ETV Bharat / bharat

ବିବାଦୀୟ ଷ୍ଟାଟସକୁ ନେଇ ଅଶାନ୍ତ କୋହ୍ଲାପୁର: ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ, କର୍ଫ୍ୟୁ ଜାରି

author img

By

Published : Jun 8, 2023, 7:50 AM IST

କୋହ୍ଲାପୁରରେ ଔରଙ୍ଗଜେବଙ୍କ ଫଟୋକୁ ନେଇ ସୋସିଆଲ ମିଡିଆ ଷ୍ଟାଟସ ପରେ ସାମ୍ପ୍ରଦାୟିକ ଉତ୍ତେଜନା । ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । 19 ଜୁନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟକ୍ରମକୁ ନାହଁ ଅନୁମତି । ସହରରେ ଲାଗିଲା କର୍ଫ୍ୟୁ । ଅଧିକ ପଢନ୍ତୁ

କୋହ୍ଲାପୁରରେ ଔରଙ୍ଗଜେବଙ୍କ ଫଟୋ ପ୍ରଦର୍ଶନ ସାମ୍ପ୍ରଦାୟିକ ଉତ୍ତେଜନା, ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ ପରେ କର୍ଫ୍ୟୁ ଜାରି

ମୁମ୍ବାଇ: ମହାରାଷ୍ଟ୍ରର କୋହ୍ଲାପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ସାମ୍ପ୍ରଦାୟିକ ସଂଘର୍ଷ ପରେ ଗତକାଲି (ବୁଧବାର) ସମଗ୍ର କୋହ୍ଲାପୁରରେ କର୍ଫ୍ୟୁ ଲାଗୁ କରାଯାଇଛି । ଅହମ୍ମଦ ନଗରରେ କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକଙ୍କ ଦ୍ବାରା ସୋସିଆଲ ମିଡିଆ ଷ୍ଟାଟସରେ ଶପ୍ତଦଶ ଶତାବ୍ଦୀର ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଫଟୋ ପ୍ରଦର୍ଶନ କରାଯିବା ସହ କର୍ଣ୍ଣାଟକର ଟିପୁ ସୁଲତାନଙ୍କ ଫଟୋ ବ୍ୟବହାର ଆପତ୍ତିଜନକ ଅଡିଓ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ କିଛି ଦକ୍ଷିଣପନ୍ଥୀ ସଂଗଠନ ରାସ୍ତାକୁ ଓହ୍ଲାଇବା ସହ କୋହ୍ଲାପୁର ବନ୍ଦ ଡାକରା ଦେଇଥିଲେ । ଏହି ଘଟଣାରେ ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ ଘଟଣା ସାମ୍ନାକୁ ଆସିଛି ।

ଉଭୟ ଗୋଷ୍ଠୀ ମଧ୍ୟରେ ପଥରମାଡ ଓ ଆକ୍ରମଣ ଘଟଣା ସାମ୍ନାକୁ ଆସିବା ପରେ ପୋଲିସକୁ ଭିଡ ନିୟନ୍ତ୍ରଣ କରିବା ପାଇଁ ଲାଠି ଚାର୍ଜ କରିବା ସହ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରିବାକୁ ପଡିଥିଲା । ପରେ ଏହି ଘଟଣାକୁ ନେଇ ସୋସିଆଲ ମିଡିଆ ପୋଷ୍ଟ କାରଣରୁ ପୁଣି ବିବାଦ ଓ ଉତ୍ତେଜନା ଦେଖାଯାଇଥିଲା । ଏହି କାରଣରୁ କୋହ୍ଲାପୁରରେ ଇଣ୍ଟରନେଟ ସେବା ସାମୟିକ ଭାବେ ବନ୍ଦ କରାଯିବା ସହ ସମଗ୍ର ଟାଉନରେ କର୍ଫ୍ୟୁ ମଧ୍ୟ ଜାରି କରାଯାଇଛି । ସହରର ସମ୍ବେଦନଶୀଳ ସ୍ଥାନର ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ଆସନ୍ତା 19 ତାରିଖ ପର୍ଯ୍ୟନ୍ତ କୌଣସି ସଭାସମିତି କିମ୍ବା କାର୍ଯ୍ୟକ୍ରମକୁ ଅନୁମତି ମିଳିବ ନାହିଁ ବୋଲି ପ୍ରଶାସନ କହିଛି ।

ଅନ୍ୟପଟେ ହୋଇଥିବା ହିଂସାରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବର୍ତ୍ତମାନ ସୁଦ୍ଧା କେହି ଗିରଫ ହୋଇନଥିବା ବେଳେ ହିଂସାରେ ସାମିଲ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କହିଛି । କୌଣସି ସାମ୍ପ୍ରଦାୟିକ ସଭା ଆୟୋଜନ କିମ୍ବା ବିବାଦୀୟ ମନ୍ତବ୍ୟ ଓ ସୋସିଆଲ ମିଡିଆ ପୋଷ୍ଟ ଉପରେ ନଜର ରଖାଯାଇଛି । ଏବେ ସହରରେ ଇଣ୍ଟରନେଟ ସେବା ବନ୍ଦ ଥିବା ବେଳେ ସୋସିଆଲ ମିଡିଆରେ ଧର୍ମୀୟ ଉତ୍ତେଜନା ସୃଷ୍ଟି କରିବା ପରି କୌଣସି ପୋଷ୍ଟ କଲେ ଦୃଢ କର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବା ନେଇ ପୋଲିସ କହିଛି ।

ସହରର ବିଭିନ୍ନ ସ୍ଥାନରେ ପୋଲିସ ଓ ଅର୍ଦ୍ଧସାମରିକ ବଳର ଯବାନ ମୁତୟନ ହେବା ସହ ସ୍ଥିତି ଉପରେ ନଜର ରଖାଯାଇଛି । ପୋଲିସର ଏକାଧିକ ଟିମ ପାଟ୍ରୋଲିଂରେ ଲାଗିଛନ୍ତି । କେଉଁଠାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଦୃଶ୍ୟମାନ ହେଲେ ବଳ ପ୍ରୟୋଗ କରିବାକୁ ପ୍ରଶାସନ ନିର୍ଦ୍ଦେଶ ମଧ୍ୟ ଦେଇଛି । ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.