ETV Bharat / bharat

ଅଢେଇ ମାସ ପରେ ଭାରତ-ଚୀନ ମଧ୍ୟରେ କୂଟନୈତିକ ଆଲୋଚନା, ଖୁବଶୀଘ୍ର ନବମ ବୈଠକ - ଭାରତ-ଚୀନ କୂଟନୈତିକ ଆଲୋଚନା

ଶୁକ୍ରବାର ସୀମା ବିବାଦ ମାମଲାରେ ପରାମର୍ଶ ନେଇ WMCC ବୈଠକ ଅନୁଷ୍ଠିତ ହୋଇଥିଲା । ଖୁବ ଶୀଘ୍ର ନବମ ପର୍ଯ୍ୟାୟ ସୈନ୍ୟ ଆଲୋଚନା ଉପରେ ଭାରତ ଓ ଚୀନ ମଧ୍ୟରେ ସହମତି ପ୍ରକାଶ ପାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଅଢେଇ ମାସ ପରେ ଭାରତ-ଚୀନ ମଧ୍ୟରେ କୂଟନୈତିକ ଆଲୋଚନା, ଖୁବ ଶିଘ୍ର ବସିବ ନବମ ବୈଠକ

author img

By

Published : Dec 18, 2020, 7:44 PM IST

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଉତ୍ତେଜନା ଭିତରେ ଭାରତ ଓ ଚୀନ ମଧ୍ୟରେ ଦୀର୍ଘ ଅଢେଇ ମାସ ପରେ ଶୁକ୍ରବାର ସୀମା ବିବାଦ ମାମଲାରେ ପରାମର୍ଶ ନେଇ WMCC ବୈଠକ ଅନୁଷ୍ଠିତ ହୋଇଥିଲା । ଦୁଇ ଦେଶର ରାଷ୍ଟ୍ରଦୂତଙ୍କ ମଧ୍ୟରେ ଭର୍ଚୁଆଲ ମିଟିଂ ସମୟରେ ମସ୍କୋରେ ଭାରତ ଓ ଚୀନ ବୈଦେଶିକମନ୍ତ୍ରୀଙ୍କ 5 ସୂତ୍ରୀୟ ଏଜେଣ୍ଡା ଉପରେ ଚର୍ଚ୍ଚା ହୋଇଥିଲା । ତେବେ ଖୁବ ଶିଘ୍ର ନବମ ପର୍ଯ୍ୟାୟ ସୈନ୍ୟ ଆଲୋଚନା ଉପରେ ସହମତି ପ୍ରକାଶ ପାଇଥିବା ଜଣାପଡିଛି ।

WMCC ବୈଠକ ପରେ ବୈଦେଶିକମନ୍ତ୍ରୀ କହିଛନ୍ତି, ଦୁଇ ଦେଶର ବରିଷ୍ଠ ନେତାଙ୍କ ପକ୍ଷରୁ ଦିଆଯାଇଥିବା ଗାଇଡଲାଇନ ଆଧାରରେ ପଶ୍ଚିମ ସେକ୍ଟରର ଏଲଏସିକୁ ଲାଗିଥିବା ସମସ୍ତ ବିବାଦିତ ସ୍ଥାନରେ ସୈନ୍ୟ ପ୍ରତ୍ୟାହାର ନେଇ କାର୍ଯ୍ୟ କରାଯିବ । ଶେଷଥର ପାଇଁ WMCC ବୈଠକ ସେପ୍ଟେମ୍ବର 30ରେ ହୋଇଥିଲା । ଏହା 2012 ପରେ 19 ତମ ବୈଠକ ଥିଲା ।

ଭାରତ ଓ ଚୀନ ମଧ୍ୟରେ ପାଖାପାଖି 8 ମାସ ଧରି ସୀମାକୁ ନେଇ ବିବାଦ ଜାରି ରହିଛି । ଚଳିତ ବର୍ଷ ମେ 5ରେ ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ଉପୁଜିଥିଲା । ଏହା ପରେ କ୍ରମାଗତ ଉତ୍ତେଜନା ଲାଗିରହିଛି ।

WMCC ବୈଠକର ଦିନକ ପୂର୍ବରୁ ଗୁରୁବାର ଭାରତ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଥିଲା ଯେ ଚୀନ ସହ ଆଗକୁ ଆଲୋଚନା ମାଧ୍ୟମରେ ଉଭୟ ପକ୍ଷର ସୀମାରୁ ସୈନ୍ୟ ପ୍ରତ୍ୟାହାର ନେଇ କୌଣସି ନିର୍ଣ୍ଣାୟକ ନିଷ୍ପତ୍ତି ହୋଇପାରେ । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଉଭୟ ପକ୍ଷର ରାଷ୍ଟ୍ରଦୂତ ଓ ସୈନ୍ୟ ମାଧ୍ୟମ ଜରିଆରେ କ୍ରମାଗତ ସମ୍ପର୍କରେ ଅଛୁ । ଏହି ଚର୍ଚ୍ଚା ମାଧ୍ୟମରେ ଦୁଇ ପକ୍ଷଙ୍କୁ ପରସ୍ପରର ଆଭିମୁଖ୍ୟ ବାବଦରେ ଅବଗତ ହେବାକୁ ସହଯୋଗ ମିଳିଛି ।

ପୂର୍ବରୁ ଏକ ରିପୋର୍ଟରେ ସୂଚନା ମିଳିଥିଲା ଯେ ଦିପାବଳୀ ପୂର୍ବରୁ ପୂର୍ବ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଜାରି ସୀମା ବିବାଦର ହୋଇପାରେ ସମାଧାନ । ରିପୋର୍ଟ ଅନୁଯାୟୀ ଏଲଏସିରେ ସୈନ୍ୟ ପ୍ରତ୍ୟାହାର ନେଇ ଉଭୟ ଦେଶ ମଧ୍ୟରେ ସହମତ ଅଛନ୍ତି । ଏଥିସହ ଦୀପାବଳୀ ପୂର୍ବରୁ ଦୁଇ ଦେଶର ସେନା ନିଜ ନିଜ ସୀମା କ୍ଷେତ୍ରକୁ ଫେରିଯିବେ ବୋଲି ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.