ETV Bharat / bharat

ପ୍ରେମୀ ଯୁଗଳଙ୍କ ପ୍ରିୟ ଦିବସ ' ଭାଲେଣ୍ଟାଇନ୍ସ ଡେ', ଜାଣନ୍ତୁ କେବେଠୁ ଏହାର ଆରମ୍ଭ

author img

By

Published : Feb 14, 2021, 3:40 PM IST

ପ୍ରେମୀ ଯୁଗଳଙ୍କ ପ୍ରିୟ ଦିବସ ହେଉଛି ଭାଲେଣ୍ଟାଇନ୍ସ ଡେ' । ଏହି ଦିବସଟି ବର୍ତ୍ତମାନର ଆଧୁନିକ ଯୁଗରେ ଯୁବପିଢିଙ୍କ ମଧ୍ୟରେ ବେଶ ଆଦୃତ ଲାଭ କରିଥିବା ବେଳେ ପ୍ରକୃତରେ ଏହା ପ୍ରାଚୀନ ସଭ୍ୟତାରୁ ଆସିଛି । ତେବେ ଏ ସମ୍ପର୍କରେ ଜାଣିବା ପାଇଁ ଅଧିକ ପଢନ୍ତୁ...

Know the origin and history of Valentine's Day
ପ୍ରେମୀ ଯୁଗଳଙ୍କ ପ୍ରିୟ ଦିବସ ' ଭାଲେଣ୍ଟାଇନ୍ସ ଡେ', ଜାଣନ୍ତୁ କେବେଠୁ ଏହାର ଆରମ୍ଭ

ହାଇଦ୍ରାବାଦ: ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମ ଦିବସ । ପ୍ରେମୀ ଯୁଗଳଙ୍କ ଏହି ଦିନ ହେଉଛି ଅତି ପ୍ରିୟ । ନିଜ ଅନ୍ତରର ପ୍ରେମର ଭାବକୁ ପ୍ରକାଶ କରିବା ପାଇଁ ପ୍ରେମୀ ଯୁଗଳମାନେ ଏହି ଦିନକୁ ଅପେକ୍ଷା କରିଥାନ୍ତି । ତେବେ ପ୍ରତିବର୍ଷ ଫେବୃଆରୀ 14 ତାରିଖରେ ଏହି ଦିବସକୁ ପାଳନ କରାଯାଏ । କିନ୍ତୁ ଏହି ଦିନଟି ଆସିବାର 7 ଦିନ ପୂର୍ବରୁ ଭିନ୍ନ ଭିନ୍ନ ନାମରେ ସେହି ଦିବସଗୁଡିକୁ ପାଳନ କରାଯାଇ ଏହି ଦିବସକୁ ସ୍ବାଗତ କରାଯାଇଥାଏ । ଏହା ହେଉଛି ସେହି ଦିନ ଯେତେବେଳେ ଲୋକମାନେ ପ୍ରେମର ବାର୍ତ୍ତା ସହିତ କାର୍ଡ, ଫୁଲ କିମ୍ବା ଚକୋଲେଟ୍ ପଠାଇ ଅନ୍ୟ ବ୍ୟକ୍ତି କିମ୍ବା ଲୋକଙ୍କ ପ୍ରତି ନିଜର ସ୍ନେହ ଓ ଭଲ ପାଇବା ପ୍ରଦର୍ଶନ କରିଥାନ୍ତି ।

ଫେବୃଆରୀ ମଧ୍ୟଭାଗରେ ରୋମାନ୍ ସାମ୍ରାଜ୍ୟର ଅଧିବାସୀମାନେ ଲୁପରକାଲିଆ ନାମକ ଏକ ପର୍ବ ପାଳନ କରୁଥିଲେ । ଏହି ଦିନଠାରୁ ଆନୁଷ୍ଠାନିକ ଭାବରେ ସେମାନଙ୍କର ବସନ୍ତ ସମୟର ଆରମ୍ଭ ହୋଇଥାଏ । ଏହି ଉତ୍ସବର ଏକ ଅଂଶ ଭାବରେ ପୁଅମାନେ ଏକ ବାକ୍ସରେ ଝିଅମାନଙ୍କ ନାମ ଲେଖିଥାନ୍ତି । ଏହି ଉତ୍ସବ ପାଇଁ ଯୁବକ ବା ଯୁବାତୀମାନେ ସେମାନଙ୍କ ପ୍ରେମିକା ଏବଂ ପ୍ରେମିକ ଚୟନ କରିଥାନ୍ତି ଏବଂ ବେଳେବେଳେ ସେମାନେ ପରସ୍ପରକୁ ବିବାହ କରିଥିବାର ଦେଖିବାକୁ ମିଳିଥାଏ । ଏହି ଉତ୍ସବକୁ ସେଠାରେ ଥିବା ଚର୍ଚ୍ଚ ଏକ ଖ୍ରୀଷ୍ଟିଆନ ଉତ୍ସବରେ ପରିଣତ କରିବାକୁ ଚାହୁଁଥିଲା ଏବଂ ସେଣ୍ଟ ଭାଲେଣ୍ଟାଇନକୁ ମଧ୍ୟ ମନେ ରଖିବା ପାଇଁ ଏହାକୁ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲା । ଏହା ପରେ ଧୀରେ ଧୀରେ ଲୋକମାନେ ଭଲ ପାଉଥିବା ନିଜ ମନର ମଣିଷ ସମ୍ମୁଖରେ ନିଜର ଭାବନାକୁ ପ୍ରକାଶ କରିବା ପାଇଁ ସେଣ୍ଟ ଭାଲେଣ୍ଟାଇନ୍ଙ୍କ ନାମ ବ୍ୟବହାର କରିଥିଲେ ।

