ETV Bharat / bharat

ଲଖିମପୁର ହିଂସାକାଣ୍ଡ: ମୃତକଙ୍କ ପରିବାରକୁ ୨କୋଟି ସହ ଚାକିରି ପାଇଁ ସମାଜବାଦୀ ପାର୍ଟିର ଦାବି - ଅଖିଳେଶ ଯାଦବ

ଲଖିମପୁର ହିଂସାକାଣ୍ଡରେ ସମାଜବାଦୀ ପାର୍ଟି ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମୃତକଙ୍କ ପରିବାରକୁ ଭେଟିଛନ୍ତି । ମୃତକଙ୍କ ପରିବାରକୁ ୨ କୋଟି ଟଙ୍କା ଓ ସରକାରୀ ଚାକିରି ଦେବାକୁ ଦାବି କରିଛି ସମାଜବାଦୀ ପାର୍ଟି । ଅଧିକ ପଢନ୍ତୁ...

ମୃତକଙ୍କ ପରିବାରକୁ ୨କୋଟି ସହ ଚାକିରି ଦେବାକୁ ସମାଜବାଦୀ ପାର୍ଟିର ଦାବି

author img

By

Published : Oct 8, 2021, 9:36 AM IST

Updated : Oct 8, 2021, 9:47 AM IST

ଲକ୍ଷ୍ନୌ: ଭୟଙ୍କର ଥିଲା ଲଖିମପୁର ହିଂସାକାଣ୍ଡ । ଦ୍ରୁତ ଗତିରେ ମାଡିଗଲା ଗାଡି । ଆଖିପିଛୁଳାକେ ଚାଲିଗଲା ୮ ଜୀବନ । ଏ କାଣ୍ଡରେ ଜଣେ ମନ୍ତ୍ରୀଙ୍କ ପୁଅ ସାମିଲ ଥିବା ଅଭିଯୋଗ ହୋଇଛି । ଏହି ଘଟଣା ନେଇ ସରଗରମ ରହିଛି ରାଜନୀତି । ମୃତକଙ୍କ ପରିବାରକୁ ଭେଟିଛନ୍ତି ବିଭିନ୍ନ ରାଜନୈତିକ ଦଳର ନେତା ମନ୍ତ୍ରୀ । ସମାଜବାଦୀ ପାର୍ଟି ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମୃତକଙ୍କ ପରିବାରକୁ ଭେଟିଛନ୍ତି । ମୃତକଙ୍କ ପରିବାରକୁ ୨କୋଟି ଟଙ୍କା ଓ ସରକାରୀ ଚାକିରି ଦେବାକୁ ଦାବି କରିଛି ସମାଜବାଦୀ ପାର୍ଟି ।

ଅଖିଳେଶ ଯାଦବ କହିଛନ୍ତି, ମୁଁ ସମସ୍ତ ମୃତକଙ୍କ ପରିବାରକୁ ଭେଟିଲି ସେମାନେ ସମସ୍ତେ ନ୍ୟାୟ ଚାହୁଁଛନ୍ତି । ଅନେକ ଘଟଣା ଅଛି ସତ ଲୁଚିଯାଏ ଲୋକଙ୍କୁ ନ୍ୟାୟ ମିଳିପାରିନାହିଁ । ଆଶା କରୁଛି ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ଅଖିଳେଶ ଯାଦବ । ସେ ଆହୁରି କହିଛନ୍ତି ଜାତୀୟ ମାନବ ଅଧିକାର ଆୟୋଗ ଏହି ରିପୋର୍ଟ ପ୍ରଦାନ କରିଛନ୍ତି ଯେଉଁଠାରେ ଉତ୍ତରପ୍ରଦେଶରେ ସର୍ବାଧିକ ମୃତ୍ୟୁସଂଖ୍ୟା ରହିଛି ।

ସେ ଆହୁରି ମଧ୍ୟ କହିଛନ୍ତି, ଅନୁସନ୍ଧାନ ପାଇଁ ଯଦି ଜଣେ ପୋଲିସ କେନ୍ଦ୍ରୀୟ ଗୃହରାଜ୍ୟ ମନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କୁ ଦେଖା କରନ୍ତି, ତେବେ ପ୍ରଥମେ ତାଙ୍କୁ ଅଭିବାଦନ ଜଣାଇବାକୁ ପଡିବ । ଏହା ଜଣେ ଅଧିକାରୀଙ୍କ ପକ୍ଷେ ଠିକ ନୁହେଁ । ଏହି ଘଟଣାରେ କେନ୍ଦ୍ରୀୟ ଗୃହ ରାଜ୍ୟମନ୍ତ୍ରୀ (Union minister of state for Home Affairs) ଅଜୟ ମିଶ୍ର ଓ ତାଙ୍କ ପୁଅ ଆଶିଷ ମିଶ୍ରଙ୍କ ସଂପୃକ୍ତି ରହିଛି । ୟୁପିରେ ଇଣ୍ଟରନେଟ ସେବା ବନ୍ଦ ଥିବାରୁ ସେ ଘଟଣାର ଭିଡିଓ ସେୟାର ହୋଇପାରୁନାହିଁ । ଲୋକ ସତ କଣ ଜାଣିପାରୁ ନାହାନ୍ତି ବୋଲି କହିଛନ୍ତି ଅଖିଳେଶ ।

ପ୍ରକାଶ ଥାଉ କି, ଅକ୍ଟୋବର ୩ରେ ଚାଷୀ ଆନ୍ଦୋଳନ ସମୟରେ ସେମାନଙ୍କ ଉପରେ ଏକ ଗାଡି ଚଢି ଯାଇଥିଲା । ଏଥିରେ ୮ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣାରେ କେନ୍ଦ୍ରୀୟ ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ର ଓ ତାଙ୍କ ପୁଅ ଆଶିଷ ମିଶ୍ରଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Oct 8, 2021, 9:47 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.