ETV Bharat / bharat

ସ୍ବାଧୀନତା ପାଇଁ ବ୍ରିଟିଶରେ ଉଡ଼ିଥିଲା ଜାତୀୟ ପତାକା, ସୂତ୍ରଧାର ଥିଲେ ଶହୀଦ ଉଦ୍ଧମ ସିଂହ

ଭାରତବର୍ଷରେ ଶୁଣା ଯାଉଥିଲା ବିପ୍ଳବର ନାରା । ଏଭଳି ସ୍ଥିତିରେ ଗୋଟିଏ ନାମ ଚର୍ଚ୍ଚାକୁ ଆସିଥିଲା, ତାହା ହେଉଛି ରାମ୍‌ ମହମ୍ମଦ ସିଂହ ଆଜାଦ । ଅଧିକ ପଢ଼ନ୍ତୁ

know how freedom fighter Udham Singh took revenge of Jallianwala Bagh massacre in london
ସ୍ବାଧୀନତା ପାଇଁ ବ୍ରିଟିଶରେ ଉଡ଼ିଥିଲା ଜାତୀୟ ପତାକା, ସୂତ୍ରଧାର ଥିଲେ ଶହୀଦ ଉଦ୍ଧମ ସିଂହ
author img

By

Published : Nov 21, 2021, 2:52 PM IST

ଚଣ୍ଡିଗଡ଼: କଥା ହେଉଛି ସେହି ସମୟର, ଯେଉଁ ସମୟରେ ଭାରତବର୍ଷରେ ଶୁଣା ଯାଉଥିଲା ବିପ୍ଳବର ନାରା । ଭାରତବାସୀଙ୍କ ମୁହଁରେ ଥିଲା କେବଳ ଗୋଟିଏ ଦାବି, ସେ ହେଉଛି ସ୍ବାଧୀନତା ଆଉ ସ୍ବାଧୀନତା । କେବେ ମିଳିବ ସ୍ବାଧୀନତା ତାହାକୁ ନେଇ ଆବେଗପୂର୍ଣ୍ଣ ହୋଇ ରହିଥିଲେ ଦେଶବାସୀ । ଏଭଳି ସ୍ଥିତିରେ ଗୋଟିଏ ନାମ ଚର୍ଚ୍ଚାକୁ ଆସିଥିଲା, ତାହା ହେଉଛି ରାମ୍‌ ମହମ୍ମଦ ସିଂହ ଆଜାଦ ।

ସ୍ବାଧୀନତା ପାଇଁ ବ୍ରିଟିଶରେ ଉଡ଼ିଥିଲା ଜାତୀୟ ପତାକା, ସୂତ୍ରଧାର ଥିଲେ ଶହୀଦ ଉଦ୍ଧମ ସିଂହ

କ୍ରୁର ବ୍ରିଟିଶ କବଳରୁ ସ୍ବାଧୀନତା ପାଇବା ପାଇଁ ଯୁବକ ଜଣକ ନିଜର ଏଭଳି ନାମକରଣ କରିଥିଲେ । ଜାତୀୟ ଏକତାର ସନ୍ଦେଶ ଦେବାକୁ ଯୁବକ ଜଣକ ଏହି ନାମକୁ ବାଛିଥିଲେ । ଧରା ପଡ଼ିବା ପରେ ବ୍ରିଟିଶମାନେ ତାଙ୍କୁ ମୃତ୍ୟୁ ଦେବେ ନା ତାଙ୍କ ନାଁକୁ ମୃତ୍ୟୁ ଦେବେ ତାହା ଭାବି ପାରିନଥିଲେ । କାରଣ ଏହା ଗୋରା ଇଂରେଜମାନଙ୍କ ବିଭାଜନ ଶାସନ ନୀତି ଉପରେ ଥିଲା ଶକ୍ତ ପ୍ରହାର । ଏଥିପାଇଁ ବ୍ରିଟିଶମାନେ ପ୍ରଥମେ ତାଙ୍କ ନାମକୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଏହାପରେ ଭାରତରେ ବିପ୍ଲବକୁ ହତ୍ୟା କରିବାଥିଲା ଇଂରେଜଙ୍କ ଯୋଜନା । ରାମ ମହମ୍ମଦ ସିଂହ ଆଜାଦରେ ତିନି ପ୍ରମୁଖ ସମ୍ପ୍ରଦାୟକୁ ପ୍ରତିପାଦନ କରୁଥିଲା ।

