ETV Bharat / bharat

KHERI VIOLENCE; ପୁଣିଥରେ ମୃତ ଚାଷୀଙ୍କର ହେଲା ପୋଷ୍ଟମର୍ଟମ - ବ୍ୟବଚ୍ଛେଦ

ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ହିଂସା କାଣ୍ତ ଘଟଣା । ହିଂସାରେ ପ୍ରାଣ ହରାଇଥିବା ଚାଷୀ ଗୁରବିନ୍ଦର ସିଂଙ୍କ ବୁଧବାର ଦିନ ଦ୍ବିତୀୟ ଥର କରାଗଲା ପୋଷ୍ଟମର୍ଟମ । ଅଧିକ ପଢନ୍ତୁ...

KHERI VIOLENCE; ମୃତ ଚାଷୀଙ୍କର କରାଗଲା ପୁଣିଥରେ ଶବ ବ୍ୟବଚ୍ଛେଦ

author img

By

Published : Oct 6, 2021, 9:48 AM IST

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ତ ଘଟଣା । ହିଂସାରେ ପ୍ରାଣ ହରାଇଥିବା ଚାଷୀ ଗୁରବିନ୍ଦର ସିଂଙ୍କ ବୁଧବାର ଦିନ ଦ୍ବିତୀୟ ଥର କରାଗଲା ପୋଷ୍ଟମର୍ଟମ । ଏନେଇ ସୂଚନା ଦେଇଛନ୍ତି ବାହାରାଇଚ ଜିଲ୍ଲାପାଳ ଦିନେଶ ଚନ୍ଦ୍ର । ଲକ୍ଷ୍ନୌରୁ ଡାକ୍ତରଙ୍କ ଏକ ବିଶେଷଜ୍ଞ ପ୍ୟାନେଲ ପୋଷ୍ଟମର୍ଟମ ଉପରେ ନଜର ରଖିବା ପାଇଁ ଆସିଥିଲେ । ଯାହା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କରାଯାଇଥିଲା । ଏ ପ୍ୟାନେଲ ଏନେଇ ଏକ ରିପୋର୍ଟ ପ୍ରଦାନ କରିବ ।

ମୃତକ ପରିବାର ଲୋକେ ପ୍ରଥମ ଥର ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ସନ୍ଦେହ ପ୍ରକଟ କରିଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପରିବାର ଲୋକଙ୍କ ସନ୍ଦେହ ଦୂର କରିବା ପାଇଁ ଦ୍ବିତୀୟ ଥର ବ୍ୟବଚ୍ଛେଦ କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ । ମୃତ ଚାଷୀଙ୍କୁ ହିଂସା ସମୟରେ ଗୁଳି କରି ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ ମୃତକଙ୍କ ପରିବାର । ଏନେଇ ମୃତକଙ୍କ ପରିବାର ଜଣେ ସଦସ୍ୟ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଏବେ କୌଣସି ଦ୍ବନ୍ଦ ନାହିଁ । ଶବ ବ୍ୟବଚ୍ଛେଦ ପାଇଁ ଲକ୍ଷ୍ନୌରୁ ଏକ ଟିମ ଆସିଥିଲେ ।ତେବେ ରୀତିନୀତି ପରେ ଅନ୍ତିମ ସଂସ୍କାର କରାଯିବ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀରେ ରବିବାର ଚାଷୀଙ୍କ ପ୍ରଦର୍ଶନ ଚାଲିଥିଲା । ଏହି ସମୟରେ ଚାଷୀଙ୍କ ଉପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ କାର ଚଢାଇ ଦେଇଥିବା ଅଭିଯୋଗ ହୋଇଛି । ପରେ ଏ ଘଟଣାରେ ଉଗ୍ର ରୂପ ନେଇଥିଲା । ହିଂସାରେ ୮ ଜଣଙ୍କ ମୃତ୍ୟୁ ଘଟିଥିଲେ । ଯୋଗୀ ସରକାର ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ମୃତକଙ୍କ ପରିବାରକୁ ୪୫ ଲକ୍ଷ ଟଙ୍କା ସହାୟତା ସହ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ ଯୋଗାଇ ଦେବାକୁ ଘୋଷଣା କରିଥିଲେ । ପରେ ଆହତଙ୍କୁ ୧୦ ଲକ୍ଷର ସହାୟତା ଦେବାକୁ ମଧ୍ୟ କହିଥିଲେ । ସେପଟେ ହିଂସା ଘଟଣା ପରେ ସକ୍ରିୟ ହୋଇଯାଇଥିଲେ ବିରୋଧୀ । ଯାହାକୁ ନେଇ ଏବେ ରାଜନୀତି ମଧ୍ୟ ବେଶ ସରଗମର ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.