ETV Bharat / bharat

ଚାକିରି ବର୍ଷେ ପୂରିନି, ପ୍ରଥମ ପୋଷ୍ଟିଂରେ ଲାଞ୍ଚ ନେଇ ଧରାପଡ଼ିଲେ - ମହିଳା ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର

ଝାଡ଼ଖଣ୍ଡ କୋଡେରମାରେ ଜଣେ ମହିଳା ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ତେବେ ବଡ଼କଥା ହେଉଛି ମାଡାମ୍‌ଙ୍କର ଏହା ପ୍ରଥମ ପୋଷ୍ଟିଂ ଥିଲା । ଅଧିକ ପଢ଼ନ୍ତୁ

ପ୍ରଥମ ପୋଷ୍ଟିଂରେ ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର

author img

By

Published : Jul 18, 2023, 10:33 PM IST

ରାଞ୍ଚି: ସରକାରୀ ଚାକିରି ଆରମ୍ଭରୁ ଲାଞ୍ଚ ନେଉଥିଲେ ଅଧିକାରୀ । ହେଲେ ଦୁର୍ଭାଗ୍ୟ, ଧରାପଡ଼ିଗଲେ । ଝାଡ଼ଖଣ୍ଡ କୋଡେରମାରେ ଯେଉଁ ଅଧିକାରୀଙ୍କୁ ଆଣ୍ଟି କରପ୍‌ସନ୍‌ ବ୍ୟୁରୋ ଲାଞ୍ଚ ନେବା ବେଳେ ଧରିଛି, ସେହି ଅଧିକାରୀ ନୂଆ ନୂଆ ଚାକିରି କରିଛନ୍ତି । ଆଉ ତାହା ପୁଣି ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ପଦବୀରେ । ଉଚ୍ଚଶିକ୍ଷା ଲାଭ କରିବା ପରେ ସେ ସିଧା ସଳଖ ଏହି ପଦବୀରେ ବସିଛନ୍ତି । ତେବେ ଚାକିରି ହେବା ପରେ ଏହା ତାଙ୍କର ପ୍ରଥମ ପୋଷ୍ଟିଂ ଥିଲା । ଆଉ ଚାକିରି କରିବାର ମାତ୍ର ୮ ମାସ ଭିତରେ ସେ ଲାଞ୍ଚ ନେଇ ଧରାପଡ଼ିଛନ୍ତି । ତେବେ ଏହି ସମୟର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି ।

ଧରା ପଡ଼ିଥିବା ଏହି ଅଧିକାରୀ ଜଣକ ହେଉଛନ୍ତି ଜଣେ ମିତାଲି ଶର୍ମା । ଝାଡ଼ଖଣ୍ଡ କୋଡେରମାରେ ଗତ ୮ ମାସ ହେବ ତାଙ୍କର ନୂଆକରି ପୋଷ୍ଟିଂ ହୋଇଥିଲା । ତାଙ୍କୁ ଜୁଲାଇ ୭ ତାରିଖ ଦିନ ହଜାରିବାଗ ଆଣ୍ଟି କରପ୍‌ସନ୍‌ ବ୍ୟୁରୋ ଲାଞ୍ଚ ନେଉଥିବା ବେଳେ ରେଡ୍‌-ହ୍ୟାଣ୍ଡ ଗିରଫ କରିଛି । ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ଏହି ଅଧିକାରୀ । ଏହି ସମୟର ଭିଡିଓ ଭାଇରାଲ ହେବା ପରେ ଅନେକ ତାଙ୍କର ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଲାଞ୍ଚ ନେଇ ଧରାପଡ଼ିଲେ ଲାଞ୍ଚୁଆ ବାବୁ, ବନ୍ଧା ହେଲେ ସିନ୍ଧିରିମାଳ ରାଜସ୍ବ ନିରୀକ୍ଷକ

ତେବେ ସୂଚନା ଅନୁସାରେ, କୋଡେରମା ବ୍ୟାପାର ସହଯୋଗ ସମିତିକୁ ଏହି ମହିଳା ଅଧିକାରୀ ଜଣକ ସରପ୍ରାଇଜ୍‌ ଭିଜିଟ୍‌ କରିଥିଲେ । ସେଠାରେ ଯାଞ୍ଚ କରିବା ପରେ ସେଠାରେ ସବୁକିଛି ଠିକ୍‌ ଚାଲିନଥିବା ସେ ଜାଣିବାକୁ ପାଇଥିଲେ । ତେଣୁ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଧମକ ଦେଇଥିଲେ । ଅନ୍ୟପଟେ ଏହି କଥା ଲୁଚାଇବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମଧ୍ୟ ମାଗିଥିଲେ । ଏହାପରେ ଉକ୍ତ ସଂସ୍ଥାର ଜଣେ କର୍ମଚାରୀ ରାମେଶ୍ବର ପ୍ରସାଦ ଯାଦବ, ACB ଡିଜିଙ୍କ ନିକଟରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ACBର ଏକ ଟିମ୍‌ ମାଡାମ୍‌ଙ୍କୁ ଧରିବା ପାଇଁ ଭିତିରିଆ ପ୍ରସ୍ତୁତି ଆରମ୍ଭ କରିଥିଲା । ଜୁଲାଇ ୭ ତାରିଖ ଦିନ ମାଡାମ ୨୦ ହଜାରର ପ୍ରଥମ କିସ୍ତି ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପ୍ରମାଣ ସହ ଧରିଥିଲା ଆଣ୍ଟି କରପ୍‌ସନ୍‌ ବ୍ୟୁରୋ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.