ETV Bharat / bharat

Budhi Diwali: ଏଇଠି ମାସେ ପରେ ପାଳନ ହୁଏ ଦୀପାବଳି ପର୍ବ, ରହିଛି ଅନନ୍ୟ ପରମ୍ପରା - ଦୀପାବଳି ୨୦୨୩

ଛୋଟି, ବଡ଼ି ଦିୱାଲି ନାଁ ତ ଆପଣ ଶୁଣିଥିବେ । ବୁଢୀ ଦିୱାଲି ନାଁ ଶୁଣିଛନ୍ତି କି ? ଉତ୍ତରାଖଣ୍ଡର ଏପରି ଏକ ସ୍ଥାନ ରହିଛି ଯେଉଁଠି ଦୀପାବଳିର ଠିକ୍‌ ମାସେ ପରେ ପାଳିତ ହୋଇଥାଏ ବୁଢୀ ଦୀପାବଳି । ଜାଣନ୍ତୁ କଣ ରହିଛି କାରଣ ଓ ପରମ୍ପରା ।

Budhi Diwali
Budhi Diwali
author img

By ETV Bharat Odisha Team

Published : Nov 12, 2023, 7:27 PM IST

ଡେରାଡୁନ: ଆଲୋକର ପର୍ବ ଦୀପାବଳି ଆଜି ସାରା ଦେଶରେ ଧୁମଧାମର ସହିତ ପାଳନ ହେଉଛି । ଲୋକେ ଉଲ୍ଲାସର ସହିତ ଦୀପ ଜାଳି ଏହି ପର୍ବକୁ ପାଳନ କରିଛନ୍ତି । ତେବେ ଆପଣ ଜାଣିଛନ୍ତି କି ଉତ୍ତରାଖଣ୍ଡର ଏପରି ଏକ ସ୍ଥାନ ରହିଛି ଯେଉଁଠି ଏକ ମାସ ପରେ ପାଳିତ ହୋଇଥାଏ ଦୀପାବଳି ଉତ୍ସବ । ରାଜଧାନୀ ଡେରାଡୁନ ନିକଟ ଜୌନସୋର ବାବର ଆଦିମ ଜନଜାତି ଅଞ୍ଚଳ ଆଜିଠୁ ଠିକ୍‌ ମାସେ ପରେ ପାଳିତ ହୋଇଥାଏ ବୁଢୀ ଦୀପାବଳି । ଏଠାରେ ପାରମ୍ପରିକ ଲୋକ ସଂସ୍କୃତିର ଝଲକ ଦେଖିବାକୁ ମିଳିଥାଏ ।

Budhi Diwali
ହାତରେ ମଶାଲ ଧରି ଦୀପାବଳି ପାଳୁଛନ୍ତି ଆଦିମ ଜନଜାତି

ଡେରାଡୁନ ଜିଲ୍ଲାର ଜୌନସୋର ବାବର ଆଦିମ ଜନଜାତି ଆଜି ବି ନିଜ ପରମ୍ପରା ଜୀବିତ ରଖିଛନ୍ତି । ଏଠାରେ ସାରା ଦେଶ ଦୁନିଆ ଠାରୁ ଭିନ୍ନ ହୋଇ ଦୀପାବଳିଠୁ ମାସେ ପରେ ଆଲୋକର ପର୍ବ ଦୀପାବଳି ପାଳନ କରିଥାନ୍ତି । ଯାହାକୁ 'ବୁଢୀ ଦୀପାବଳି' ବୋଲି କୁହାଯାଏ । ଦୀପାବଳିରେ ଯେଉଁଠି ଦେଶବାସୀ ବାଣ ଫୁଟାଇ ମଜା କରନ୍ତି, ସେତେବେଳେ ଏଠାକାର ଜନଜାତିର ଲୋକେ ପାରମ୍ପରିକ ଢଙ୍ଗରେ ନାଚଗୀତ ସହ ବାଜା ବଜାଇ ଦୀପାବଳି ପାଳନ କରିଥାନ୍ତି । କହିବାକୁ ଗଲେ ଏଠାକାର ଲୋକେ ଇକୋ-ଫ୍ରେଣ୍ଡଲି ଦୀପାବଳି ପାଳନ କରିଥାନ୍ତି । ନା ଏଠି ବାୟୁ ପ୍ରଦୂଷଣ ହୁଏ ନା ଶବ୍ଦ ପ୍ରଦୂଷଣ ।

