ନୂଆଦିଲ୍ଲୀ: 26/11 ଏହି ତାରିଖ ମନେ ପଡିଲେ ଛାତି ଥରି ଉଠେ । ମୁମ୍ବାଇ ସହ ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା 26/11 ଭୟଙ୍କର ଆତଙ୍କୀ ଆକ୍ରମଣ । 2008 ମସିହା ନଭେମ୍ବର 26 ତାରିଖରେ ହୋଇଥିବା ଭୟଙ୍କର ଆକ୍ରମଣକୁ ଆଜି 15 ବର୍ଷ ପୂରଣ ହୋଇଛି । ଏହି ଆକ୍ରମଣରେ 166ରୁ ଅଧିକ ଲୋକଙ୍କର ଜୀବନ ଯାଇଥିଲା । 4 ଦିନ ଧରି ଚାଲିଥିଲା ଏହି ଲୋମହର୍ଶଣକାରୀ ଘଟଣାରେ 300ରୁ ଅଧିକ ଲୋକ ଆହତ ହୋଇଥିଲେ । ଭାରତର ଅର୍ଥନୈତିକ ରାଜଧାନୀ କୁହାଯାଉଥିବା ମୁମ୍ବାଇ ସହରକୁ ସମୁଦ୍ର ବାଟ ଦେଇ ପଶି ଆସିଥିଲେ ପାକିସ୍ତାନୀ ଆତଙ୍କୀ । ଆଉ ମୁମ୍ବାଇ ସହରକୁ ଛାରଖାର କରି ଦେଇଥିଲା । ଗୁଳି ଶଦ୍ଦରେ ମୁମ୍ବାଇ ଦୋହଲି ଯାଇଥିଲା । ଭାରତ ଇତିହାସର ଏହା ଏକ କଳାଦିନ ଥିଲା । 26/11 ଆତଙ୍କୀ ଆକ୍ରମଣ ଦେଶରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଟାଇଟ କରାଯାଇଛି । 24 ଘଣ୍ଟା ସିରିଟିଭି କ୍ୟାମେରାରେ ମୁମ୍ବାଇ ରହିଛି । ମୁମ୍ବାଇକୁ ଜଗିଛି ମଲ୍ଟି ଲେୟାରର୍ଡ ସୁରକ୍ଷା କବଚ । ଏବେ ମୁମ୍ବାଇ ନିରାପଦ ଓ ସୁରକ୍ଷିତ ଅନୁଭବ କରୁଛି ।
ସମୁଦ୍ର ସୁରକ୍ଷାରେ ବିଶେଷ ସୁଧାର: 26/11 ଆକ୍ରମଣ ପରେ ଭାରତରେ ସୁରକ୍ଷାକୁ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥିରେ ସମୁଦ୍ର ସୁରକ୍ଷାକୁ ଅଧିକ ମଜଭୁତ କରାଯାଇଛି । ଆତଙ୍ଗବାଦୀଙ୍କ ମୁକାବିଲା କରିବାକୁ ସ୍ବତନ୍ତ୍ର ଏଜେନ୍ସିଂ ଗଠନ ହୋଇଛି । ଭାରତୀୟ ନୈସେନାକୁ ସମୁଦ୍ର ସୁରକ୍ଷାର ଦାୟିତ୍ବ ହସ୍ତାନ୍ତର କରାଯାଇଛି । ଏହା ସହିତ ଭାରତୀୟ ତଟ ରକ୍ଷକଙ୍କୁ ସମୁଦ୍ର ତଟରେ ଆସୁଥିବା ସଡକରେ ନୂଆ ପୋଲିସ ଷ୍ଟେସନ ସହିତ ସମନ୍ବୟ କରିବାକୁ ଦାୟିତ୍ବ ଦିଆଯାଇଛି । 20ମିଟରରୁ ଅଧିକ ଲମ୍ବ ସମସ୍ତ ଜାଗାରେ ସ୍ବୟଚାଳିତ ପରିଚୟ ପ୍ରଣାଳୀ (Automatic Identification System) ନିଶ୍ଚିନ୍ତ କରାଯାଇଛି ।
ସମୁଦ୍ରରେ ଚାରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା: ମୁମ୍ବାଇରେ ହୋଇଥିବା 26/11 ଆତଙ୍କୀ ଆକ୍ରମଣ ପରେ ଆଇବି, ଅନ୍ୟ ଗୁଇନ୍ଦା ଏଜେନ୍ସିଂଙ୍କଠୁ ଇଣ୍ଟେଲିଜେନ୍ସ ଇନପୁଟ ଅଧିକ ସୃଦୁଢ ହୋଇଛି । 26/11 ଆକ୍ରମଣରେ ଆତଙ୍କୀ ସମୁଦ୍ର ଦେଇ ମୁମ୍ବାଇରେ ପ୍ରବେଶ କରିଥିଲେ । ନୌସେନା, କୋଷ୍ଟଗାର୍ଡ ବ୍ୟତୀତ କଷ୍ଟମ ଏବଂ ଲୋକାଲ ପୋଲିସ ତାର ଇଣ୍ଟେଲିଜେନ୍ସକୁ ଅଧିକ ସଜାର କରିଛି । ମୁମ୍ବାଇରେ 3ସ୍ତରୀୟ ପୋଲିସ ଷ୍ଟେସନ ହୋଇଛି । କେବେଳ ମୁମ୍ବାଇରେ ନୁହେଁ ସମଗ୍ରେ ଦେଶରେ ସମୁଦ୍ରିକ ସୁରକ୍ଷାକୁ ଅଧିକ କଡାକଡି କରାଯାଇଛି ।
