ETV Bharat / bharat

Azadi ka Amrit Mahotsav: ସମାଜ ପାଇଁ ଆଦର୍ଶ, ରାଜନୀତିରେ ନୂଆ ଇତିହାସ ଲେଖିଛନ୍ତି ଏହି ନେତ୍ରୀ

ଭାରତ ସ୍ବାଧୀନ ହେବାପରଠୁ ଆଜି ଯାଏଁ ରାଜନୀତି କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରି ଆସିଛନ୍ତି ମହିଳା ନେତ୍ରୀ । ପୁରୁଷ ପ୍ରାଧାନ୍ୟ ସମାଜରେ ରାଜନୀତି ରଣକ୍ଷେତ୍ରକୁ ଆସି ସେମାନେ ପାଲଟିଛନ୍ତି ରଣାଙ୍ଗନା । ଭାରତୀୟ ରାଜନୀତି ପାଇଁ ଏଭଳି ନାରୀ ନେତ୍ରୀଙ୍କ ଅବଦାନ ଅତୁଳନୀୟ । ଅଧିକ ପଢ଼ନ୍ତୁ

Azadi ka Amrit Mohatsav: ସମାଜ ପାଇଁ ଆଦର୍ଶ, ରାଜନୀତିରେ ନୂଆ ଇତିହାସ ଲେଖିଛନ୍ତି ଏହି ନେତ୍ରୀ

author img

By

Published : Aug 10, 2022, 5:56 PM IST

ନୂଆଦିଲ୍ଲୀ: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତିକୁ ନେଇ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି ଭାରତ । ୧୯୪୭ରେ ଭାରତ ସ୍ବାଧୀନ ହେବାପରେ ଭାରତୀୟ ରାଜନୀତି ସୁଦୃଢ଼ ହୋଇଥିଲା । ପୁରୁଷ ପ୍ରାଧାନ୍ୟ ସମାଜରେ ରାଜନୀତିରେ ସକ୍ରିୟ ହୋଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅନେକ ମହିଳା ନେତ୍ରୀ । ଲୋକଙ୍କ ସ୍ବାର୍ଥ ପାଇଁ ଲଢ଼ିବା ଦିଗରେ ଏହି ସବୁ ନାରୀ ନେତ୍ରୀଙ୍କ ଅସୀମ ଅବଦାନ ରହିଛି । ଏଭଳି ନେତ୍ରୀଙ୍କ ଜୀବନର ସଂଘର୍ଷ ଓ ଅବଦାନ ଉପରେ ଥରେ ନଜର ପକାନ୍ତୁ...

ଇନ୍ଦିରା ପ୍ରିୟଦର୍ଶିନୀ ଗାନ୍ଧୀ

ପଣ୍ଡିତ ଜବାହରଲାଲ ନେହୁରୁଙ୍କ ସୁପୁତ୍ରୀ ଥିଲେ ଇନ୍ଦିରା ଗାନ୍ଧୀ । ୧୯୧୭ ମସିହା ନଭେମ୍ବର ୧୯ ତାରିଖରେ ଆଲ୍ଲାହାବାଦ୍‌ରେ ଇନ୍ଦିରା ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିଲା ଦିନ ଏତେଟା ଭଳ ନଥିଲା । ମା’ କମଳା ନେହୁରୁଙ୍କ ଯକ୍ଷ୍ମାରୁ ମୃତ୍ୟୁ ହୋଇଥିଲା । ବାପା ନେହୁରୁ ପ୍ରାୟତଃ ସମୟ ବାହାରେ ରହୁଥିଲେ । ପ୍ରାୟ ସମୟ ସେ ଏକୁଟିଆ ଦିନ କାଟୁଥିଲେ ।