Budhi Diwali
ପାରମ୍ପରିକ ଢଙ୍ଗରେ ଦୀପାବଳି ପାଳନ

ଏହା ବି ପଢନ୍ତୁ- Watch: ସେବାୟତଙ୍କ ସହ ମନ୍ତ୍ର ପଢି ବଡ଼ବଡୁଆ ଡାକିଲେ ବିଦେଶୀ ପର୍ଯ୍ୟଟକ, ବଡ଼ଦାଣ୍ଡରେ ଜମିଲା ଭିଡ଼

ଜୌନସୋର ବାବର ଠାରେ ବୁଢୀ ଦୀପାବଳି କିଛି ଦିନ ପର୍ଯ୍ୟନ୍ତ ପାଳନ କରାଯାଏ । ଏଠାରେ ବୁଢୀ ଦୀପାବଳି ଏକ ପ୍ରମୁଖ ପର୍ବ । ଏଠାରେ ମଶାଲ ଜଳାଯାଇ ଦୀପାବଳି ପାଳନ କରାଯାଏ । ଗାଁର ଲୋକେ ପାରମ୍ପରିକ ବସ୍ତ୍ର ଓ ଅଳଙ୍କାରମାନ ପରିଧାନ କରି ଗୋଟିଏ ସ୍ଥାନରେ ଏକତ୍ରିତ ହୋଇଥାନ୍ତି । ଏହାପରେ ପାରମ୍ପିରକ ବାଦ୍ୟଯନ୍ତ୍ର ସାଙ୍ଗକୁ ମଶାଲ ଜଳାଯାଏ । ଲୋକେ ହାତରେ ମଶାଲ ଧରିଥିବା ବେଳେ ମହିଳାମାନେ ପରସ୍ପରର ଅଣ୍ଟାରେ ହାତ ଛନ୍ଦି ନୃତ୍ୟ କରିଥାନ୍ତି । ଏହାକୁ ସ୍ଥାନୀୟ ଭାଷାରେ 'ବିରୁଡି ପର୍ବ' ବୋଲି ମଧ୍ୟ କୁହାଯାଏ ।

କାହିଁକି ପାଳନ ହୁଏ 'ବୁଢୀ ଦୀପାବଳି': ଜୌନସୋର ବାବର ଆଦିମ ଜନଜାତିଙ୍କ ଅଞ୍ଚଳ । ବୁଢୀ ଦୀପାବଳି ପର୍ବ ପାଳନ ପଛରେ ଅନେକ ଲୋକକଥା ରହିଛି । ଏଠାକାର ବୁଦ୍ଧିଜୀବୀ କୁହନ୍ତି ଯେ ଏହି ଅଞ୍ଚଳଟି ପାହାଡରେ ଘେରି ରହିଛି । ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ର ଅଯୋଧ୍ୟା ଫେରିବା ଖବର ଏଠାରେ ବିଳମ୍ବରେ ପହଞ୍ଚିଥିଲା । ଏହି କାରଣରୁ ଏଠାକାର ଲୋକେ ମାସେ ପରେ ଦୀପାବଳି ପାଳନ କରିଥାନ୍ତି । ଅନ୍ୟ ଏକ ଲୋକକଥା ଅନୁସାରେ ଜୌନସୋର ବାବର ଏକ କୃଷି ପ୍ରଧାନ ଅଞ୍ଚଳ । ଏଣୁ ଏଠାକାର ଲୋକେ ଚାଷକାର୍ଯ୍ୟରେ ବ୍ୟସ୍ତ ରୁହନ୍ତି । ଦୀପାବଳିଠାରୁ ଠିକ ମାସେ ପରେ ଅମଳ ସମୟ ଆସୁଥିବାରୁ ଏହି ସମୟରେ ଦୀପାବଳି ପାଳନ ହୁଏ । ଏଠାରେ ୫ ଦିନ ଧରି ବୁଢୀ ଦୀପାବଳି ପାଳନ କରାଯାଏ । ଏହି ସମୟରେ ଗାଁର ମାହୋଲ ବେଶ ରୋଚକପୂର୍ଣ୍ଣ ରହିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.