ETV Bharat / bharat

Ganesh Chaturthi: ଆସିଛନ୍ତି ଅଗ୍ରପୂଜ୍ୟ, ଜାଣନ୍ତୁ ଗଣେଶ ପୂଜାର ଇତିହାସ - ଅବତରଣ କରିଛନ୍ତି ଅଗ୍ରପୂଜ୍ୟ

ଧରାବତରଣ କରିଛନ୍ତି ଗଜାନନ । ବିଦ୍ୟାଦାୟୀ ପୂଜା ମଣ୍ଡପରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ । (history behind lord Ganesh puja)ତେବେ କଣ ପାଇଁ ଏହି ପୂଜା କରାଯାଇଥାଏ ? କଣ ରହିଛି ଗଣେଶ ପୂଜାର ଇତିହାସ ? ଅଧିକ ପଢ଼ନ୍ତୁ

ଗଣେଶ ପୂଜା: ଆସିଛନ୍ତି ଅଗ୍ରପୂଜ୍ୟ, ଜାଣନ୍ତୁ ଗଣେଶ ପୂଜାର ଇତିହାସ

author img

By

Published : Aug 31, 2022, 8:43 AM IST

ନୂଆଦିଲ୍ଲୀ: ଧରାପୃଷ୍ଠକୁ ଅବତରଣ କରିଛନ୍ତି ଅଗ୍ରପୂଜ୍ୟ । ବିଘ୍ନ ବିନାଶକଙ୍କ ଜନ୍ମତିଥି ଭାବରେ ପାଳନ କରାଯାଏ ଗଣେଶ ପୂଜା । ଗାଁଠୁ ସହର ସହର ସବୁଠି ପୂଜା ପଣ୍ଡାଲ୍‌ରେ ବିରାଜମାନ ହୋଇଛନ୍ତି ଲମ୍ବୋଦର(history behind lord Ganesh puja) । ଆଲୋକମାଳାରେ ସୁସଜ୍ଜିତ ମଣ୍ଡପ ଗୁଡ଼ିକ ବେଶ୍‌ ଚିତ୍ତାକର୍ଷକ ହୋଇଛି । ଅନେକ ସ୍ଥାନରେ ପୂଜା ଆରମ୍ଭ ହୋଇ ସାରିଲାଣି । ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହେଉଛି ସମସ୍ତ ପୂଜା ପଣ୍ଡାଲ ।

ଗଣେଶ ପୂଜା ଇତିହାସ

ହିନ୍ଦୁ ଶାସ୍ତ୍ର ଅନୁଯାୟୀ ପ୍ରତି ବର୍ଷ ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀରେ ଅଗ୍ରପୂଜ୍ୟଙ୍କ ଜନ୍ମ ଦିନ ପଡ଼ିଥାଏ । ୧୦ ଦିନ ଧରି ପଣ୍ଡାଲ୍‌ରେ ପୂଜା ପାଇଥାଆନ୍ତି ଗଣନାଥ । ମହାଦେବ ଶିବ ଓ ଦେବୀ ପାର୍ବତୀଙ୍କ ପୁତ୍ର ହେଉଛନ୍ତି ଗଣେଶ । ସେ ଏକଦନ୍ତ, ବିନାୟକ, ଏଶନପୁତ୍ର, ଗଣଦକ୍ଷ, ମନମୟ, ମହାବାଳା, ଓମ୍‌କାରା, ସିଦ୍ଧିଦାତା, ଉଦଣ୍ଡ, ବିଘ୍ନେଶ୍ବର, ଯୋଗଦୀପ, ବିଘ୍ନହର୍ତ୍ତା, ବକ୍ରତୁଣ୍ଡ, ଲମ୍ବୋଦର, କ୍ରୀଷ୍ଣାପିଙ୍ଗାକ୍ଷ । ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀରେ ଗଣପତି ଜନ୍ମ ଗ୍ରହଣ କରିଥିଲେ ।