ବିଶ୍ବଭାରତୀ ବିଶ୍ବବିଦ୍ୟାଳୟରୁ ପଢ଼ା ଶେଷ କରି ସେ ଅକ୍ସଫୋର୍ଡ ୟୁନିଭର୍ସିଟିରେ ପଢ଼ିବାକୁ ଚାଲି ଯାଇଥିଲେ । ଇତିହାସରେ ପ୍ରବୀଣ ଥିଲେ ଇନ୍ଦିରା । ତେବେ ବାରମ୍ବାର ସ୍ବାସ୍ଥ୍ୟ ସମସ୍ୟା ପରେ ସେ ୧୯୪୧ରେ ଭାରତ ଫେରି ଆସିଥିଲେ । ଏହାପରେ ୧୯୫୦ରୁ ଜାତୀୟ କଂଗ୍ରେସର ସଭାପତି ହୋଇଥିଲେ । ଏହିଠାରୁ ଆରମ୍ଭ ହୋଇଥିଲା ତାଙ୍କ ରାଜନୈତିକ କ୍ୟାରିଅର ।

ପ୍ରଥମେ ସେ ଭାରତର ଭାରତୀୟ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଦାୟିତ୍ବରେ ରହିଥିଲେ । ଏହାପରେ୧୯୬୬ ମସିହାରୁ ସେ ଭାରତର ଭାରତର ତୃତୀୟ ତଥା ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । ଏହି ସମୟରେ ସେ ବୈଦେଶିକ ବ୍ୟାପାର ବିଭାଗ ମଧ୍ୟ ନିଜ ପାଖରେ ରଖିଥିଲେ । ସେ ପ୍ରଧାନମନ୍ତ୍ରୀ ଥିବା ବେଳେ ହିଁ ଭାରତ-ଚୀନ ମଧ୍ୟରେ ସୀମାକୁ ନେଇ ଯୁଦ୍ଧ ହୋଇଥିଲା । ଖଲିସ୍ତାନୀ ଆନ୍ଦୋଳନକୁ ଦମନ କରିବାରେ ସେ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲେ । ଏଥିପାଇଁ ସେ ବ୍ଲୁ-ଷ୍ଟାର୍‌ ଭଳି ଅପରେସନ କରିଥିଲେ । ଏଥିପାଇଁ ସିଖ୍‌ ସମ୍ପ୍ରଦାୟର ରୋଷର ଶିକାର ଥିଲେ । ଯାହାର ପରିଣାଣ ସ୍ବରୂପ ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ତାଙ୍କ ଅଙ୍ଗରକ୍ଷୀମାନେ ତାଙ୍କୁ ହତ୍ୟା କରିଥିଲେ ।

ସୂଚେତା କ୍ରିପାଳିନୀ

ପଞ୍ଜାବର ତତ୍କାଳୀନ ଅମ୍ବାଲାରେ 1908 ମସିହା ଜୁନ୍‌ ୨୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ସୂଚେତା କ୍ରିପାଳିନୀ । ମାତ୍ର ୧୦ ବର୍ଷ ବୟସରେ ଜାଲିଆନାୱାଲାବାଗ୍‌ କାଣ୍ଡ ବିଷୟରେ ଶୁଣି ସେ ପ୍ରଭାବିତ ହୋଇଥିଲେ । ବାପା ସୁରେନ୍ଦ୍ରନାଥ ମଜୁମ୍‌ଦାର ଜଣେ ମେଡିକାଲ ଅଫିସର ଥିଲେ । ସୂଚେତା ଓ ତାଙ୍କ ଭଉଣୀ ସୁଲେଖା ଉଭୟ ସ୍ବାଧୀନତା ସଂଗ୍ରାମରେ ଭାଗ ନେବାକୁ ବ୍ୟାଗ୍ର ଥିଲେ ।