ଭାଲେଣ୍ଟାଇନ୍ସ ଡେ'ର ଉତ୍ପତ୍ତି:-

କେତେକ ବିଶ୍ବାସ କରନ୍ତି ଯେ ଖ୍ରୀଷ୍ଟପୂର୍ବ 270 ମସିହାରେ ଘଟିଥିବା ଭାଲେଣ୍ଟାଇନ୍ସଙ୍କ ମୃତ୍ୟୁ କିମ୍ବା ସମାଧି ବାର୍ଷିକୀକୁ ସ୍ମରଣ କରିବା ପାଇଁ ଫେବୃଆରୀ ମଧ୍ୟଭାଗରେ ଭାଲେଣ୍ଟାଇନ୍ସ ଡେ ପାଳନ କରାଯାଏ । ଅନ୍ୟମାନେ ଦାବି କରନ୍ତି ଯେ ଖ୍ରୀଷ୍ଟିଆନ ଚର୍ଚ୍ଚ ଲୁପରକାଲିଆ ଦିବସକୁ ମନେ ରଖିବା ପାଇଁ ଏହି ଦିବସକୁ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଫେବୃଆରୀରେ ଲୁପରକାଲିଆର ପାଗନ୍ ଉତ୍ସବକୁ ଖ୍ରୀଷ୍ଟିଆନ କରିବା ପ୍ରୟାସରେ ଫେବୃଆରୀ କିମ୍ବା ଫେବୃଆରୀ 15 ତାରିଖରେ ଉତ୍ସବକୁ ପାଳନ କରାଯାଏ । ଲୁପରକାଲିଆ ଏକ କୃଷି ଭିତ୍ତିକ ପର୍ବ ଥିଲା ଯାହାକି ରୋମାନ୍ ସାମାଜ୍ର୍ୟର କୃଷି ଦେବତା ଫୌନସ ଏବଂ ରୋମାନ୍ ପ୍ରତିଷ୍ଠାତା ରୋମୁଲସ୍ ଏବଂ ରେମୁସ୍ଙ୍କୁ ଉତ୍ସର୍ଗ କରାଯାଇଥାଏ ।

କୃଷି କ୍ଷେତ୍ରରେ ଉର୍ବରତା ଆଣିବା ପାଇଁ ଏକ ଛେଳି ଓ କୁକୁରକୁ ବଳି ଦିଆଯାଇଥାଏ । ଏହି ବଳି ପଡିଥିବା ଛେଳିର ମାଂସକୁ ରୋମାନ ଯୁବତୀମାନେ ସ୍ପର୍ଶ କରିଥାନ୍ତି । ଏହାଦ୍ବାରା ସେମାନଙ୍କ ମାତୃତ୍ବ ହେବାର ସମ୍ଭାବନା ଅଧିକ ହୋଇଥାଏ ବୋଲି ବିଶ୍ବାସ କରାଯାଏ । ପରେ ଏହି ଯୁବତୀମାନେ ନିଜର ନାମକୁ ଏକ ବଡ କଳସ ମଧ୍ୟରେ ରଖିଥାନ୍ତି । ରୋମାନ ଯୁବକମାନେ ସେହି ନାମ ମଧ୍ୟରୁ ଗୋଟଏକୁ ଚୟନ କରି ନିଜର ସାଥୀ ବାଛିଥାନ୍ତି ଏବଂ ପରବର୍ତ୍ତୀ ସମୟରେ ତାକୁ ବିବାହ କରିଥାନ୍ତି ।

