ETV Bharat / bharat

ଲୁହାପଥର ଖଣିରେ ନକ୍ସଲଙ୍କ IED ବିସ୍ଫୋରଣ; ୨ ଶ୍ରମିକ ମୃତ, ଜଣେ ଗୁରୁତର - ଛତିଶଗଡ ନକ୍ସଲ ଆକ୍ରମଣ

ଛତିଶଗଡର ଏକ ଲୁହାପଥର ଖଣିରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣ । ୨ ଜଣ ଶ୍ରମିକ ମୃତ । ଅଧିକ ପଢନ୍ତୁ

ଛତିଶଗଡରେ ନକ୍ସଲଙ୍କ IED ବିସ୍ଫୋରଣ
ଛତିଶଗଡରେ ନକ୍ସଲଙ୍କ IED ବିସ୍ଫୋରଣ
author img

By ETV Bharat Odisha Team

Published : Nov 24, 2023, 2:17 PM IST

ରାୟପୁର: ଛତିଶଗଡରେ ରକ୍ତର ହୋଲି ଖେଳିଲେ ଲାଲବାହିନୀ । ଆଜି ଛତିଶଗଡ ନାରାୟଣପୁର ଜିଲ୍ଲାରେ ନକ୍ସଲମାନେ ବଡ ଧରଣର ଆଇଇଡି ବିସ୍ଫୋରଣ କରିଛନ୍ତି । ଗୋଟିଏ ଲୁହାପଥର ଖଣିରେ ଏହି ବିସ୍ଫୋରଣ ହୋଇଛି । ଏଥିରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇ ଥିବାବେଳେ ଜଣେ ଗୁରୁତର ଅଛନ୍ତି । ଆଜି ସକାଳ ୮ଟା ସମୟରେ ଶ୍ରମିକମାନେ ନାରାୟଣପୁର ସ୍ଥିତ ଆମଦାଇ ଖଣିକୁ କାମ କରିବା ପାଇଁ ଯାଉଥିବା ବେଳେ ଆକ୍ରମଣ ହୋଇଥିଲା । ଖଣି ଭିତରେ ନକ୍ସଲମାନେ ଖଞ୍ଜିଥିବା ଆଇଇଡି ଉପରେ ଶ୍ରମିକଙ୍କ ପାଦ ପଡିଯିବାରୁ ଏହା ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ବିସ୍ଫୋରଣରେ ଆହତ ଶ୍ରମିକଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ଅଛି । ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଛୋଟାଡୋଙ୍ଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ରାଜଧାନୀ ରାୟପୁର ଠାରୁ ୩୫୦ କିଲୋମିଟର ଦୂର ଡୋଙ୍ଗର ଥାନା ଅଞ୍ଚଳରେ ଥିବା ଲୁହାପଥର ଖଣିରେ ନକ୍ସଲମାନେ ଏଭଳି ବଡ ଧରଣର ଆକ୍ରମଣ ଘଟାଇଛନ୍ତି । ତେବେ ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ସମଗ୍ର ଅଞ୍ଚଳ ଥରି ଉଠିଥିଲା । ଏଥରେ ମୃତ ଶ୍ରମିକମାନେ ହେଲେ ୨୧ ବର୍ଷୀୟ ରିତେଶ ଗଗଡା ଏବଂ ୨୪ ବର୍ଷୀୟ ଶ୍ରବଣ ଗଗଡା । ଉଭୟଙ୍କ ଘର ନାରାୟଣପୁର ଜିଲ୍ଲାରେ । ବିସ୍ଫୋରଣ ପରେ ଶ୍ରବଣଙ୍କ ମୃତଦେହ ଦୂରକୁ ଛିଟକି ପଡିବାରୁ ତୁରନ୍ତ ତାଙ୍କର ପତ୍ତା ମିଳିନଥିଲା । ପରେ ଦୁର୍ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ସୁରକ୍ଷାକର୍ମୀ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଦ୍ବିତୀୟ ଦିନରେ ରଜୌରୀ ଏନକାଣ୍ଟର: 5 ଶହୀଦ, 2 ଆତଙ୍କୀ ନିପାତ

ଆମଦାଇ ଘାଟିରେ ଥିବା ଏହି ଲୁହାପଥର ଖଣିକୁ ଜୟସ୍ବାଲ ନେକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ(JINL)କୁ ଆବଣ୍ଟିତ କରାଯାଇଥିଲା । ନକ୍ସଲମାନେ ଏହାକୁ ତୀବ୍ର ବିରୋଧ କରିଆସୁଥିଲେ । ତେଣୁ ରାଗରେ ସେମାନେ ଖଣିରେ ଆଇଇଡି ଖଞ୍ଜିଥିଲେ । ଯାହାଫଳରେ ସବୁଦିନ ଭଳି ଆଜି ଶ୍ରମିକମାନେ ଯେତେବେଳେ କାମ କରିବାକୁ ଆସିଲେ, ତାଙ୍କ ପାଦ ଏହି ଆଇଇଡି ଉପରେ ପଡ଼ି ଯାଇଥିଲା ଏବଂ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା । ଏଥିରେ ଘଟଣାସ୍ଥଳରେ ହିଁ ରିତେଶଙ୍କ ମୃତ୍ୟୁ ଘଟିଥିଲା । ହଠାତ୍ ଶ୍ରବଣଙ୍କ କିଛି ଖୋଜଖବର ମିଳିନଥିଲା । ପରେ ସୁରକ୍ଷାକର୍ମୀ ବିସ୍ଫୋରଣ ସ୍ଥଳରୁ ତାଙ୍କର ମୃତଦେହ ଉଦ୍ଧାର କରିଥିଲେ ।

ଏନେଇ ଛୋଟାଡୋଙ୍ଗର ଏସଡିଓପି ଅଭିଷେକ ପୌକରା କହିଛନ୍ତି, ''ସବୁଦିନ ଭଳି ଆଜି ସକାଳେ ଶ୍ରମିକମାନେ କାମ କରିବାକୁ ଖଣିକୁ ଯାଉଥିଲେ । ଏହି ସମୟରେ ଜଣଙ୍କ ଗୋଡ ଆଇଇଡି ଉପରେ ପଡିଯାଇଥିଲା । ଫଳରେ ବିସ୍ଫୋରଣ ଘଟି ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ।''

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.