ଲହୋରରେ କିନ୍ନାଡ କଲେଜରେ ପାଠ ପଢ଼ିବା ବେଳେ ସୂଚେତାଙ୍କ ବାଇବେଲ୍‌ ଶିକ୍ଷକ ହିନ୍ଦୁ ଧର୍ମକୁ ନେଇ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ସୂଚେତା ତାଙ୍କ ବାପାଙ୍କୁ ଜଣାଇବା ସହ ଜବାବ ଦେବକୁ ହିନ୍ଦୁ ଧର୍ମ ବିଷୟରେ ଧାରଣା ନେଇଥିଲେ । ଏହାପରେ ଶିକ୍ଷକଙ୍କ ଆପତ୍ତିଜନକ ମନ୍ତବ୍ୟର ଉଚିତ ଜବାବ ଦେଇଥିଲେ । ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍‌ କଲେଜରୁ ପାଠ ପଢ଼ିବା ପରେ ସେ ୧୯୩୬କେ ଜେବି କ୍ରିପାଲିନୀଙ୍କୁ ବିବାହ କରିଥିଲେ । ଯିଏ କି ଜାତୀୟ କଂଗ୍ରେସର ଜଣେ ଜଣାଶୁଣା ଚେହେରା ଥିଲେ ।

ଭାରତଛାଡ଼ ଆନ୍ଦୋଳନରେ ସେ ବେଶ ସକ୍ରିୟ ଥିଲେ । ଏହାପରେ ବିଭାଜନ ହିଂସା ବେଳେ ଲଗାତାର ଗାନ୍ଧିଜୀଙ୍କ ସହ କାମ କରୁଥିଲେ । ସ୍ବାଧୀନତା ପରେ ମଧ୍ୟ ସେ ରାଜନୀତିରେ ସକ୍ରିୟ ରହିଥିଲେ । ୧୯୪୦ରେ ପ୍ରତିଷ୍ଠିତ ସର୍ବଭାରତୀୟ ମହିଳା କଂଗ୍ରେସ ପ୍ରତିଷ୍ଠାତା ଥିଲେ ସୂଚେତା କ୍ରିପାଳିନୀ । ତା ସହିତ ୧୯୬୩ରେ ସ୍ବାଧୀନ ଭାରତରେ ଉତ୍ତର ପ୍ରଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଉତ୍ତର ପ୍ରଦେଶର ଏକ ମାତ୍ର ବଙ୍ଗାଳୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହାପୂର୍ବରୁ ସେ ୧୯୬୦ରୁ ୧୯୬୩ ପର୍ଯ୍ୟନ୍ତ ବିଧାୟକ ଭାବରେ ନିର୍ବାଚିତ । ୧୯୭୪ ମସିହା ଡିସେମ୍ବର ୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସୁଷମା ସ୍ବରାଜ

"ଆମ ଦେଶର ଲୋକେ ଯଦି ମଙ୍ଗଳରେ ବି ସମସ୍ୟାରେ ଥିବେ ତେବେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସେଠାରୁ ମଧ୍ୟ ତାଙ୍କୁ ଉଦ୍ଧାର କରିବାକୁ ପହଞ୍ଚିବ ।" ଏହା କହିଥିଲେ ଭାରତର ପୂର୍ବତନ ଦିବଙ୍ଗତ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ । 1952 ଫେବ୍ରୁଆରୀ ମାସ ୧୪ ତାରିଖରେ ହରିୟାଣାର ଅମ୍ବାଲା କ୍ୟାଣ୍ଟନମେଣ୍ଟ୍‌ରେ ଜନ୍ମ ଗ୍ରହଣ କରିଥିଲେ ସୁଷମା ସ୍ବରାଜ । ପିଲାଟି ଦିନରୁ ହିଁ ସ୍ପଷ୍ଟବାଦୀ ଥିଲେ ସୁଷମା ସ୍ବରାଜ । ସେ ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିବେ ବେଳେ ବାପା ଜଣେ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଘର ସକ୍ରିୟ ସଦସ୍ୟ ଥିଲେ । ସନାତନ ଧର୍ମ କଲେଜ୍‌ର ସେ ଡିଗ୍ରୀ ହାସଲ କରିଥିଲେ ।

