ETV Bharat / bharat

ବଡ ଏନକ୍ଲୋଜରକୁ ସ୍ଥାନାନ୍ତରଣ ପରେ ପ୍ରଥମ ଶିକାର କଲା ଚିତା - ଭାରତରେ ଆସିଥିବା ଆଫ୍ରିକୀୟ ଚିତା

ନାମ୍ବିଆରୁ ଭାରତ ଆସିିଥିବା ଚିତାର ପ୍ରଥମ ଶିକାର । ବଡ ଏନକ୍ଲୋଜରକୁ ସ୍ଥାନାନ୍ତରଣ ପରେ ପ୍ରଥମ ଶିକାର କରି ଖାଦ୍ୟ ଖାଇଲେ ଦୁଇ ଚିତା । ଗତକାଲି ଛୋଟ ଏନକ୍ଲୋଜରରୁ ବଡ ଏନକ୍ଲୋଜରକୁ ସ୍ଥାନାନ୍ତରିତ ହୋଇଥିଲେ ଦୁଇ ଚିତା(Cheetahs hunt in Kano national park) । ଅଧିକ ପଢନ୍ତୁ

ବଡ ଏନକ୍ଲୋଜରକୁ ସ୍ଥାନାନ୍ତରଣ ପରେ ପ୍ରଥମ ଶିକାର କଲା ଚିତା

author img

By

Published : Nov 7, 2022, 4:42 PM IST

Updated : Nov 7, 2022, 10:25 PM IST

ଭୋପାଲ: ନାମ୍ବିଆରୁ ଭାରତ ଆସିିଥିବା ଚିତାର ପ୍ରଥମ ଶିକାର । ଚିତା ପ୍ରକଳ୍ପ ମାଧ୍ୟମରେ ନାମ୍ବିଆରୁ ଭାରତ ଆସିିଥିବା ଚିତାଙ୍କ ମଧ୍ୟରୁ ଗତକାଲି ଦୁଇଟି ଚିତାକୁ ବଡ ଏନକ୍ଲୋଜରରେ ଛଡାଯାଇଥିଲା । ତେବେ ସ୍ଥାନାନ୍ତରଣର ମାତ୍ର 24 ଘଣ୍ଟା ମଧ୍ୟରେ ଏହି ଦୁଇ ଚିତା ସେମାନଙ୍କର ପ୍ରଥମ ଶିକାର କରିଛନ୍ତି (Cheetahs hunt in Kano national park) । ଚିତା ଦୁଇଟି ଶିକାର କରି ମାଂସ ଖାଇଥିବା ଏନକ୍ଲୋଜର ଦାୟିତ୍ବରେ ଥିବା DFO ପ୍ରଭାସ କୁମାର ବର୍ମା ସୂଚନା ଦେଇଛନ୍ତି । ଚିତା ଶିକାର କରି ଖାଦ୍ୟ ଗ୍ରହଣ କରିବା ପରେ ପ୍ରକଳ୍ପ ଦାୟିତ୍ବରେ ଥିବା ବନ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ବଡ ଏନକ୍ଲୋଜରକୁ ସ୍ଥାନାନ୍ତରଣ ପରେ ପ୍ରଥମ ଶିକାର କଲା ଚିତା

ଚଳିତବର୍ଷ ସେପ୍ଟେମ୍ବର 17 ତାରିଖରେ ଜନ୍ମଦିନ ଅବସରରେ ନାମ୍ବିଆରୁ ଆସିଥିବା ଏହି 8ଚିତାଙ୍କୁ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ଏହି ଚିତାଙ୍କୁ ଏକ ସ୍ବତନ୍ତ୍ର ଏନକ୍ଲୋଜରରେ ଛଡା ଯାଇଥିଲା । ଏକ ବନ୍ୟପ୍ରାଣୀ ବିଶେଷଜ୍ଞ ଟିମ ମଧ୍ୟ ଏହି ଚିତାଙ୍କ ନିରୀକ୍ଷଣ ପାଇଁ ଗଠନ କାରଯାଇଛି । ପରେ ସେମାନଙ୍କ ମଧ୍ୟରୁ 2ଟି ଚିତାକୁ ବଡ ଏନକ୍ଲୋଜରକୁ ସ୍ଥାନାନ୍ତରଣ କରାଯାଇଥିଲା । ଗତକାଲି ସ୍ଥାନାନ୍ତରିତ ହୋଇଥିବା 2 ଚିତା ସ୍ବାଭାବିକ ଭାବେ ଆଜି ଶିକାର କରି ଖାଦ୍ୟ ଗ୍ରହଣ କରିଛନ୍ତି (Cheetahs hunt in Kano national park) ।

