ETV Bharat / bharat

Story of Naxal Sundari: ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଥିଲେ, ଏବେ ଦମନ କରୁଛନ୍ତି ଶତ୍ରୁ

ନକ୍ସଲ ପାଇଁ କାମ କରୁଥିବା ସୁନ୍ଦରୀ ଏବେ ନକ୍ସଲଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି । କିଏ ଏହି ସୁନ୍ଦରୀ । କାହିଁକି ତାଙ୍କ ନାମକୁ ନେଇ ଚର୍ଚ୍ଚା । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

Naxal Sundari
Naxal Sundari
author img

By

Published : Apr 26, 2023, 12:47 PM IST

ରାୟପୁର: ‘ସୁନ୍ଦରୀ’ ଖାଲି ନାଁ ନୁହେଁ ତାଙ୍କ କାମ ଶୁଣିଲେ ପ୍ରଶଂସା ନକରି ରହିପାରିବେନି । ନକ୍ସଲ ଇଲାକାରେ ଦିନେ ଗୁଞ୍ଜରିତ ହେଉଥିବା ଏହି ନାଁ ଏବେ ନକ୍ସଲଙ୍କୁ ଥରହର କରୁଛି । କିଏ ଏହି ସୁନ୍ଦରୀ କାହିଁକି ତାଙ୍କ ନାଁକୁ ନେଇ ଚର୍ଚ୍ଚା । ଆମେ କହୁଛୁ ଛତିଶଗଡ ରାଜ୍ୟର ‘ସୁନ୍ଦରୀ’ ଓରଫ ଲଳିତାଙ୍କ କଥା । ଯାହାଙ୍କ ମୁଣ୍ଡ ଉପରେ ଦିନେ 8 ଲକ୍ଷର ପୁରସ୍କାର ରାଶି ଘୋଷଣା କରିଥିଲେ ସରକାର । ସେ ଏବେ ନକ୍ସଲ ଦମନ ଅଭିଯାନରେ ନିଜକୁ ନିୟୋଜିତ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ଦିନେ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲେ ଲଳିତା । ବଡ ବଡ ନକ୍ସଲ ଆକ୍ରମଣରେ ପ୍ରଚ୍ଛଦ ପଟରେ ରହୁଥିଲେ ସେ । ନକ୍ସଲ ଆକ୍ରମଣ ହେଉ ଅବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇବା ପୋଲିସଙ୍କ ପାଇଁ ଚାଲେଞ୍ଜ ସୃଷ୍ଟି କରୁଥିଲେ । ହାତରେ ବନ୍ଧୁକ ଧରି ଥରହର କରୁଥିବା ସୁନ୍ଦରୀ ଏବେ ପାଲଟିଛନ୍ତି କନେଷ୍ଟବଳ । ଯିଏ ନକ୍ସଲ ଦମନ ଅଭିଯାନରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛନ୍ତି ।

15 ବର୍ଷରେ ନକ୍ସଲରେ ସାମିଲ ହୋଇଥିଲେ ସୁନ୍ଦରୀ: ଏକ ସାକ୍ଷାତକାରରେ ସୁନ୍ଦରୀ କେବେ ନକ୍ସଲ ସଙ୍ଗଠନରେ ସାମିଲ ହେଲେ ସେନେଇ କହିଛନ୍ତି । ଯେବେ ତାଙ୍କୁ 15 ବର୍ଷ ହୋଇଥିଲା ନକ୍ସଲ ସଙ୍ଗଠନରେ ସେ ସାମିଲ ହୋଇଥିଲେ । ସୁନ୍ଦରୀଙ୍କ ଘର ନାରାୟଣପାଟଣା ଜିଲ୍ଲା ଅଶାନ୍ତ ଗାଁରେ । ଯେଉଁ ଗାଁ ନକ୍ସଲ ପ୍ରଭାବିତ । ତାଙ୍କ ବଡ ଭାଇ ସରକାରଙ୍କ ପାଇଁ କାମ କରୁଥିଲେ । ତେଣୁ ନକ୍ସଲ ମାନେ ତାଙ୍କୁ ସାଥିରେ ନେଇଯାଇଥିଲେ । ବାସ୍‌ ତା ପରଠୁ ନକ୍ସଲ ସଙ୍ଗଠନରେ ମିଶି ଅନେକ କାମରେ ସାମିଲ ହୋଇଛନ୍ତି ସେ । ନାରାୟଣପାଟଣା ଜିଲ୍ଲା ମେଡ ଡିଭିଜନର ଏକ ବାଟାଲିୟନରେ ସକ୍ରିୟ ସଦସ୍ୟ ରୂପେ କାମ କରୁଥିଲେ ସେ । ଏପରି ଅନେକ ନକ୍ସଲ ହିଂସାକାଣ୍ଡ ଘଟଣାରେ ସେ ସାମିଲ ଥିଲେ ।