ଏହି ନାମକୁ ନେଇ ବ୍ରିଟିଶମାନଙ୍କ ମନରେ ଭୟ ରହିଥିଲା । ଏହି ଯୁବକଙ୍କ ନାମ ହେଉଛି ଶହୀଦ-ଏ-ଆଜମ ଉଦ୍ଧମ ସିଂହ । ଯିଏ ୭ ସମୁଦ୍ର ପାର୍‌ ହୋଇ ଇଂଲଣ୍ଡର ବେଲିଆଟ୍‌ରେ ୧୯୪୦ରେ ଜାଲିଆନୱାଲା ବାଗ ବର୍ବର କାଣ୍ଡର ପ୍ରତିଶୋଧ ନେଇଥିଲେ । ଏହି ଘଟଣାର ମୁଖ୍ୟ ମାଇକେଲ-ଓ-ଡାୟରକୁ ସର୍ବ ସମ୍ମୁଖରେ କାକ୍ସଟନ୍‌ ହଲ୍‌ ଅଫ ଲଣ୍ଡନରେ ହତ୍ୟା କରିଥିଲେ ରାମ ମହମ୍ମଦ ସିଂହ ଆଜାଦ । ଧରା ପଡ଼ିବା ପରେ ଟ୍ରାଏଲ ବେଳେ ରାମ ମହମ୍ମଦ ସିଂହ ଆଜାଦଙ୍କୁ ନେଇ ଦ୍ବନ୍ଦ୍ବରେ ପଡ଼ିଯାଇଥିଲେ ବ୍ରିଟିଶ ।

ଗୋରା ଇଂରେଜଙ୍କ ପାଇଁ ଏହି ସ୍ବାଧୀନତା ସଂଗ୍ରାମୀ ପରବର୍ତ୍ତୀ ସମୟରେ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲେ । ୧୮୯୯ ମସିହା ଡିସେମ୍ବର ୨୬ ତାରିଖରେ ସୁନାମ ଜନ୍ମ ଗ୍ରହଣ କରିଥିଲେ । ସେତେବେଳେ ତାଙ୍କ ନାମ ଶେର ସିଂହ ଥିଲା । ପରିବାର କଥା କହିଲେ ଉଦ୍ଧମ ସିଂହଙ୍କ ମାଆଙ୍କ ମୃତ୍ୟୁ ପରେ ତାଙ୍କ ବାପା ରୋଗାଗ୍ରସ୍ତ ରହୁଥିଲେ । ଏହାପରେ ତାଙ୍କ ଦାଦା ତାଙ୍କୁ ଅମୃତସରରେ ଏକ ଅନାଥ ଆଶ୍ରମରେ ଛାଡ଼ି ଆସିଥିଲେ ।

୧୭ ବର୍ଷ ବୟସ ବେଳେ ଅନାଥ ଆଶ୍ରମରେ ରାମ୍‌ ମହମ୍ମଦ ସିଂହ ଆଜାଦଙ୍କ ନାମ ରଖାଗଲା ଉଦ୍ଧମ ସିଂହ । ୧୯ ବର୍ଷ ବୟସ ବେଳେ ତାଙ୍କ ବଡ଼ ଭାଇ ସାନ୍ଧୁ ସିଂହଙ୍କ ମୃତ୍ୟୁ ହୋଇଥିଲା । ଅତି ଯୁବା ବୟସରେ ସେ ଦେଖିଥିଲେ ବ୍ରିଟିଶ ସରକାରଙ୍କ ଅସହ୍ୟ କ୍ରୁରତା । ଆମେ କହୁଛୁ ଜାଲିଆନୱାଲାବାଗ୍‌ ବର୍ବର କାଣ୍ଡ କଥା । ସେଠାରେ ଚାଲିଥିବା ଜଲ୍‌ସାରେ ସେ ପାଣିସେବାରେ ନିୟୋଜିତ ଥିଲେ । ହେଲେ ଅଚାନକ ବ୍ରିଟିଶମାନେ ଗୁଳି ବର୍ଷଣ ଆରମ୍ଭ କରି ଦେଇଥିଲେ । ସେହି ସମୟରେ ଏକ ଗଛମୂଳେ ଲୁଚି ନିଜ ଜୀବନ ବଞ୍ଚାଇଥିଲେ ଉଦ୍ଧମ ସିଂହ । ଏଭଳି ରକ୍ତାକ୍ତ ବର୍ବର କାଣ୍ଡ ଦେଖିବା ପରେ ପ୍ରତିଶୋଧ ନେବାକୁ ସେ ସ୍ଥିର କରିଥିଲେ ।

