ETV Bharat / bharat

ଏଣିକି ଥାର୍ଡ ଡିଗ୍ରୀ ନୁହେଁ ସୁକ୍ଷ୍ମ କୌଶଳରେ ଅପରାଧିଙ୍କଠୁ ଆଦାୟ ହେବ ତଥ୍ୟ, ଟ୍ରେନିଂ ନେଉଛି ପୋଲିସ

ଅପରାଧୀ ଓ ଅଭିଯୁକ୍ତଙ୍କୁ ଜେରା ବେଳେ ବଳ ପ୍ରୟୋଗ ନୁହେଁ ବରଂ ସୁକ୍ଷ୍ମ କୌଶଳରେ ହେବ ତଥ୍ୟ ଆଦାୟ । ଆମେରିକା ଓ ନେଦରଲ୍ୟାଣ୍ଡ ଠାରୁ ଇଣ୍ଟୋରଗେସନର ସୁକ୍ଷ୍ମ କୌଶଳ ଶିଖିବ କୋଲକାତା ପୋଲିସ (Kolkata Police to borrow interrogation style from US Netherlands)। ଅଧିକ ପଢନ୍ତୁ

ଆମେରିକା ଓ ନେଦରଲ୍ୟାଣ୍ଡ ଠାରୁ ଇଣ୍ଟୋରଗେସନର କୌଶଳ ଶିଖିବ କୋଲକାତା ପୋଲିସ

author img

By

Published : Dec 4, 2022, 9:14 AM IST

କୋଲକାତା: ଅପରାଧୀ କିମ୍ବା ଅଭିଯୁକ୍ତଙ୍କୁ ଜେରା ବେଳେ ତଥ୍ୟ ହାସଲ କରିବା ପାଇଁ ସୁକ୍ଷ୍ମ ତରିକା ଆପଣାଇବ କୋଲକାତା ପୋଲିସ । ଏଥିପାଇଁ କୋଲକାତା ପୋଲିସ ଆମେରିକା ଓ ନେଦରଲ୍ୟାଣ୍ଡ ପୋଲିସ ବାହିନୀ ବ୍ୟବହାର କରୁଥିବା ଏକ ବିଶେଷ ଧରଣର କୌଶଳ ବ୍ୟବହାର କରିବ (Kolkata Police to borrow interrogation style from US Netherlands) । ଯେଉଁଥିରେ ପଚରାଉଚରା ସମୟରେ ଅଭିଯୁକ୍ତ କିମ୍ବା ଅପରାଧୀଙ୍କ ସହ ଅତି କୋମଳତାର ସହ କଥା ହେବା ସହ ସେମାନଙ୍କ ଆତ୍ମବିଶ୍ବାସ ହାସଲ କରିବାକୁ ଚେଷ୍ଟା କରାଯିବା । ଫଳରେ ବଳ ପ୍ରୟୋଗ ପରିବର୍ତ୍ତେ ଅତି ସହଜରେ ସେମାନଙ୍କ ଠାରୁ ଅପରାଧ ସମ୍ପର୍କିତ ସମସ୍ତ ତଥ୍ୟ ହାସଲ କରିବାରେ ପୋଲିସକୁ ସଫଳତା ମିଳିପାରିବ ।

କୌଣସି ଥାର୍ଡଡିଗ୍ରୀ ପରିବର୍ତ୍ତେ ଆମେରିକା ଓ ନେଦରଲ୍ୟାଣ୍ଡ ପୋଲିସ ଫୋର୍ସ ଏହି ବିଶେଷ ଧରଣର ଇଣ୍ଟୋରଗେସନ କୌଶଳ ବ୍ୟବହାର କରିଥାନ୍ତି । ଏହି ଦୁଇ ଦେଶର ପୋଲିସ ବଳ ଠାରୁ କୋଲକାତା ପୋଲିସ ଏହି କୌଶଳ ବ୍ୟବହାର କରିବା ଦିଗରେ ପ୍ରଶିକ୍ଷଣ ନେବାକୁ ନିଷ୍ପତ୍ତି ହୋଇଛି ।

ଭାରତୀୟ ପୋଲିସର ପାରମ୍ପାରିକ ଶୈଳୀରେ ବଳ ପ୍ରୟୋଗ କରି ଅଭିଯୁକ୍ତ କିମ୍ବା ଅପରାଧୀଙ୍କ ଠାରୁ ତଥ୍ୟ ହାସଲ ପ୍ରକ୍ରିୟାକୁ ବର୍ତ୍ତମାନ ସମୟରେ ମାନବିକ ଅଧିକାର ଆୟୋଗ ବାରଣ କରିଛି । ଏପରି କରିବା ବା ଅଭିଯୁକ୍ତଙ୍କୁ ପୋଲିସ ହେପାଜତରେ ଶାରୀରିକ କିମ୍ବା ମାନସିକ ନିର୍ଯାତନାର ଅଭିଯୋଗ ଆସିଲେ ତାହା ମଧ୍ୟ ପୋଲିସ ବିରୋଧରେ ଏକ ଅପରାଧ ଭାବେ ପଞ୍ଜିକୃତ ହେବାର ପ୍ରାବଧାନ ମଧ୍ୟ ରହିଛି । ଏପରି ସମୟରେ ପୂର୍ବ ପ୍ରଚଳିତ ପାରମ୍ପରିକ ଧାରା ବା ଜେରା ଶୈଳୀକୁ ଛାଡି ସୁକ୍ଷ୍ମ ଭାବେ ଏହାକୁ କରିବା ପାଇଁ କୋଲକାତା ପୋଲିସ ବିଦେଶରୁ ଏହି ପ୍ରଶିକ୍ଷଣ ନେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.