ETV Bharat / bharat

ଆଧୁନିକ କଳିଙ୍ଗ ନିର୍ମାତା; ଶିଳ୍ପରୁ ବୈଷୟିକ ଶିକ୍ଷା ଯାଏ ବିଜୁବାବୁଙ୍କ ଅବଦାନ

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ତଥା ବିଜୟାନନ୍ଦ ପଟ୍ଟନାୟକଙ୍କ ଜୟନ୍ତୀ । ସେ ଖାଲି ବିଜୁବାବୁ ନଥିଲେ... କିଏ କହେ ତାଙ୍କୁ କଳିଙ୍ଗ ବୀର କିଏ କହେ ଭୂମିପୁତ୍ର ତ କିଏ କହେ ଆଧୁନିକ ଖାରବେଳ । କିଏ କହେ ଝଡର ଇଗଲ । ଅଧିକ ପଢନ୍ତୁ...

ବିଜୁ ପଟ୍ଟନାୟକ
ଆଧୁନିକ କଳିଙ୍ଗ ନିର୍ମାତା
author img

By

Published : Mar 5, 2021, 3:37 PM IST

Updated : Mar 5, 2021, 5:14 PM IST

ହାଇଦ୍ରାବାଦ : ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ତଥା ବିଜୟାନନ୍ଦ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ । ସେ ଖାଲି ବିଜୁବାବୁ ନଥିଲେ... କିଏ କହେ ତାଙ୍କୁ କଳିଙ୍ଗ ବୀର କିଏ କହେ ଭୂମିପୁତ୍ର ତ କିଏ କହେ ଆଧୁନିକ ଖାରବେଳ । କିଏ କହେ ପୁଣି ଝଡର ଇଗଲ । କିନ୍ତୁ ସେଥିଲେ କଳିଙ୍ଗ ମାଟି ଉତ୍କଳ ଜନୀନର ସୁପୂତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜ୍ୟର ଲୋକପ୍ରିୟ ରାଜନେତା । ଓଡିଶାର ବିଶ୍ବକର୍ମା । ଦେଶ ବିଦେଶର କୋଟି କୋଟି ଓଡିଆଙ୍କ ପ୍ରତୀକ ବିଜୁ ବାବୁ ତଥା ବିଜୟାନନ୍ଦ ପଟ୍ଟନାୟକ ।

ରାଜ୍ୟର ସର୍ବ ପୁରାତନ କଟକ ସହରର ତୁଳସୀପୁର ସ୍ଥିତ ଆନନ୍ଦ ଭବନରେ ପିତା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ମାତା ଆଶାଲତାଙ୍କ କୋଳରେ 1916 ମସିହା ଆଜିର ଦିନରେ ଏହି ଜନନାୟକ, ପ୍ରବାଦ ପୁରୁଷ, ଅପ୍ରଦ୍ବନ୍ଦି ରାଜନେତା, ପାଇଲଟ ଧରାପୃଷ୍ଠକୁ ଅବତରଣ କରିଥିଲେ । କଟକ ମିଶନ ସ୍କୁଲରୁ ପ୍ରାଥମିକ ଶିକ୍ଷା ପରେ ରେଭେନ୍ସା କଲିଜିଏଟ ସ୍କୁଲରୁ ଉଚ୍ଚ ଶିକ୍ଷା ସମାପ୍ତ କରିଥିଲେ ବିଜୁବାବୁ ।

ବିଜୁବାବୁ ଥିଲେ ଉଦ୍ୟମୀ ସାହାସୀ, ସ୍ବାଧିନତା ସଂଗ୍ରାମୀ ଓ ବଡ ସ୍ବପ୍ନ ଦେଖୁଥିବା ବ୍ୟକ୍ତିତ୍ବ । କଟକରେ ପାଠ ପଢୁଥିବା ବେଳେ କଟକରୁ ସୀମାନ୍ତ ପେଶାୱାର ପର୍ଯ୍ୟନ୍ତ ସାଇକେଲରେ ଯାତ୍ରା କରି ବଡ ଦୁଃସାହାସିକ ଦକ୍ଷତାର ପରିଚୟ ଦେଇଥିଲେ । ପାଇଲଟ ହେବା ପରେ ବଦଳି ଯାଇଥିଲା ତାଙ୍କ ଜୀବନର ଲକ୍ଷ୍ୟ ଓ ନିଷ୍ଠା । ରାଜନୀତିରେ ଅଳ୍ପ କେତେ ବର୍ଷ କ୍ଷମତାରେ ରହିଥିଲେ ମଧ୍ୟ ବିଜୁ ବାବୁ ରାଜନୀତି ବାହାରେ ଥିଲେ ଚର୍ଚ୍ଚିତ ଓ ଆଧୁନିକ ଓଡିଶାର ନିର୍ମାତା । ରାଜ୍ୟକୁ ଏକ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ସେ ଆରମ୍ଭ କରିଥିଲେ ମିଶନ ।