ଅଗ୍ରପୂଜ୍ୟ ବରଦାନ

ବେଦରେ ଗଣପତିଙ୍କ ଅର୍ଥ ଅନେକ ବ୍ରହ୍ମାଣ୍ଡର ରକ୍ଷକ ଭାବରେ ବର୍ଣ୍ଣନା କରାଯାଇଛି । ଦେବତାଙ୍କ ମଧ୍ୟରେ ସେ ହେଉଛନ୍ତି ଆଦିଦେବ । ତାଙ୍କ ସଂରଚନାରେ ଏକ ଗୁଢ଼ ଅର୍ଥ ଲୁଚି ରହିଛି । ଚାରିଦିଗରେ ଗଣେଶଙ୍କ ପ୍ରଭାବ ରହିଥିବା ନେଇ ତାଙ୍କ ଚାରିଭୁଜା ଦର୍ଶାଇଥାଏ । ପାର୍ବତୀଙ୍କଠାରୁ ଜନ୍ମ ନେବା ବେଳେ ଗଣେଶଙ୍କ ମୁଖ ସାମାନ୍ୟ ଥିଲା । ଦିନେ ସ୍ନାନ କରିବା ବେଳେ ଗଣେଶଙ୍କୁ ଦ୍ବାରରେ ଜଗିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସେହି ସମୟରେ ଭଗବାନ ଶଙ୍କର ଆସିବାରୁ ତାଙ୍କୁ ପ୍ରବେଶ କରାଇ ଦେଇନଥିଲେ ଗଜାନନ । ଏଥିରେ କ୍ରୋଧିତ ହୋଇ ଗଣେଶଙ୍କ ମୁଣ୍ଡ ଗଣ୍ଡିରୁ ଅଲଗା କରି ଦେଇଥିଲେ । ଏହାପରେ ପାର୍ବତୀ ଗଣେଶଙ୍କୁ ପୁନଃ ଜୀବନଦାନ ଦେବାକୁ ନିବେଦନ କରିଥିଲେ । ମହାଦେବ ଶିବ ତାଙ୍କୁ ଜୀବନ ଦାନ ଦେବା ସହ ଅଗ୍ରପୂଜ୍ୟ ବରଦାନ ଦେଇଥିଲେ ।

କେତୁର ରୂପ ପ୍ରଭୁ ଗଣେଶ

ଜ୍ୟୋତିଷଶାସ୍ତ୍ର ଅନୁସାରେ ସଂସାରର ପ୍ରତ୍ୟେକ କଣରେ ବିଘ୍ନ ବିନାଶକ ବିରାଜମାନ ହୋଇଛନ୍ତି । କେତୁର ରୂପ ହେଉଛନ୍ତି ଗଣେଶ । କେତୁ ଏକ ଛାୟା ଗ୍ରହ । ଏହି ଗ୍ରହ ରାହୁ ନାମକ ଛାୟା ଗ୍ରହର ବିରୋଧରେ ରହିଥାଏ । ଶାସ୍ତ୍ର ଅନୁଯାୟୀ ବିରୋଧ ବିନା ଜ୍ଞାନ ମିଳେନି । ଜ୍ଞାନ ବିନା ମୁକ୍ତି ମିଳେନି । ଗଣେଶ ରିଦ୍ଧି ଓ ସିଦ୍ଧି ଦେବୀଙ୍କୁ ବିବାହ କରିଛନ୍ତି । ତାଙ୍କର ଦୁଇ ପୁତ୍ର ମଧ୍ୟ ରହିଛନ୍ତି, ଜଣେ ହେଉଛନ୍ତି ଶୁଭ ଓ ଆଉ ଜଣେ ହେଉଛନ୍ତି ଲାଭ । ଦଶଦିନ ଧରି ପୂଜା ମଣ୍ଡପରେ ବିରାଜମାନ ହୋଇଥିବା ଗଣେଶଙ୍କ ନିକଟରେ ତାଙ୍କ ପ୍ରିୟ ଲଢ଼ୁ ଭୋଗ ଲାଗି କରାଯାଏ ।

ବିସର୍ଜନ

୧୦ ଦିଶ ଧର ଭକ୍ତଙ୍କ ଗହଣରରେ ରହିବା ପରେ ଅନନ୍ତ ଚର୍ତୁଦ୍ଧଶୀରେ ବିଦାୟ ନିଅନ୍ତି ଗଣପତି । ଏବି ବିସର୍ଜନ ଉତ୍ସବକୁ ମହାଆଡ଼ମ୍ବର ଭାବରେ ପାଳନ କରାଯାଇଥାଏ । ବାଜା ବାଦ୍ୟ ବଜାଇ ଗଣେଷଙ୍କୁ ନେଇ ବିରାଟ ପଟୁଆର ବାହାରି ଥାଏ । ଏହାପରେ ସ୍ଥାନୀୟ ନଦୀ କିମ୍ବା ପୁଷ୍କରୀଣୀ ଗର୍ଭରେ ଗଣେଶଙ୍କୁ ବିସର୍ଜିତ କରାଯାଇଥାଏ । ଏହି ଭଳି ଭାବରେ ଗଣେଶ ପୂଜା ଶେଷ ହୋଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.