ଜେନେରାଲ ଆର ଡାୟରଙ୍କ ଭାରତରେ ହିଁ ମୃତ୍ୟୁ ହୋଇ ସାରିଥିଲା । କିନ୍ତୁ ଆର୍‌ ଡାୟର ଏବେ ଜୀବିତ ଥିଲେ । ଯିଏ ଏହି ବର୍ବରକାଣ୍ଡ ଘଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅନେକ ଥର ଲଣ୍ଡନରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ ଉଦ୍ଧମ ସିଂହ । କିନ୍ତୁ ପ୍ରଥମେ ସେ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଥିଲେ । ଏହାପରେ ସେ ଇଂଲଣ୍ଡ ଯାଇଥିଲେ । ପରେ ଆମେରିକା ମଧ୍ୟ ଯାଇଥିଲେ । ସେଠାରେ ସେ ବମ୍‌, ପିସ୍ତଲ, ହ୍ୟାଣ୍ଡଲିଂ କଳା ଶିଖିଥିଲେ ।

ଲଣ୍ଡନରେ ରହିବା ବେଳେ ନିଜର ଲକ୍ଷ୍ୟକୁ ଭୁଲିନଥିଲେ ଉଦ୍ଧମ ସିଂହ । ସବୁବେଳେ ସେ ଡାୟର ଉପରେ ନଜର ରଖୁଥିଲେ । ଲଣ୍ଡନରେ ପହଞ୍ଚିବା ପରେ ସେ ଲୁଚିଲୁଚି ଛୋଟମୋଟ କାମ କରିବାକୁ ଲାଗିଲେ । ସେ କାଠ, ବିଦ୍ୟୁତ୍‌ ଭଳି ଅନେକ କାର୍ଯ୍ୟରେ ନିପୁଣ ଥିଲେ । ଏହାରି ମଧ୍ୟରେ ସେ ଡାୟରକୁ ଖୋଜିବା ଆରମ୍ଭ କରିଦେଲେ । ମୂଳ ଲକ୍ଷ୍ୟ ଥିଲା ଡାୟରକୁ ହତ୍ୟା କରିବା । ଏଥିପାଇଁ ସେ ଗଦର ପାର୍ଟି ସହ ସମ୍ପର୍କ ସ୍ଥାପନ କରିଥିଲେ ।

ଏହି ସମୟରେ ଦିନେ ସେ ଓ ଡାୟରର ପୋଷ୍ଟର ଲାଗିଥିବା ଦେଖିବାକୁ ପାଇଲେ । ପୋଷ୍ଟରରେ କାକ୍ସଟନ ହଲ୍‌ରେ ମାର୍ଚ୍ଚ ୧୩ ତାରିଖରେ ଡାୟର ଯୋଗ ଦେବା ନେଇ ଲେଖା ଥିଲା । ଏହା ଜାଣି ସେ ଅତ୍ୟନ୍ତ ଖୁସି ହୋଇଥିଲେ । ଏହାପରେ ହତ୍ୟା ପାଇଁ ଆରମ୍ଭ ହୋଇ ଯାଇଥିଲା ପ୍ରସ୍ତୁତି । ୧୯୪୦ ମାର୍ଚ୍ଚ ୧୩ ତାରିଖରେ ଠିକଣା ସ୍ଥାନରେ ପହଞ୍ଚି ଗଲେ ଉଦ୍ଧମ ସିଂହ ।

ପିସ୍ତଲକୁ ଏକ ବହି ଭିତରେ ଲୁଚାଇ ହଲ୍‌ ନିକଟରେ ପହଞ୍ଚିଥିଲେ ଉଦ୍ଧମ ସିଂହ । ବହି ପୃଷ୍ଠାକୁ ଗୁଡ଼ିକୁ ପିସ୍ତଲ ଆକାରରେ କାଟି ଲୁଚାଇଥିଲେ । ସଭାରେ ଶେଷ ଧାଡ଼ିର ଚୁପ୍‌ ହୋଇ ବସିଗଲେ ଉଦ୍ଧମ ସିଂହ । ମୁଖ୍ୟ ବକ୍ତା ଡାୟର ମଞ୍ଚ ଉପରକୁ ଆସିବା ବାକିଥିଲା । ଏହାରି ମଧ୍ୟରେ ସେ ନିଜର ସିଟ୍‌ ପରିବର୍ତ୍ତନ କରିବାକୁ ଲାଗିଥିଲେ । ଏଭଳି ଭାବରେ ସେ ସାମ୍ନା ସିଟ୍‌ରେ ପହଞ୍ଚିଗଲେ । ଡାୟର ଆସିବା କ୍ଷଣି ତା ଉପରକୁ ଗୁଳି ବର୍ଷଣ କରିଥିଲେ । ଫଳରେ ସେଠାରେ ହିଁ ଓ ଡାୟରଙ୍କ ମୃତ୍ୟୁ ହୋଇଥିଲା ।