ଅତିଷ୍ଠ କଲା ଶୋଷଣ: ଛତିଶଗଡ ରାଜ୍ୟରେ ମାଓ ଆକ୍ରମଣ ଅଧିକାଂଶ ସମୟରେ ଖବର ଆସିଥାଏ । ବସ୍ତର ଜିଲ୍ଲାରେ ଏମିତି ଅନେକ ହିଂସାକାଣ୍ଡ ଘଟଣାରେ ସକ୍ରିୟ ଥିଲେ ସୁନ୍ଦରୀ । ଯେଉଁଥିରେ ଅନେକ ସୁରକ୍ଷାକର୍ମୀ ମଧ୍ୟ ଶହୀଦ ହୋଇଥିଲେ । ନକ୍ସଲଙ୍କ ପାଇଁ କାମ କରୁଥିବା ସୁନ୍ଦରୀ ଏକ ଖୁଲାସା କରିଛନ୍ତି । ସେ କହିଛନ୍ତି ନକ୍ସଲ ସଙ୍ଗଠନ ଯୁଗବର୍ଗଙ୍କୁ ଶୋଷଣ କରିବାରେ ବ୍ୟସ୍ତ । ଯାହା ତାଙ୍କୁ ଅତିଷ୍ଠ କରିଥିଲା ।

ସ୍ବାମୀଙ୍କ ସହ ଆତ୍ମସମର୍ପଣ କରିଥିଲେ ସୁନ୍ଦରୀ: ସରକାରଙ୍କ ବିଭିନ୍ନ ଲୋକାଭିମୁଖି କାର୍ଯ୍ୟ ତାଙ୍କୁ ପ୍ରଭାବିତ କରିଥିଲା । ଏହାସହ ଶୋଷଣରେ ଅତିଷ୍ଠ ହୋଇ ସ୍ବାମୀଙ୍କ ସହ ମିଶି ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିଲେ ସେ । ସମାଜର ମୁଖ୍ୟ ସୋତ୍ରରେ ସାମିଲ ହେବାକୁ ପାହାଡ ଡେଇଁ ଜଙ୍ଗଲ ପାର କରି ପୋଲିସ ମୁଖ୍ୟାଳୟରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ ଦମ୍ପତି । କହି ରଖୁଛୁ କି ପାଖାପାଖି 10 ବର୍ଷ ଧରି ନକ୍ସଲ ସଙ୍ଗଠନ ସହ କାର୍ଯ୍ୟ କରୁଥିଲେ ସୁନ୍ଦରୀ । ସୁନ୍ଦରୀ ଓରଫ ଲଳିତାଙ୍କ ଉପରେ 8 ଲକ୍ଷର ପୁରସ୍କାର ରାଶି ଘୋଷଣା କରିଥିଲେ ସରକାର ।

ଏବେ ନକ୍ସଲ ଦମନ ଅଭିଯାନରେ ସୁନ୍ଦରୀ: ମାଓବାଦୀ ସଙ୍ଗଠନ ସହ ମତଭେଦ ତାଙ୍କୁ ମୁଖ୍ୟ ସ୍ରୋତ ଆଡକୁ ଟାଣି ନେଇଥିଲା । ଏବେ ସୁନ୍ଦରୀ ଡିଆରଜି( ଜିଲ୍ଲା ରିଜର୍ଭ ଗାର୍ଡ)ର କନେଷ୍ଟବଳ ଭାବେ କାର୍ଯ୍ୟ କରୁଛନ୍ତି । ନକ୍ସଲ ଦମନ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ସେ ସହାୟତା କରୁଛନ୍ତି ।

ଦେଶ ପ୍ରଗତି ପଥେ ଆଗକୁ ଦୌଡୁଥିବା ବେଳେ ରାଜ୍ୟର ଶତ୍ରୁ ପାଲଟିଛନ୍ତି ନକ୍ସଲ । ବିଭିନ୍ନ ହିଂସାକାଣ୍ଡ ଘଟାଇ ସାଧାରଣ ଲୋକ ହେଉ ଅବା ଦେଶର ବୀର ପୁଅଙ୍କ ଜୀବନ ନେବାକୁ ପଛାଉ ନାହାନ୍ତି । ଅନ୍ୟପଟେ ନକ୍ସଲଙ୍କୁ ସମାଜରେ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାକୁ ଚେଷ୍ଟା ଜାରି ରଖିଛନ୍ତି । ସୁନ୍ଦରୀଙ୍କ ଭଳି ମହିଳା ନକ୍ସଲ ଏବେ ମାଓ ଦମନ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ନିହାତି ପ୍ରଶଂସନୀୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.