ଭାଲେଣ୍ଟାଇନ୍ସ ଡେ' ପଛରେ ବିଜ୍ଞାନ:-

ପୃଥିବୀର ପ୍ରାୟ ସମସ୍ତ ସଂସ୍କୃତି ଅନୁଯାୟୀ ପ୍ରେମ ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଜିନିଷ ଯାହାକୁ ପ୍ରତ୍ୟେକଟି ମଣିଷ ଅନୁଭବ କରିଥାଏ । ପ୍ରେମ, ଅନ୍ୟାନ୍ୟ ଅନୁଭୂତି ପରି ଆମ ଶରୀରରେ ଥିବା ରାସାୟନିକ ପ୍ରତିକ୍ରିୟା ଦ୍ବାରା ବ୍ୟାଖ୍ୟା କରାଯାଇପାରେ । ଅଧିକାଂଶ ଜୀବ ବିଜ୍ଞାନୀମାନେ ବିଭିନ୍ନ ଡ୍ରାଇଭ ବା ଆବଶ୍ୟକତାକୁ ପୂରଣ କରିବା ପାଇଁ ଲୋକମାନେ ପ୍ରେମକୁ ଅନୁଭବ କରିଥାନ୍ତି । ତେବେ ଏହା ଜୀବନରେ ଏକ ସାଥୀର ଆବଶ୍ୟକତା, ଶାରୀରିକ ସମ୍ପର୍କକୁ ସୂଚାଇଥାଏ । ଜଣେ ବ୍ୟକ୍ତିକୁ ପ୍ରେମ ହେବା ପରେ ସେ ନିଜ ସାଥୀ ପ୍ରତି ଆକର୍ଷଣକୁ ଅନୁଭବ କରିବା ସହିତ ସାମାଜିକ ବିଚାର ପ୍ରତି ତା'ର ଭୟ ମଧ୍ୟ ରହିଥାଏ । ଏହି ଅନୁଭବ ମନୁଷ୍ୟ ଶରୀରରେ ଥିବା ଅମ୍ଳଜାନ, କାର୍ବନ, ନାଇଟ୍ରୋଜେନ ବା ଯବକ୍ଷାରଜାନ, ହାଇଡ୍ରୋଜେନ ବା ଉଦଜାନ ଓ ସଲଫର ପାଇଁ ହୋଇଥାଏ । ଏହାସହିତ ମନୁଷ୍ୟ ଶରୀରରେ କିଛି ନିର୍ଦ୍ଦିଷ୍ଟ ହରମୋନ କ୍ଷରଣ ହେତୁ ଏଭଳି ଅନୁଭବ ମଧ୍ୟ ଆସିଥାଏ ।

ଭାଲେଣ୍ଟାଇନ୍ସ ଡେ'ରେ ଅନ୍ତର୍ଭୁକ୍ତ ସପ୍ତାହର ଇତିହାସ ଓ ଗୁରୁତ୍ବ:-

ଫେବୃଆରୀ 14 ତାରିଖରେ ଭାଲେଣ୍ଟାଇନ ଦିବସ ପାଳନ କରିବା ପୂର୍ବରୁ ଫେବୃଆରୀ 7 ତାରିଖରୁ ଏକ ସପ୍ତାହ ଧରି ପ୍ରେମର ଭାବାବେଗକୁ ପ୍ରକାଶ କରିବା ପାଇଁ ବିଭିନ୍ନ ଦିବସ ପାଳନ କରାଯାଇଥାଏ । ଏହି ଦିବସଗୁଡିକ ପ୍ରତ୍ୟେକ ଦିନ ପ୍ରେମର ଅଭିବ୍ୟକ୍ତିର ନିଜସ୍ବ ଦିଗ ସହିତ ଆସିଥାଏ । ଭାଲେଣ୍ଟାଇନ୍ସ ସପ୍ତାହ ଏହି ବର୍ଷ ରବିବାରରୁ ଆରମ୍ଭ ହୋଇଥିଲା । ଭାଲେଣ୍ଟାଇନ୍ସ ସପ୍ତାହରେ କେଉଁ ତାରିଖରେ କେଉଁ ଦିବସ ପଡ଼ିଥାଏ ଜାଣନ୍ତୁ...

ଫେବୃଆରୀ 7- ରୋଜ ଡେ'

ଫେବୃଆରୀ 8- ପ୍ରପୋଜ ଡେ'

ଫେବୃଆରୀ 9-ଚକୋଲେଟ ଡେ'

ଫେବୃଆରୀ 10-ଟେଡି ଡେ'

ଫେବୃଆରୀ 11-ପ୍ରମିସ ଡେ'

ଫେବୃଆରୀ 12-ହଗ୍‌ ଡେ'

ଫେବୃଆରୀ 13-କିସ୍‌ ଡେ'

ଫେବୃଆରୀ 14-ଭାଲେଣ୍ଟାଇନ୍ସ ଡେ'

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.