ETV Bharat / bharat

JDUର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ଲଲନ ସିଂଙ୍କ ପ୍ରତିକ୍ରିୟା

ଜନତା ଦଳ ୟୁନାଇଟେଡ (ଜେଡିୟୁ) ରାଷ୍ଟ୍ରୀୟ ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି ବରିଷ୍ଠ ଜେଡିୟୁ ନେତା ଲଲନ ସିଂହ । ଦଳର ହିତ ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯିବ। ସମସ୍ତଙ୍କ ସହ ଆଲୋଚନା କରି ସମସ୍ତ ନିଷ୍ପତି ନିଆଯିବ। ଅଧିକ ପଢନ୍ତୁ...

_Lalan singh jdu new national president
JDUର ରାଷ୍ଟ୍ରୀୟ ସଭାପତି ନିଯୁକ୍ତ ହେବା ପରେ ପ୍ରତିକ୍ରିୟା ରଖିଲେ ଲଲନ ସିଂହ
author img

By

Published : Aug 1, 2021, 6:40 PM IST

ପାଟନା: ଜନତା ଦଳ ୟୁନାଇଟେଡ (ଜେଡିୟୁ) ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି ବରିଷ୍ଠ ଜେଡିୟୁ ନେତା ଲଲନ ସିଂହ । ଦଳର ରାଷ୍ଟ୍ରୀୟ ସଭାପତି ଭାବରେ ନିଯୁକ୍ତି ପାଇବା ପରେ ଆଜି ପ୍ରଥମ ଥର ପାଇଁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଦଳରହିତ ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯିବ। ସମସ୍ତଙ୍କ ସହ ଚର୍ଚ୍ଚା କରି ନିଷ୍ପତି ନିଆଯିବ। ସମସ୍ତ ନେତା ଓ ଦଳୀୟ କର୍ମକର୍ତ୍ତାଙ୍କୁ ସାଙ୍ଗରେ ନେଇ କାର୍ଯ୍ୟ କରାଯିବ ସହ କାହାକୁ ଅଣଦେଖା କରାଯିବ ନାହିଁ ବୋଲି କହିଛନ୍ତି । ବିହାରରେ ଜେଡିୟୁକୁ ଆହୁରି ମଜବୁତ କରାଯିବ ଏବଂ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଦଳୀୟ ସଂଗଠନକୁ ସକ୍ରିୟ କରାଯିବ ।

JDUର ରାଷ୍ଟ୍ରୀୟ ସଭାପତି ନିଯୁକ୍ତ ହେବା ପରେ ପ୍ରତିକ୍ରିୟା ରଖିଲେ ଲଲନ ସିଂହ

ଏହା ସହ ସେ ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ଅନ୍ୟ ଦଳୀୟ ନେତା ଏବଂ ଦଳର କାର୍ଯ୍ୟକର୍ତ୍ତା ମୋ ଉପରେ ଯେଉଁ ଭରସା ରଖିଛନ୍ତ ତାକୁ ପୂରଣ କରିବା ପାଇଁ ଚେଷ୍ଟା କରିବି । ସମସ୍ତଙ୍କ ଆଶା ଓ ବିଶ୍ବାସକୁ ସଫଳ କରିବା ପାଇଁ ଚେଷ୍ଟା କରିବି । ଏହା ସହ ଦଳର ନେତା, କାର୍ଯ୍ୟକର୍ତ୍ତା ଏବଂ ଦଳୀୟ କର୍ମୀଙ୍କୁ ପରିଶ୍ରମ କରି ଏକତ୍ର ଭାବରେ କାର୍ଯ୍ୟ କରିବା ପାଇଁ କହିଛନ୍ତି । ବିହାରର ଶକ୍ତିଶାଳୀ ଦଳ ହେଉଛି ଜେଡିୟୁ । ଆଗାମୀ ଦିନରେ ଦଳକୁ ଆହୁରୀ ମଜବୁତ କରାଯିବ। ଏହା ସହ ଜେଡିୟୁ ଛାଡିଥିବା ସମସ୍ତ ସାଥୀ ବର୍ତ୍ତମାନ ସକ୍ରିୟ ନାହାଁନ୍ତି । ସମସ୍ତଙ୍କ ଦଳରେ ଫେରାଇ ଅଣି ଦଳରେ ସକ୍ରିୟ କରାଯିବ ବୋଲି କହିଛନ୍ତି ।

ଆଗାମୀ ଦିନରେ ଦେଶର ପାଞ୍ଚଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । ପଞ୍ଜାବ,ଉତ୍ତରପ୍ରଦେଶ ସମେତ ଅନ୍ୟ ରାଜ୍ୟରେ ହେବ ନିର୍ବାଚନ ଏହି ସବୁ ରାଜ୍ୟରେ ଜେଡିୟୁ ନିର୍ବାଚନରେ ଭାଗନେବ। ଆମେ ଏନଡିଏରେ ରହି ପାଞ୍ଚଟି ରାଜ୍ୟ ବିଧାନସଭା ନିର୍ବାଚନରେ ଭାଗନେବୁ । ଯଦି ଏନଡିଏ ସହିତ ମେଣ୍ଟ ସଫଳ ହୋଇପାରିବ ନାହିଁ ତେବେ ସେ ନେଇ ଅନ୍ୟ ପନ୍ଥା ଅବଲମ୍ବନ କରାଯିବ ବୋଲି କହିଛନ୍ତି ।

ସୂଚନାଥାଉକି ଜୁଲାଇ ୩୧ ତାରିଖରେ ବରିଷ୍ଠ ନେତା ଲଲନ ସିଂହଙ୍କୁ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନିର୍ବାଚିତ କରାଯାଇଛି । ରାଷ୍ଚ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଏନେଇ ନିଷ୍ପତି ନିଆଯଆଇଛି । କେନ୍ଦ୍ରମନ୍ତ୍ରୀ ଆରସିପି ସିଂହଙ୍କ ସ୍ଥାନରେ ରାଷ୍ଟ୍ରୀୟ ସଭାପତି ଦାୟିତ୍ବ ଦିଆଯାଇଛି । ଗୋଟିଏ ବ୍ୟକ୍ତି ଗୋଟିଏ ପଦବୀ ଆଧାରରେ ଆରସିପି ସିଂହ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି ।

ବିହାରର ମୁଙ୍ଗେରୁ ସାଂସଦ ରହିଛନ୍ତି ଲଲନ ସିଂହ । ସେ ପୂର୍ବରୁ ବିହାରରେ ଜେଡିୟୁ ରାଜ୍ୟ ସଭାପତି ଦାୟିତ୍ବ ତୁଲାଇଛନ୍ତି । ଏହା ସହ ବିହାର ସରକାରରେ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରୀ ରହିଛନ୍ତି । ସେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅତ୍ୟନ୍ତ ଘନିଷ୍ଠ ଭାବରେ ମଧ୍ୟ ପରିଚିତ । ତାଙ୍କର ଏକ ଲମ୍ବା ରାଜନୈତିକ ଅନୁଭବ ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.