ETV Bharat / bharat

Kulgam Encounter: କାଶ୍ମୀର ପୋଲିସର ଖୁଲାସା, ନିହତ ୨ ଆତଙ୍କବାଦୀ ଜୈସ-ଏ-ମହମ୍ମଦ ସଦସ୍ୟ

author img

By

Published : Apr 24, 2022, 5:26 PM IST

ଗତକାଲି କାଶ୍ମୀରର କୁଲଗାମରେ ହୋଇଥିବା ଏନାକାଉଣ୍ଟରରେ ନିହତ 2 ଆତଙ୍କବାଦୀଙ୍କ ପରିଚୟ ସ୍ପଷ୍ଟ କଲା ପୋଲିସ । ଦୁଇ ଜୈସ-ଏ-ମହମ୍ମଦର ସକ୍ରିୟ ସଦସ୍ୟ । ଅଧିକ ପଢନ୍ତୁ

Kulgam Encounter: ଗତକାଲି ନିହତ 2 ଆତଙ୍କବାଦୀଙ୍କ ପରିଚୟ ସ୍ପଷ୍ଟ କଲା ପୋଲିସ

ଶ୍ରୀନଗର: ଶନିବାର ସନ୍ଧ୍ୟାରେ କାଶ୍ମୀରର କୁଲଗାମରେ ହୋଇଥିବା ଏନାକାଉଣ୍ଟର ଆଜି ଶେଷ ହୋଇଛି । ଏହି ଏନକାଉଣ୍ଚରରେ ନିହତ ହୋଇଥିବା ଦୁଇ ଆତଙ୍କୀଙ୍କ ପରିଚୟ ସ୍ପଷ୍ଟ ହୋଇଛି । ଦୁଇ ନିହତ ଆତଙ୍କବାଦୀ ଜୈସ-ଏ-ମହମ୍ମଦର ସକ୍ରିୟ ସଦସ୍ୟ ଥିଲେ ବୋଲି ଜଣାପଡିଛି । ଦୁଇ ନିହତ ଆତଙ୍କୀ ସୁଲତାନ ପଠାନ ଓ ଜାବିହୁଲ୍ଲା । ଏନେଇ ସବିଶେଷ ତଥ୍ୟ ରଖିଛି କାଶ୍ମୀର ପୋଲିସ ।

ଗତକାଲି ଉକ୍ତ ଅଞ୍ଚଳରେ ଆତଙ୍କୀ ଗତିବିଧି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଓ ଅର୍ଦ୍ଧ୍ବ-ସାମରିକ ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ପରେ ଗୁଳି ବିନିମୟରେ ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସେନା ସଫଳ ହୋଇଥିଲା ।

ଅନ୍ଧାର ଯୋଗୁ ଏନକାଉଣ୍ଟର ସ୍ଥିଗିତ ରଖାଯାଇଥିବା ବେଳେ ଆଜି ସକାଳୁ ପୁଣି ଥରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷା ବଳ । ତେବେ ଘଟଣାସ୍ଥଳରେ ଆଉ ଆତଙ୍କବାଦୀଙ୍କ ଉପସ୍ଥିତି ନଥିବା ସ୍ପଷ୍ଟ ହେବା ପରେ ଆଜି ପୂର୍ବାହ୍ନରେ ଏହି ଏନକାଉଣ୍ଟର ଅପରେସନ ଶେଷ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.