ETV Bharat / bharat

ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ରହିଛି ଶହୀଦ ଭଗତ ସିଂହଙ୍କ ସ୍ମାରକୀ

ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ତତ୍କାଳୀନ ସମୟରେ ଶହୀଦ ଭଗତ ସିଂହଙ୍କୁ କଏଦ କରି ରଖାଯାଇଥିଲା । ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେବା ପାଇଁ ସେଠାରେ ପହଞ୍ଚିଛି ଆମ ଇଟିଭି ଭାରତର ସ୍ବତନ୍ତ୍ର ଟିମ । ଅଧିକ ପଢନ୍ତୁ...

ଇଟିଭି ଏକ୍ସଲ୍ୟୁଜିଭ: ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ରହିଛି ଶହୀଦ ଭଗତ ସିଂହଙ୍କ ସ୍ମାରକୀ

author img

By

Published : Mar 23, 2021, 12:14 PM IST

Updated : Mar 23, 2021, 1:10 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଥିବା ବିଶ୍ବବିଦ୍ୟାଳୟ ତଥା ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରିବା ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ସ୍ବପ୍ନ ହୋଇଥାଏ । ଏହା ଏକ ବଡ ଶିକ୍ଷାନୁଷ୍ଠାନ ହୋଇଥିଲେ ମଧ୍ୟ ଏହି ବିଶ୍ବବିଦ୍ଯାଳୟ ନିଜ ବକ୍ଷରେ ଶହୀଦ ସ୍ବାରକକୁ ମଧ୍ୟ ଧରି ରଖିଛି । ଶହୀଦ ଭଗତ ସିଂହ ଓ ସୁଖଦେବଙ୍କ ଉପରେ ଇଂରେଜ ସରକାରଙ୍କ ଅତ୍ୟାଚାରର ଦାଗ ଏଠାରେ ଏବେ ମଧ୍ୟ ରହିଛି । ଏହି ସ୍ଥାନ ସମ୍ପର୍କରେ ଅଧିକ ସୂଚନା ଦେବା ପାଇଁ ସେଠାରେ ପହଞ୍ଚିଛି ଇଟିଭି ଭାରତର ସ୍ବତନ୍ତ୍ର ଟିମ ।

ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ରହିଛି ଶହୀଦ ଭଗତ ସିଂହଙ୍କ ସ୍ମାରକୀ

ଏହି ବିଶ୍ବବିଦ୍ୟାଳୟରେ ରହିଥିବା କୁଳପତିଙ୍କ କାର୍ଯ୍ୟାଳୟରେ ଏକଦା ଗୋରା ସରକାର ଶହୀଦ ଭଗତ ସିଂହଙ୍କୁ କଏଦ କରି ରଖିଥିଲା । ସେଠାରେ ସେ ତାଙ୍କ ଉପରେ ଅତ୍ୟାଚାର କରୁଥିଲା । ଏଠାରେ କଏଦ ରହିଥିବା ସମୟରେ ଭଗତ ସିଂ ଜେଲ ଡାଏରୀ ଲେଖିଥିଲେ । ଯାହାକି ଏବେ ମଧ୍ୟ ସେଠାରେ ସଂରକ୍ଷିତ ହୋଇ ରହିଛି । ଭଗତ ସିଂହ ରହୁଥିବା ଜେଲ, ଶୌଚାଳୟ ଓ ତାଙ୍କୁ ଯେଉଁ ଲିଫ୍ଟ ସାହାଯ୍ୟରେ ଖାଦ୍ୟ ଦିଆଯାଉଥିଲା ତାହା ମଧ୍ୟ ରହିଛି ।

ସ୍ବାଧୀନତା ପାଇଁ ମାତ୍ର 23 ବର୍ଷ ବୟସରେ ଫାଶୀ ଖୁଣ୍ଟରେ ଝୁଲିଥିବା ଏହି ଶହୀଦ ବୀରପୁତ୍ରଙ୍କ ବଳିଦାନକୁ ମନେ ରଖିବା ପାଇଁ ଏହି ସ୍ଥାନଗୁଡିକୁ ସଂରକ୍ଷିତ କରି ରଖାଯାଇଛି । ଭଗତ ସିଂହଙ୍କ ପୋଷାକ, ଜେଲରେ ରହୁଥିବା ସମୟରେ ଶୋଉଥିବା ଖଟ ଆଦି ସମସ୍ତ ଜିନିଷ ପଦାର୍ଥ ସେଠାରେ ସଂରକ୍ଷିତ ଅବସ୍ଥାରେ ରହିଛି । ଏହି ସ୍ଥାନ ସମ୍ପର୍କରେ ବିସ୍ତୃତ ସୂଚନା ଦେବା ପାଇଁ ସେଠାରେ ଇଟିଭି ଭାରତର ସ୍ବତନ୍ତ୍ର ଟିମ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 23, 2021, 1:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.