ମାତ୍ର ୨୫ ବର୍ଷ ବୟସରେ ସେ ହରିୟାଣାର ସର୍ବକନିଷ୍ଠ କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିଲେ । ତା ସହିତ ସେ ୧୯୮୮ରେ ଦିଲ୍ଲୀର ପଞ୍ଚମ ମୁଖ୍ୟମନ୍ତ୍ରୀ ତଥା ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ । ଖାଲି ସେତିକି ନୁହେଁ, ସେ ୭ ଥର ସଂସଦକୁ ନିର୍ବାଚିତ ହୋଇଥିଲେ । ୨୦୧୪ରୁ ୨୦୧୯ ମଧ୍ୟରେ ସୁଷମା ସ୍ବରାଜ ବୈଦେଶିକ ମନ୍ତ୍ରୀ ଦାୟିତ୍ବରେ ହିଥିଲେ । ଆମେରିକାର ଦୈନିକ ଖବର କାଗଜ Wall Street Journal ମୁତାବକ ସୁଷମା ଦେଶର ସର୍ବଶ୍ରେଷ୍ଠ ମହିଳା ନେତ୍ରୀ ଥିଲେ ।

ସ୍ବାସ୍ଥ୍ୟାଗତ ସମସ୍ୟାରୁ ସେ ୨୦୧୯ ନିର୍ବାଚନ ଲଢ଼ିନଥିଲେ । ଏହାପରେ ୨୦୧୯ ଅଗଷ୍ଟ ୬ ତାରିଖରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ୨୦୨୦ରେ ତାଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ପ୍ରତିଭା ଦେବିସିଂହ ପାଟିଲ

୧୯୩୪ ମସିହା ଡିସେମ୍ବର ୧୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ଦେବିସିଂହ ପାଟିଲ୍‌ । ଦେଶର ଦ୍ବାଦଶ ରାଷ୍ଟ୍ରପତି ଭାବେ ସେ ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ କାର୍ଯ୍ୟଭାର ତୁଲାଇଥିଲେ । ଏହାପୂର୍ବରୁ ସେ ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ରାଜସ୍ଥାନର ରାଜ୍ୟପାଳ ଦାୟିତ୍ବରେ ଥିଲେ । ୧୯୯୧ ମସିହାରେ ପ୍ରଥମେ ଲୋକସଭା ପାଇଁ ନିର୍ବାଚିତ ହୋଇଥିଲେ ।

ଏକ ମରାଠୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ପ୍ରତିଭା ଦେବିସିଂହ ପାଟିଲ୍‌ । ୧୯୬୨ରେ ମାତ୍ର ୨୭ ବର୍ଷ ବୟସରେ ସେ ମହାରାଷ୍ଟ୍ରର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଜଲଗାଓଁ ନିର୍ବାଚନ ମଣ୍ଡଳୀରୁ ସେ ନିର୍ବାଚିତ ହୋଇଥିଲେ । ଅମରାବତୀ ନିର୍ବାଚନ ମଣ୍ଡଳୀରୁ ସେ ରାଜ୍ୟସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ମହାରାଷ୍ଟ୍ରରେ ସୁରୁଖୁରୁରେ ଅନେକ ବିଭାଗର ମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ । ଜଣେ ନିର୍ବିବାଦୀୟ ନେତ୍ରୀ ଭାବରେ ସେ ଖ୍ୟାତି ଅର୍ଜନ କରିଛନ୍ତି ।

ନନ୍ଦିନୀ ଶତପଥୀ

ଓଡିଶାର କଟକ ପିଠାପୁର ଅଞ୍ଚଳରେ ୧୯୩୧ ମସିହା ଜୁନ୍‌ ୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶାର ପ୍ରଥମ ଓ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ । ବିଖ୍ୟାତ ସାହିତ୍ୟିକ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ସେ ଥିଲେ ଜ୍ୟୋଷ୍ଠ ପୁତ୍ରୀ । ଛାତ୍ରୀ ଜୀବନରୁ ହିଁ ନନ୍ଦିନୀ ସାହିତ୍ୟ ଓ ରାଜନୀତି ପ୍ରତି ସମର୍ପିତ ଥିଲେ । ୧୯୫୧ ମସିହାରେ ଛାତ୍ର ଆନ୍ଦୋଳନର ନେତୃତ୍ବ ନେଇ ସେ ଜେଲ୍‌ ଯିବାକୁ ପଛାଇ ନଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରେ ଓଡ଼ିଆରେ ଡିଗ୍ରୀ ହାସଲ କରିଥିଲେ ।

