର ବିଧାନସଭା ଅଧିବେଶନରେ କେଉଁ ପ୍ରସଙ୍ଗକୁ ନେଇ ଆଲୋଚନା ହେବ ତାହାକୁ ନେଇ ଆଲୋଚନା ହୋଇଛି । ତେବେ ଦଳର ରାଷ୍ଟ୍ରୀୟ ଅଧିବେଶନରେ ପ୍ରଦେଶ ଅଧ୍ୟକ୍ଷ ଜଗଦାନନ୍ଦ ସିଂହ ଯୋଗ ଦେଇନାହାନ୍ତି । ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ମନ୍ତ୍ରୀ ତେଜ ପ୍ରତାପ ଯାଦବ, ଅନ୍ୟ ବରିଷ୍ଠ ନେତା ଏଥିରେ ଯୋଗ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.