ଏହା ମଧ୍ୟ ପଢନ୍ତୁ: ଫଟୋରେ ଖବର: କୁନୋ ଜାତୀୟ ଉଦ୍ୟାନରେ ଚିତା ଛାଡ଼ିଲେ ମୋଦି

ତେବେ ଚିତା ପ୍ରକଳ୍ପ ମାଧ୍ୟମରେ ପ୍ରାୟ 70ବର୍ଷ ପରେ ଚିତା ବାଘ ଆଣିଛନ୍ତି କେନ୍ଦ୍ର ସରକାର । ଆଫ୍ରିକୀୟ ଦେଶ ନାମ୍ବିଆ ସହ କେନ୍ଦ୍ର ସରକାରଙ୍କ କଥାବାର୍ତ୍ତା ପରେ ପ୍ରଥମ ପର୍ଯ୍ୟାୟରେ ମୋଟ 8ଟି ଚିତା ଅଣାଯାଇଛି । ତେବେ ବନ୍ୟପ୍ରାଣୀ ବିଷାରଦଙ୍କ ସୂଚନା ଅନୁସାରେ ବର୍ଷ 1947-48 ରେ ଭାରତର ଶେଷ ଚିତାକୁ ଶିକାର କରାଯାଇଥିଲା । ପରେ ଭାରତର ବିଭିନ୍ନ ସ୍ଥାନରେ ଥିବା ଜଙ୍ଗଲରେ ଚିତାଙ୍କ ଉପସ୍ଥିତି ନେଇ ଅନୁଧ୍ୟାନ କରାଯାଇଥିଲେ । ସେମାନେ ପ୍ରାୟ ବିଲୁପ୍ତ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ମତ ଦେଇଥିଲେ । 1952 ମହିହାରେ ଭାରତୀୟ ଜଙ୍ଗଲରେ ଚିତା ବାଘ ବଂଶ ସମ୍ପୂର୍ଣ୍ଣ ଲୋପ ପାଇସାରିଥିବା ଭାରତ ସରକାର ବିଧିବଦ୍ଧ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର, ଆଶା ଗର୍ଭବତୀ

ପରେ ଆଫ୍ରିକୀୟ ଦେଶମାନଙ୍କରେ ବହୁଳ ଭାବେ ଦୃଷ୍ଟିଗୋଚର ହେଉଥିବା ଚିତାକୁ ଭାରତ ଆଣି ପୁଣି ଥରେ ସେମାନଙ୍କ ବଂଶବୃଦ୍ଧି କରିବା ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା । ଏକାଧିକ ଦେଶ ସହ ଏହି ପ୍ରସଙ୍ଗରେ ବିଭିନ୍ନ ସରକାର ସମୟରେ ଆଲୋଚନା ହୋଇଥିଲେ ସୁଦ୍ଧା ଚଳିତବର୍ଷ ଭାରତକୁ 8ଟି ଚିତା ପ୍ରଦାନ ପାଇଁ ସହମତ ହୋଇଥିଲା ନାମ୍ବିଆ । ସେପ୍ଟେମ୍ବର 17ତାରିଖରେ ଏହି 8 ଚିତା ଏକ ସ୍ବତନ୍ତ୍ର ବିମାନରେ ମଧ୍ୟ ପ୍ରଦେଶ ଅଣାଯିବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ଜଙ୍ଗଲରେ ଛାଡିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 7, 2022, 10:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.