ETV Bharat / bharat

ସାହିତ୍ୟରେ ଆନ୍ନିଙ୍କୁ ନୋବେଲ, ଲେଖନୀକୁ କରିଥିଲେ ଅସ୍ତ୍ର

author img

By

Published : Oct 6, 2022, 7:07 PM IST

ସାହିତ୍ୟ କ୍ଷେତ୍ରରେ ଘୋଷଣା ହୋଇଛି ଚଳିତ ବର୍ଷର ନୋବେଲ ପୁରସ୍କାର । ଫ୍ରାନ୍ସ ସାହିତ୍ୟିକା ଆନ୍ନି ଏର୍ନକ୍ସଙ୍କୁ ମିଳିଛି ଏହି ସମ୍ମାନ । ତାଙ୍କ ସମ୍ପର୍କରେ ଜାଣିବା ପାଇଁ ଅଧିକ ପଢନ୍ତୁ...

ସାହିତ୍ୟରେ ଆନ୍ନିଙ୍କୁ ନୋବେଲ, ଲେଖନୀକୁ କରିଥିଲେ ଅସ୍ତ୍ର
ସାହିତ୍ୟରେ ଆନ୍ନିଙ୍କୁ ନୋବେଲ, ଲେଖନୀକୁ କରିଥିଲେ ଅସ୍ତ୍ର

ହାଇଦ୍ରାବାଦ: ନିଜ କଲମ ମୁନକୁ ଅସ୍ତ୍ର ଭାବେ ବ୍ୟବହାର କରି ସେ ନିର୍ଭୀକତାର ସହିତ ସମାଜର ବିଭିନ୍ନ ସମସ୍ୟାକୁ ପରିପ୍ରକାଶ କରନ୍ତି । ତାଙ୍କ କଲମ ମୁନ ଛୁରୀ ଭଳି କାମ କରେ । ତାଙ୍କ ଲେଖା ସାମାଜିକ ଅସମାନତା ଉପରୁ ଲୋକଙ୍କ ଆଖି ଖୋଲିଥାଏ । ସମାଜରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିବା ଲାଗି କଲମକୁ ଅସ୍ତ୍ର ବନାଇଥିବାରୁ ଫ୍ରାନ୍ସର ସାହିତ୍ୟିକା ଆନ୍ନି ଏର୍ନକ୍ସ (French author Annie Ernaux)ଙ୍କୁ ମିଳିଛି ବିଶ୍ବର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର (Nobel Prize in Literature) ।

‘L’occupation’ ପୁସ୍ତକ
‘L’occupation’ ପୁସ୍ତକ

ଆନ୍ନି ଏର୍ନକ୍ସ କିଏ ?

ଆନ୍ନି ଏର୍ନକ୍ସ ହେଉଛନ୍ତି ଜଣେ ଫ୍ରାନ୍ସ ସାହିତ୍ୟିକା । ସେ ୧୯୪୦ ମସିହାରେ ଜନ୍ମଗ୍ରହଣ କରିଥିବା ବେଳେ ଫ୍ରାନ୍ସର ଉତ୍ତରପଶ୍ଚିମାଞ୍ଚଳ ନରମାଣ୍ଡି (Normandy)ର ଛୋଟ ସହର ୟୱୋଟ୍ଟ (Yvetot)ର ଜନ୍ମଗ୍ରହଣ କରିଥିଲେ । ସେଠାରେ ତାଙ୍କ ପିତାମାତା ଏକ ତେଜରାତି ଦୋକାନ (Grocery store) ଓ କାଫେ (Cafe) ଚଲାଉଥିଲେ । ଜୀବନରେ ଅନେକ ସଂଗ୍ରାମ ତାଙ୍କୁ ସାହିତ୍ୟିକ ହେବାକୁ ପ୍ରେରଣା ଯୋଗାଇଥିଲା । ଏହାପରେ ସେ ନିଜର ଭାବନାକୁ କଲମ ମୁନରେ ପରିପ୍ରକାଶ କରିଥିଲେ ।

ଆନ୍ନି ଏର୍ନକ୍ସ
ଆନ୍ନି ଏର୍ନକ୍ସ

ଏହା ବି ପଢନ୍ତୁ- Nobel Prize In Literature 2022: ଫ୍ରାନ୍ସର ସାହିତ୍ୟିକା ଆନ୍ନି ଏର୍ନକ୍ସଙ୍କୁ ନୋବେଲ

କାହିଁକି ଆନ୍ନିଙ୍କୁ ନୋବେଲ ?