24 ଘଣ୍ଚିଆ ଆକ୍ଟିଭ ଆଣ୍ଟି ଟେରର ସେଲ: 26/11 ଆକ୍ରମଣ ପରେ ମୁମ୍ବାଇର କାର୍ଯ୍ୟ ପ୍ରଣାଳୀ ବଦଳିଛି । ମୁମ୍ବାଇରେ 90ରୁ ଅଧିକ ପୋଲିସ ଷ୍ଟେସନ ରହିଛି । ସବୁ ପୋଲିସ ଷ୍ଟେସନରେ ଏଟିଏସ ଆକ୍ଟିଭ ଆଣ୍ଟି ଟେରର ସେଲ୍ କାମ କରୁଛି । ଏଟିସି ଅଲଗା ଅଲଗା ହୋଟେଲ ଯାଇ ସେଠାକୁ ଆସୁଥିବା ବିଦେଶୀ ନାଗରିକଙ୍କ ପାସପୋର୍ଟର ଯାଞ୍ଚ କରିଥାଏ । ଏହା ଫଳରେ ମୁମ୍ବାଇକୁ ଆସୁଥିବା ବିଦେଶ ନାଗରିକଙ୍କ ଆତଙ୍କୀ ଗତିବିଧି ଉପରେ ନଜର ରଖାଯାଇପାରିବ ।
ଆଇନରେ ପରିବର୍ତ୍ତନ: ୟୁଏପିଏ ଏବଂ ଏନଆଇଏ ଆକ୍ଟ: ବୃଦ୍ଧି ପାଉଥିହା ଆତଙ୍କବାଦ କାର୍ଯ୍ୟକଳାପ ଉପରେ ରୋକ ଲଗାଇବାକୁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ସଂଶୋଧନ କରାଯାଇଥିଲା । ଏଥିରେ ଦେଶରେ ରାଷ୍ଟ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସିଂ ଅଧିନିୟମ ସଂସଦରେ ପାରିତ ହୋଇଥିଲା । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତି ଅନୁସାରେ, ''ଯଦି 26/11 ଆକ୍ରମଣ ହୋଇନଥାନ୍ତା ତେବେ ଏହି ଆଇନ ଯାହା କୌଣସି ଏଜେନ୍ସିଂ କୌଣସି ରାଜ୍ୟରେ ଆତଙ୍କବାଦ ମାମଲା ବିଷୟରେ ଜାଣିବାକୁ କ୍ଷମତା ପ୍ରଦାନ କରିଥାଏ । ଏହାକୁ କେବେ ବି ସମର୍ଥନ ମିଳି ନଥାନ୍ତା ।
ସିସିଟିଭି କ୍ୟାମେରାରେ ମୁମ୍ବାଇ: 26/11 ଆକ୍ରମଣ ପୂର୍ବରୁ ମୁମ୍ବାଇରେ ହାତଗଣତି ସିସିଟିଭି କ୍ୟାମେରା ଥିଲା ମାତ୍ର ଏବେ ସହରର ଗଳି କନ୍ଦିରେ ସିସିଟିଭି କ୍ୟାମେରା ଲାଗିଛି । ପୁରା ମୁମ୍ବାଇ ସହର ସିସିଟିଭି କ୍ୟାମେରା ନଜରରେ ରହିଛି । ସହରର ପ୍ରମୁଖ ସ୍ଥାନରେ ମନିଟରିଂ କାର୍ଯ୍ୟ କରାଯାଏ ।
ଏହା ବି ପଢନ୍ତୁ...26/11 ଆତଙ୍କୀ ଆକ୍ରମଣକୁ 15 ବର୍ଷ: ଆଜି ବି ମନରୁ ଲିଭିନି କାଳରାତି ଛାତିଥରା କାହାଣୀ
ଏହି ବିଭତ୍ସ ଘଟଣାକୁ 15 ବର୍ଷ ବିତିଯାଇଥିଲେ ମଧ୍ୟ ଦେଶବାସୀଙ୍କ ମାନସପଟରୁ ଲିଭି ପାରୁନାହିଁ ବର୍ବରତାର ଚିତ୍ର । ନିଜ ପ୍ରିୟ ଜନଙ୍କୁ ହରାଇଥିବା ଲୋକଙ୍କୁ ଆଖିରୁ ଆଜି ବି ଲୁହ ଶୁଖିନାହିଁ କି ବେଦନାର କୋହ କମିନାହିଁ । ଭୟଙ୍କର ଆକ୍ରମଣ ପରେ ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ଆତଙ୍କୀକୁ କଡା ଜବାବ ଦେବାକୁ ପ୍ରସ୍ତୁତ ରହିଛନ୍ତି ସୁରକ୍ଷାକର୍ମୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