ବିଜୁ ବାବୁଙ୍କ ସ୍ବପ୍ନର ପ୍ରକଳ୍ପ ମଧ୍ୟରେ ସର୍ବାଗ୍ରେ ରହିଛି ପାରାଦୀପ ବନ୍ଦର । ପାରାଦୀପକୁ ବିଶ୍ବରେ ଏକ ବଡ ବନ୍ଦର ଭାବେ ଗଢି ତୋଳିବା ପାଇଁ ସେ ରଚିଥିଲେ ରଚନା । ତଥ୍ୟ ଓ ଆବଶ୍ୟକତାକୁ ଧରି କେନ୍ଦ୍ର ସରକାରଙ୍କ ନିକଟରେ ରଖିଥିଲେ ଦୃଢ ଦାବି । ତାପରେ ଆରମ୍ଭ ହୋଇଥିଲା ପାରାଦୀପ ବନ୍ଦରର ପରିକଳ୍ପନା । ଆଜି ପାରାଦୀପ ଯେଉଁଠି ପହଞ୍ଚିଛି ସେଥିରେ ରହିଛି ବିଜୁବାବୁଙ୍କ ଅବଦାନ । ସେହିପରି ଅନୁଗୋଳରେ ନାଲକୋ, ରାଉରକେଲା ଇସ୍ପାତ ପ୍ଲାଣ୍ଟର ସମ୍ପ୍ରସାରଣ, ଓଡିଶା ଟେକ୍ସଟାଇଲ, କଳିଙ୍ଗ ଏୟାର ଲାଇନ୍ସ ଭଳି ବୃହତ ଶିଳ୍ପ ପ୍ରତିଷ୍ଠା କରି ରାଜ୍ୟକୁ ଆଧୁନିକ ଭାବେ ଗଢିବାକୁ ମୂଳଦୂଆ ପକାଇଥିଲେ ।

ବିଜୁବାବୁଙ୍କ ଐତିହାସିକ ନିଷ୍ପତି

ବିଜୁବାବୁ ଖାଲି ଯେ ଜଣେ ଶିଳ୍ପ ଉଦ୍ୟୋଗୀ ନଥିଲେ । ଜଣେ ସଫଳା ରାଜନେତା ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ । ନିଜ ମୁଖ୍ୟମନ୍ତ୍ରୀତ୍ବ କାଳରେ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ 33 ପ୍ରତିଶତ ସ୍ଥାନ ସଂରକ୍ଷଣ, ଦୈନିକ ସର୍ବନିମ୍ନ ମଜୁରୀ 10 ଟଙ୍କାରୁ 25 ଟଙ୍କାକୁ ବୃଦ୍ଧି, ମହିଳାଙ୍କୁ ପୋଲିସ କ୍ଷମତା ପ୍ରଦାନ, ରାଜ୍ୟରେ ଜିଲ୍ଲା ସଂଖ୍ୟା ବୃଦ୍ଧି କରି ସାରା ଦେଶରେ ଚର୍ଚ୍ଚାରେ ଥିଲେ ।

ବିଜୁ ବାବୁଙ୍କ ଅବଦାନ...

ବିଜୁବାବୁ ରାଜ୍ୟବାସୀଙ୍କୁ ଉଚ୍ଚ ଓ ବୈଷୟିକ ଶିକ୍ଷା ପ୍ରଦାନ କରିବା ପାଇଁ ବଡ ପଦକ୍ଷେପ ନେଇଥିଲେ । ତାଙ୍କରି ଉଦ୍ୟମରେ ଭୁବନେଶ୍ବରରେ ସୈନିକ ସ୍କୁଲ, ଓୟୁଏଟି, ଆଇଏମଏମଟି, ଆରଇସି ଭଳି କେନ୍ଦ୍ରୀୟ ଅନୁଷ୍ଠାନ ରାଜ୍ୟରେ ପ୍ରତିଷ୍ଠା କରିଥିଲେ ।

ସମୟ ଚକ୍ରରେ ଏହି ପ୍ରବାଦ ପୁରୁଷ ରାଜନୀତିକୁ ଆସି ଝଡର ଇଗଲ ପାଲଟି ଗଲେ । ବ୍ରିଟିଶ ଏୟାର ଲାଇନ୍ସ ପାଇଲଟରେ ଥାଇ ଲୁଚିଲୁଚି ସ୍ବାଧିନତା ଆନ୍ଦୋଳନରେ ଯୋଗଦେଉଥିଲେ । କଟକରେ ଜନ୍ମିତ ସୁବାଷ ବୋଷଙ୍କ ଆଜାଦ ହିନ୍ଦ ଫୌଜ ଦ୍ବାରା ପ୍ରଭାବିତ ହୋଇ ବିମାନରେ ତାଙ୍କର ପ୍ରଚାର ପତ୍ର ବାଣ୍ଟୁଥିଲେ । ଏହା ଜାଣିପାରି ବ୍ରିଟିଶ ଏୟାର ଲାଇନ୍ସ ତାଙ୍କୁ ଚାକିରୀରୁ ବାହାର କରିଦେବା ସହ ଜେଲ ପଠାଇ ଦେଇଥିଲେ ।

