ETV Bharat / bharat

Amyloidosis Disease: ନେଇଗଲା ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ମୁଶରଫଙ୍କ ଜୀବନ, ଜାଣନ୍ତୁ କିପରି ଘାତକ - ପରଭେଜ ମୁଶରଫଙ୍କ ଦେହାନ୍ତ

ଆମିଲୋଇଡୋସିସ ଏକ ବିରଳ ରୋଗ । ଏହି ରୋଗରେ ପୀଡ଼ିତ ହୋଇ ରବିବାର ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ଦେହାନ୍ତ ଘଟିଛି । ତେବେ ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ ଓ ନିରାକରଣ । ଅଧିକ ପଢନ୍ତୁ

Amyloidosis Disease
Amyloidosis Disease
author img

By

Published : Feb 5, 2023, 6:24 PM IST

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରଭେଜ ମୁଶରଫଙ୍କ ଆମିଲୋଇଡୋସିସ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ଘଟିଛି । ସେ ଅନେକ ବର୍ଷ ଧରି ଏହି ରୋଗରେ ପୀଡ଼ିତ ହୋଇଥିଲେ । ସପ୍ତାହେ ତଳେ ଦୁବାଇର ଏକ ଆମେରିକାନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ୭୯ବର୍ଷ ବୟସରେ ମୃତ୍ୟୁ ଘଟିଛି । ଗତ ୨୦୧୮ ମସିହାରୁ ସେ ଏହି ରୋଗରେ ପୀଡ଼ିତ ହୋଇଥିଲେ । ତେବେ ଆସନ୍ତୁ ଜାଣିବା କଣ ଏହି ରୋଗ ଓ ଏହାର ଲକ୍ଷଣ ।

ଏହି ବିରଳ ରୋଗରେ ୨୦୧୮ ମସିହାରେ ପୀଡ଼ିତ ହୋଇଥିବା ନେଇ ଅଲ ପାକିସ୍ତାନ ମୁସଲିମ ଲିଗ(APML) ଦ୍ବାରା ଘୋଷଣା କରାଯାଇଥିଲା । ଆମିଲୋଇଡୋସିସ ରୋଗରେ ଜଣେ ବ୍ୟକ୍ତି ପୀଡ଼ିତ ହେବା ପରେ ତାର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇଯାଏ । ଶରୀରରେ ଆମିଲଏଡ (Amyloid) ପ୍ରୋଟିନ କ୍ଷରଣ ହେଲେ ଏହି ରୋଗ ହୋଇଥାଏ । ଏହି ପ୍ରୋଟିନ କ୍ଷରିତ ହେବା ପରେ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଠିକ ଭାବେ କାର୍ଯ୍ୟ କରିନଥାଏ । ଏହା ସମସ୍ତ ଅଙ୍ଗ କାର୍ଯ୍ୟପ୍ରଣାଳୀ ଉପରେ ପ୍ରଭାବ ପକାଇଥାଏ ।

ଏହି ରୋଗ ଦ୍ବାରା ହୃତପିଣ୍ଡ, ଯକୃତ, କିଡନୀ, ସ୍ନାୟୁ ଓ ହଜମ ପ୍ରକ୍ରିୟା ଉପରେ ଗଭୀର ପ୍ରଭାବ ପକାଇଥାଏ । ଅନ୍ୟ ରୋଗ ସହିତ ମଧ୍ୟ ଆମିଲୋଇଡୋସିସ ରୋଗ ହୋଇଥାଏ । ଅନ୍ୟ ରୋଗର ଚିକିତ୍ସା ବେଳେ ଏଥିରେ ମଧ୍ୟ ସୁଧାର ଆସିଥାଏ । କିନ୍ତୁ ବେଳେ ବେଳେ ସ୍ଥିତି ଏପରି ହୋଇଥାଏ ଯେ ଆମିଲୋଇଡୋସିସ ଯୋଗୁଁ ରୋଗାକ୍ରାନ୍ତ ବ୍ୟକ୍ତିର ଅଙ୍ଗ ପ୍ରତ୍ୟଙ୍ଗ କାମ କରିବା ବନ୍ଦ କରିଦେଇଥାଏ । ଯାହାକି ରୋଗୀଙ୍କୁ ମୃତ୍ୟୁମୁଖକୁ ଠେଲି ଦିଏ ।