  • ଆନ୍ନି ଏର୍ନକ୍ସ ଜଣେ ଦକ୍ଷ ସାହିତ୍ୟିକା । ସେ ନିଜ କଲମ ମୁନର ଧାରରେ ସମାଜର ବଳିଷ୍ଠ, ମୁଖ୍ୟ ସମସ୍ୟାକୁ ଲେଖି ଲୋକଲୋଚନକୁ ଆଣନ୍ତି । ସେ କ୍ରମାଗତ ଭାବରେ ଜୀବନର ବିଭିନ୍ନ କୋଣକୁ ଲକ୍ଷ୍ୟ କରନ୍ତି । ଜୀବନରେ ଲିଙ୍ଗ, ଭାଷା ଏବଂ ସ୍ତର ସମ୍ବନ୍ଧରେ ଦୃଢ ପାର୍ଥକ୍ୟକୁ ଚିହ୍ନଟ କରି ଏହାକୁ ପରୀକ୍ଷଣ କରନ୍ତି । ନିଜ ଭିନ୍ନ ଦୃଷ୍ଟିଭଙ୍ଗୀକୁ ଉପଯୋଗ କରି ଏହାକୁ ଲେଖନୀ ମାଧ୍ୟମରେ ପରିପ୍ରକାଶ କରନ୍ତି । ସେ ପ୍ରାୟ ୩୦ରୁ ଅଧିକ ବିଭିନ୍ନ ପ୍ରସଙ୍ଗ ଉପରେ ପୁସ୍ତକ ଲେଖିଛନ୍ତି ।
    ଆନ୍ନି ଏର୍ନକ୍ସ
    ଆନ୍ନି ଏର୍ନକ୍ସ
  • ପ୍ରେମକୁ ନେଇ ସମାଜରେ ଥିବା ଭିନ୍ନ ଚିନ୍ତାଧାରାକୁ ସେ ‘L’occupation’ ପୁସ୍ତକ ମାଧ୍ୟମରେ ପ୍ରକାଶ କରିଥିଲେ । ଏଥିରେ ସେ ଏକ ଅଧ୍ୟୟନ ମୂଳକ ଲେଖା ଲେଖିଛନ୍ତି । ୨୦୦୨ ମସିହାରେ ଏହି ପୁସ୍ତକକୁ ସେ ରଚନା କରିଥିଲେ । ଏଥିରେ ସେ ନିଜ ବ୍ୟକ୍ତିଗତ ପ୍ରେମ ସମ୍ପର୍କରେ ପ୍ରକାଶ କରିଛନ୍ତି ।
  • ଭାଷାକୁ ଆନ୍ନି ଛୁରୀ ପରି ବ୍ୟବହାର କରନ୍ତି । ଯାହାକି ସମାଜରେ ଥିବା ଅସମାନତା ବିରୋଧରେ ଲୋକଙ୍କ ଆଖି ଖୋଲେ । ସମାଜରେ ବହୁ କାଳରୁ ବିଦ୍ୟମାନ ହେଉଥିବା ଏପରି ଚିନ୍ତାଧାରାକୁ ଦୂର କରିବା ଲାଗି ସେ ଭାଷାକୁ ଅସ୍ତ୍ର ଭାବେ ବ୍ୟବହାର କରନ୍ତି ବୋଲି କୁହନ୍ତି ।
  • ଆନ୍ନି ଗ୍ରାମୀଣ ପୃଷ୍ଠଭୂମିରୁ ଆସିଥିବାରୁ ଏହାର ପ୍ରଭାବ ତାଙ୍କ ଲେଖନୀରେ ଦେଖିବାକୁ ମିଳେ । ଜର୍ଣ୍ଣଲ ଡୁ ଡେହୋର୍ସ (୧୯୯୩), ୟାଲା ବି ଏକ୍ସଟିରିୟର ୧୯୯୩-୧୯୯୯ (୨୦୦୦) ଏହି ପୁସ୍ତକ ମାଧ୍ୟମରେ ସେ ନିଜ ଛୋଟବେଳର ଲେଖାକୁ ପ୍ରକାଶ କରିଥିଲେ । ଲା ପ୍ଲେସ (୧୯୩୮) ପୁସ୍ତକରେ ମାତ୍ର ୧୦୦ ପୃଷ୍ଠାରେ ସେ ନିଜ ପିତା ଓ ତାଙ୍କ ସହିତ ଜଡ଼ିତ ସାମାଜିକ ପରିବେଶ ