ETV Bharat / bharat

ଖେରୀ ଦୁର୍ଘଟଣା ଭିଡିଓ ସେୟାର କରି କଡା କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଜେପି ସାଂସଦ

author img

By

Published : Oct 6, 2021, 6:10 AM IST

ଉତ୍ତର ପ୍ରଦେଶ ଲଖୀମପୁର ଖେରୀ ହିଂସାକାଣ୍ଡର ଭିଡିଓ ସେୟାର କରି ଦୋଶୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଜେପି ସାଂସଦ ବରୁଣ ଗାନ୍ଧୀ । ଅଧିକ ପଢନ୍ତୁ...

lakhimpur-kheri-deaths-bjp-mp-varun-gandhi-demands-arrest-of-perpetrators
ଖେରୀ ଦୁର୍ଘଟଣା ଭିଡିଓ ସେୟାର କରି କଡା କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଜେପି ସାଂସଦ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲଖୀମପୁର ଖେରୀ ହିଂସାକାଣ୍ଡର ଭିଡିଓ ସେୟାର କରି ଦୋଶୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଜେପି ସାଂସଦ ବରୁଣ ଗାନ୍ଧୀ । ଟ୍ବିଟରେ ସେୟାର କରିଥିବା ଭିଡିଓକୁ ହୃଦୟ ବିଦାରକ କହିବା ସହ ଏପରି ଅମାନବୀୟ କାଣ୍ଡ ରଚିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

  • लखीमपुर खीरी में किसानों को गाड़ियों से जानबूझकर कुचलने का यह वीडियो किसी की भी आत्मा को झखझोर देगा।

    पुलिस इस वीडियो का संज्ञान लेकर इन गाड़ियों के मालिकों, इनमें बैठे लोगों, और इस प्रकरण में संलिप्त अन्य व्यक्तियों को चिन्हित कर तत्काल गिरफ्तार करे।

    #LakhimpurKheri@dgpup pic.twitter.com/YmDZhUZ9xq

    — Varun Gandhi (@varungandhi80) October 5, 2021 " class="align-text-top noRightClick twitterSection" data=" ">

ତେବେ ସାଂସଦ ବରୁଣ ସେୟାର କରିଥିବା ଭିଡିଓରେ ଚାଷୀମାନେ ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ହଠାତ୍‌ ଗୋଟିଏ କଳା ରଙ୍ଗର ଜିପ ପଛପଟୁ ସେମାନଙ୍କ ଉପରେ ମାଡ଼ି ଆଗକୁ ଚାଲି ଯାଉଥିବା ଦେଖିବାକୁ ମିଳିଛି । ଗାଡ଼ି ଚାଲିଯିବା ପରେ ଲୋକମାନେ ଏଣେତେଣେ ରକ୍ତାକ୍ତ ଅବସ୍ଥାରେ ପଡ଼ିଛନ୍ତି । ପ୍ରଥମେ ଏହାକୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟ୍ୱିଟ କରି ଥିବାବେଳେ ଏବେ ବିଜେପି ସାଂସଦ ବରୁଣ ଗାନ୍ଧୀ ଶେୟାର କରିଛନ୍ତି ।

ଉତ୍ତର ପ୍ରଦେଶର ପିଲିଭିଟରୁ ସାଂସଦ ବରୁଣ ଗାନ୍ଧୀ କହିଛନ୍ତି ଯେ, 'ଲଖୀମପୁର ଖେରୀରେ ଚାଷୀଙ୍କ ଉପରେ ଗାଡି ମାଡିଯିବାର ଭିଡିଓ ଯେକୌଣସି ଲୋକଙ୍କର ଆତ୍ମାକୁ ଦୋହଲାଇ ଦେବ । ପୋଲିସ୍‌ ତୁରନ୍ତ ତଦନ୍ତ ପ୍ରକ୍ରିୟା ଆରମ୍ଭ କରି ଗାଡ଼ିର ମାଲିକ, ସେଥିରେ ବସିଥିବା ଲୋକ ଓ ଏହି ଘଟଣା ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶଷଙ୍କୁ ଚିହ୍ନଟ କରି ଗିରଫ କରୁ।' ଅନ୍ୟପଟେ ଏନେଇ ସାଂସଦ ବରୁଣ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଚିଠି ଲେଖିଥିବା ଜଣାପଡିଛି ।

ତେବେ ରବିବାର ଏହି ଘଟଣା ଘଟି ଥିବାବେଳେ ଏଯାଏଁ କାହାକୁ ବି ଗିରଫ କରାଯାଇନାହିଁ । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଗାଡ଼ି ମଡ଼ାଇ ଚାଷୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ହେଲେ ପୋଲିସ୍‌ କେବଳ ମାମଲା ରୁଜୁ କରି ବସି ଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.