ଏହା ବି ପଢନ୍ତୁ- Pervez Musharraf Journey: ପାକିସ୍ତାନୀ ଆର୍ମି ଅଫିସରରୁ ରାଷ୍ଟ୍ରପତି ପର୍ଯ୍ୟନ୍ତ ଯାତ୍ରା

ଲକ୍ଷଣ:- ରୋଗୀଟିଏ ଆମିଲୋଇଡୋସିସ ରୋଗରେ ପୀଡ଼ିତ ହେବା ପରେ ମଧ୍ୟ ଲକ୍ଷଣ ସେତେଟା ଦେଖାଯାଇନଥାଏ । କାରଣ ଲକ୍ଷଣ ଭିନ୍ନ ହୋଇଥାଏ, ଯାହା ଆଧାରରେ ରୋଗୀର ଅଙ୍ଗ ପ୍ରଭାବିତ ହୋଇଥାଏ । ଆମିଲୋଇଡୋସିସ ରୋଗର ଲକ୍ଷଣ ଗୁଡିକ ହେଉଛି ଥକ୍କାପଣ, ଦୁର୍ବଳ ଲାଗିବା, ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହେବା, ଶରୀରର ଅଙ୍ଗ ଶୁଖିଯିବା ସହ ଝିମଝିମ ହୋଇଯିବା, ହାଥ ଓ ପାଦରେ ଯନ୍ତ୍ରଣା, ଜିଭରେ ଛାଲ ପଡ଼ିବା, ତ୍ବଚାରେ ପରିବର୍ତ୍ତନ (ଯେପରିକି ଚର୍ମ ମୋଟା ଲାଗିବା, ସହଜରେ ଛାଲ ପଡ଼ିବା) । ବେଳେବେଳେ ଆଖି ବାଇଗଣୀ ରଙ୍ଗ ପରି ମଧ୍ୟ ଦେଖାଯାଏ ।

ଚିକିତ୍ସା:- ମାରାତ୍ମକ କର୍କଟ ରୋଗର ଚିକିତ୍ସା ଲାଗି ପାୱାରଫୁଲ ମେଡିସିନର ବ୍ୟବହାର ହୋଇଥାଏ । ଏହି ରୋଗରେ ମଧ୍ୟ ରୋଗୀର ଚିକିତ୍ସା ଲାଗି ଶକ୍ତିଶାଳୀ ଔଷଧର ବ୍ୟବହାର କରାଯାଏ । ଶରୀରରେ ଆମିଲଏଡ ପ୍ରୋଟିନ ତିଆରିକୁ ହ୍ରାସ କରିବା ଲାଗି ମଧ୍ୟ ରୋଗୀକୁ ଔଷଧ ଦିଆଯାଇଥାଏ । ଫଳରେ ଧୀରେଧୀରେ ରୋଗୀର ଲକ୍ଷଣ ଦେଖାଯିବା ବନ୍ଦ ହେବା ସହ ଶରୀର ସୁସ୍ଥ ହୋଇଥାଏ । ଏହାସହ ଅଙ୍ଗ ପ୍ରତ୍ୟଙ୍ଗର କୋଷକୁ ପୁନଃ କାର୍ଯ୍ୟକ୍ଷମ କରିବା ଲାଗି ଔଷଧର ବ୍ୟବହାର ହୋଇଥାଏ ।

ଡାକ୍ତରଙ୍କ ପରାମର୍ଶ କେତେବେଳେ ନେବେ ?:- ଏହି ଉପରୋକ୍ତ ଲକ୍ଷଣ ଦେଖାଦେଲେ ଏହାକୁ ଅବହେଳା କରିବା ଉଚିତ ନୁହେଁ । ସଙ୍ଗେସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଶରୀରରେ କଣ ପରିବର୍ତ୍ତନ ଆସିଛି, ସେନେଇ ଡାକ୍ତରଙ୍କୁ ଭଲ ଭାବେ ଅବଗତ କରାଇବା ଉଚିତ । ପ୍ରାଥମିକ ଅବସ୍ଥାରୁ ସମସ୍ତ ରୋଗର ନିରାକରଣ ରହିଥାଏ । ଏଣୁ ଶରୀରରେ ଏପରି ଲକ୍ଷଣ ଦେଖାଦେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେବା ଦରକାର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.