୧୯୪୬ରେ ମହାବିଦ୍ୟାଳୟ କୋଠା ଉପରୁ ୟୁନିଅନ ଜ୍ୟାକ୍‌ ପତାକା ଓହ୍ଲାଇ ଚର୍ଚ୍ଚା ପରସରକୁ ଆସିଥିଲେ ନନ୍ଦିନୀ ଶତପଥୀ । ପ୍ରଥମ ଥର ପାଇଁ ସେ ୧୯୬୨ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । କେନ୍ଦ୍ର ପ୍ରଚାର ଓ ସୂଚନା ବିଭାଗର ସେ ଉପମନ୍ତ୍ରୀ ରହିଥିଲେ । ଏହାପରେ ପୁନଃ ୧୯୬୮ରେ ରାଜ୍ୟସଭା ନିର୍ବାଚିତ ହୋଇଥିଲେ । କୁହାଯାଏ ନନ୍ଦିନୀ ଶତପଥୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଘନିଷ୍ଠ ଥିଲେ । ତେବେ ସେ ୧୯୭୨ରେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ୧୯୭୬ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ତୁଲାଇଥିଲେ ।

ଦ୍ରୌପଦୀ ମୂର୍ମୁ

1958 ମସିହା ଜୁନ୍‌ ୨୦ ତାରିଖରେ ମୟୂରଭଞ୍ଜର ଏକ ଆଦିବାସୀ ଶାନ୍ତାଳୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ । ତାଙ୍କ ବାପାଙ୍କ ନାମ ବିରଞ୍ଚି ନାରାୟଣ ଟୁଡ଼ୁ । ଆଦିବାସୀ ସାନ୍ତାଳୀ ପରିବାରରେ ଜନ୍ମ ହୋଇଥିଲେ ବି ତାଙ୍କ ପାଠପଢ଼ା କ୍ଷେତ୍ରରେ ଆଦୌ ଅବହେଳା କରିନଥିଲେ ପରିବାର ଲୋକେ । ତୃଣମୂଳ ସ୍ତରରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ ଦ୍ରୌପଦୀ ମୁର୍ମୁ । ଛାତ୍ରୀ ଜୀବନରୁ ହିଁ ସେ ଆଦିବାସୀଙ୍କ ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବାକୁ ଚାହୁଁଥିଲେ ।

ବିଜେପିର ଜଣେ ସାଧାରଣ କର୍ମୀ ଭାବେ ୧୯୯୭ ମସିହାରେ ଦ୍ରୌପଦୀ ମୁର୍ମୁ ରାଜନୀତିକୁ ଆସିଥିଲେ । ସମୟକ୍ରମେ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି ହୋଇଥିଲେ । କାଉନସିଲର ଭାବେ ପ୍ରଥମ ନିର୍ବାଚନ ଜିତିଥିଲେ । ଏହାପରେ ୨୦୦୦ରୁ ୨୦୦୯ ଯାଏଁ ମୟୂରଭଞ୍ଜର ରାଇରଙ୍ଗପୁରରୁ ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହି ସମୟରେ 2004ରୁ 2009 ପର୍ଯ୍ୟନ୍ତ ରାଜ୍ୟର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ପରେ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଜ୍ୟପାଳ ଭାବରେ ଦାୟିତ୍ବ ତୁଲାଇ ଥିଲେ ।

ବର୍ତ୍ତମାନ ଭାରତର ପଞ୍ଚଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ମୁର୍ମୁ ହେଉଛନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.