ଘଟଣାସ୍ଥଳରେ ଓ ଡାୟରର ମୃତ୍ୟୁ ହୋଇଥିଲା । କିନ୍ତୁ ଟ୍ରାଏଲ ସମୟରେ ରାମ ମହମ୍ମଦ ସିଂହ ଆଜାଦ ଗୋରା ଇଂରେଜମାନଙ୍କୁ ଦ୍ବନ୍ଦ୍ବରେ ପକାଇ ଦେଇଥିଲା । ଏହି ନାମ ଶହୀଦ ଉଦ୍ଧମ ସିଂହ ନିଜେ ହିଁ ଘୋଷଣା କରିଥିଲେ । ମାଇକେଲ ଓ ଡାୟରକୁ ହତ୍ୟା କରିବା ପରେ ରାମ ମହମ୍ମଦ ସିଂହ ଆଜାଦ ନିଜେ ଏହାକୁ ନେଇ ଏକ ଚିଠି ଲେଖିଥିଲେ । ଏହି ଚିଠି ଏବେ ବି ରହିଛି । ଏହାକୁ ନେଇ ବ୍ରିଟିସମାନେ ଭୟଭୀତ ହୋଇ ରହିଥିଲେ । ପୁଣି ଏକତା ଆସିଯିବା ଡରରେ ସେ ଚିଠିରୁ ନାମକୁ ହଟାଇବାକୁ ଚାହୁଁଥିଲେ । ଏଥିପାଇଁ ଆମେ କେବେ ତାଙ୍କୁ ଶ୍ରେୟ ଦେଇ ନାହୁଁ । ଉଦ୍ଧମ ସିଂହଙ୍କ ଏକାତର କଥା ଶୁଣିବାକୁ ବ୍ରିଟିଶଙ୍କୁ ବାଧ୍ୟ କରିଥିଲେ । ଯାହା ୧୯୧୯ରେ ଆରମ୍ଭ ହୋଇଥିଲା । ବ୍ରିଟିଶଙ୍କ ସାମ୍ରାଜ୍ୟରେ ବ୍ରିଟିଶଙ୍କୁ ଡରାଇ ଦେଇଥିଲେ ଉଦ୍ଧମ ସିଂହ ।

୧୯୪୦ ଜୁଲାଇ ୩୧ ତାରିଖରେ ଏହି ଭାରତମାତାର ଏହି ସୁଯୋଗ୍ୟ ସନ୍ତାନଙ୍କୁ ଲଣ୍ଡନରେ ଫାଶି ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା । ଜେଲ୍‌ରେ ହିଁ ତାଙ୍କ ମୃତଦେହକୁ ପୋତି ଦିଆଯାଇଥିଲା । ତତ୍କାଳୀନ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ବଳରେ ୧୯୭୪ ଜୁଲାଇ ୩୧ ତାରିଖରେ ଉଦ୍ଧମ ସିଂହଙ୍କ ଦେହବାଶେଷ ଭାରତକୁ ହସ୍ତାନ୍ତର କରିଥିଲେ ବ୍ରିଟିଶ ସରକାର ।

ଉଦ୍ଧମ ସିଂହଙ୍କ ଦେହବାଶେଷକୁ ନେଇ ସୁନାମ ଷ୍ଟାଡିୟମରେ ସଂସ୍କାର କରାଯାଇଥିଲା । ଦେହବାଶେଷ କଳସକୁ କଲେଜରେ ସ୍ଥାପନା କରାଗଲା । ଲାଇବ୍ରେରୀ ନିକଟରେ ଥିବା ଏହି କଳସକୁ ପ୍ରତ୍ୟେକ ଛାତ୍ରଛାତ୍ରୀ ସମ୍ମାନ ଦେଉଛନ୍ତି । ଉଦ୍ଧମ ସିଂହଙ୍କ ସାହାସିକତା ଓ ବଳିଦାନକୁ ଦେଶମାତୃକା କେବେ ଭୁଲିବା ଅସମ୍ଭବ । ଯିଏ ସ୍ବାଧୀନତା ପାଇଁ ବ୍ରିଟିଶରେ ମଧ୍ୟରେ ଭାରତ ଜାତୀୟ ପତାକା ଉଡ଼ାଇ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.