ବିଜୁବାବୁ ଥିଲେ ଅଦ୍ୟମୀ ସାହାସୀ ଓ ସଂଗ୍ରାମୀ । ଦେଶର ଅଖଣ୍ଡତା ଓ ଭକ୍ତି ପ୍ରତି ତାଙ୍କ ନିଷ୍ଠା ସାରା ବିଶ୍ବ ଜାଣେ । 1947 ମସିହାରେ ଯେତେବେଳେ କାଶ୍ମୀର ଦଖଲ ପାଇଁ ପାକିସ୍ତାନ ଉଦ୍ୟମ କରିଥିଲା ସେତେବେଳେ ବିଜୁବାବୁ ପ୍ରଧାନମନ୍ତ୍ରୀ ନେହେରୁଙ୍କ ଚିନ୍ତା ଦୂର କରିଥିଲେ । ବିଜୁ ବାବୁ ଦେଶ ମାତୃକାର ସୁରକ୍ଷା ପାଇଁ ବିମାନ ନେଇ ଶ୍ରୀନଗର ଯାଇ ଭାରତୀୟ ସେନାର ମନୋବଳ ବୃଦ୍ଧି କରିବା ସହ ପ୍ରତିକୂଳସ୍ଥିତିରେ ବିମାନ ଉଡାଇ ସେନାକୁ ବଡ ସଫଳତା ଦେଇଥିଲେ । ସେହିପରି 1948 ମସିହାରେ ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଡଚଙ୍କ କବଳରୁ ଉଦ୍ଧାର କରି ନୂଆଦିଲ୍ଲୀ ନେଇ ଆସିଥିଲେ ବିଜୁବାବୁ । ଯେଉଁଥିପାଇଁ ତାଙ୍କୁ ଇଣ୍ଡୋନେସିଆର ଭୂମିପୂତ୍ର ଭାବେ ପରିଚୟ ମିଳିଛି । ଯେତେବେଳେ ଦେଶର ଅଖଣ୍ଡତା ପ୍ରତି କୌଣସି ବିପଦ ଆସିଥାଏ ସେତେବେଳେ ବିଜୁବାବୁଙ୍କ ସାହାସ ଓ ପରାମର୍ଶ କେନ୍ଦ୍ର ସରକାର ନେଇଥାନ୍ତି । ଯାହା ଜାତୀୟ ରାଜନୀତିରେ ବିଜୁବାବୁଙ୍କ ଦକ୍ଷତା ଓ କ୍ଷମତା ବଢାଇଥିଲା ।

1975 ମସିହା ଜରୁରୀ ସ୍ଥିତି ପରଠାରୁ ଇନ୍ଦିରା ଗାନ୍ଧୀଙ୍କ ପତ୍ତନ ପରେ ଦେଶରେ ଅଣକଂଗ୍ରେସ ସରକାର ଗଠନରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ବପୂର୍ଣ୍ଣ । 1977 ରେ ଗଠନ ହୋଇଥିବା ମୋରାଜୀ ଦେଶାଇଙ୍କ ସରକାରରେ ସେ ଥିଲେ କୋଇଲା, ଇସ୍ପାତ ଓ ଖଣି ମନ୍ତ୍ରୀ । 1969 ଚରଣ ସିଂଙ୍କ ସରକାରରେ ମଧ୍ୟ ସେହି ମନ୍ତ୍ରଣାଳୟ ଦାୟିତ୍ବ ନେଇଥିଲେ । ସେ ଥିଲେ ସେତେବେଳେ ଜାତୀୟ ରାଜନୀତିର କିଙ୍ଗମେକର ।

ସାରା ବିଶ୍ବ ପରିକ୍ରମା କରିଥିବା ଓ ଜାତୀୟ ରାଜନୀତିରେ ଅଖଣ୍ଡ କ୍ଷମତା ଦକ୍ଷତା ରଖୁଥିବା ବିଜୁବାବୁଙ୍କ ମନ ପ୍ରାଣ ଥିଲା କିନ୍ତୁ ଓଡିଶାରେ । ଜନ୍ମଭୂମିର ବିକାଶ ଓ ପ୍ରଗତି ପାଇଁ ସେ ଥିଲେ ସବୁବେଳେ ଜାଗ୍ରତ ପ୍ରହରୀ । ପ୍ରାଚୀନ କଳିଙ୍ଗର ଖ୍ୟାତି ଫେରାଇ ଆଣିବା ଓ ଜଗନ୍ନାଥଙ୍କ ମାଟିକୁ ଶୀର୍ଷସ୍ଥାନରେ ପହଞ୍ଚାଇବା ଥିଲା ତାଙ୍କର ଥିଲା ଲକ୍ଷ୍ୟ ।

ଆଜି ସେହି ଜନନାୟକଙ୍କ 105 ତମ ଜନ୍ମ ଶତବାର୍ଷିକୀରେ ଶତ ଶତ ପ୍ରଣାମ ...

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

Last Updated : Mar 5, 2021, 5:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.