ETV Bharat / bharat

ବିବାହ ବନ୍ଧନରେ ବାନ୍ଧି ହେବେ ଅମର୍ତ୍ତ୍ୟ ଓ ଐଶ୍ବର୍ଯ୍ୟା

author img

By

Published : Nov 19, 2020, 12:06 PM IST

କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି(କେପିସିସି) ସଭାପତି ଡି.କେ ଶିବକୁମାରଙ୍କ ଝିଅ ଐଶ୍ବର୍ଯ୍ୟା ଭିଜି ସିଦ୍ଧାର୍ଥଙ୍କ ପୁଅ ଅମର୍ତ୍ତ୍ୟଙ୍କୁ ବିବାହ କରିବାକୁ ଯାଉଛନ୍ତି । ଆଜି ତାଙ୍କର ନିର୍ବନ୍ଧ । ଅଧିକ ପଢନ୍ତୁ...

ବିବାହ ବନ୍ଧନରେ ବାନ୍ଧି ହେବେ ଅମର୍ତ୍ତ୍ୟ ଓ ଐଶ୍ବର୍ଯ୍ୟା, ଆଜି ନିର୍ବନ୍ଧ

ବେଙ୍ଗାଲୁରୁ: ସାତ ଜନ୍ମ ପାଇଁ ସାଥି ହେବେ ଅମର୍ତ୍ତ୍ୟ ଓ ଐଶ୍ବର୍ଯ୍ୟା । କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି(କେପିସିସି) ସଭାପତି ଡି.କେ ଶିବକୁମାରଙ୍କ ଝିଅ ଐଶ୍ବର୍ଯ୍ୟା ଅମର୍ତ୍ତ୍ୟ ହେଜେଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଅମର୍ତ୍ତ୍ୟ ହେଉଛନ୍ତି କଫି କିଙ୍ଗ କୁହାଯାଉଥିବା ସିଦ୍ଧାର୍ଥ ହେଜେଙ୍କ ବଡ ପୁଅ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଏମ କୃଷ୍ଣଙ୍କ ନାତି । ଆଜି ବେଙ୍ଗାଲୁରୁର ଏକ ପ୍ରତିଷ୍ଠିତ ଘରୋଇ ହୋଟେଲରେ ସେମାନଙ୍କର ନିର୍ବନ୍ଧ ସମାରୋହ ଅନୁଷ୍ଠିତ ହେବ ।

ତେବେ କୋରୋନା ମହାମାରୀ ହେତୁ ନିର୍ବନ୍ଧ ସମାରୋହରେ କେବଳ ଘନିଷ୍ଠ ସମ୍ପର୍କୀୟ ଓ ପରିବାର ଲୋକ ଯୋଗଦାନ କରିବେ । ଆସନ୍ତା ଫେବୃୟାରୀ 19 ତାରିଖରେ ଏହି ବିବାହ ହେବ ବୋଲି ଆଶା କରାଯାଉଛି ।

ଗତବର୍ଷ ଭିଜି ସିଦ୍ଧାର୍ଥଙ୍କ ମୃତ୍ୟୁ ପୂର୍ବରୁ ଉଭୟଙ୍କ ବିବାହ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ମାତ୍ର ସେହି ସମୟରେ ଅମର୍ତ୍ତ୍ୟ ଆଉ କିଛି ଦିନ ଅପେକ୍ଷା କରିବାକୁ ଚାହୁଁଥିଲେ । ତେବେ ଶେଷରେ ଐଶ୍ବର୍ଯ୍ୟା ଓ ଅମର୍ତ୍ତ୍ୟ ସାତ ଜନ୍ମର ସାଥୀ ହେବାକୁ ଯାଉଛନ୍ତି ।

ଅମର୍ତ୍ତ୍ୟ ତାଙ୍କ ପିତାଙ୍କ ଦେହାନ୍ତ ପରେ କାଫେ କଫି ଡେର ବ୍ୟବସାୟିକ କାର୍ଯ୍ୟଭାର ସମ୍ଭାଳୁଛନ୍ତି । ଐଶ୍ବର୍ଯ୍ୟା ମଧ୍ୟ ନିଜ ପିତାଙ୍କ ଦ୍ବାରା ପରିଚାଳିତ ଇଞ୍ଜିନିୟରିଂ କଲେଜ ଗ୍ଲୋବାଲ ଏକଡେମୀ ଅଫ ଟେକ୍ନୋଲିଜିର ବୁଝାସୁଝା କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.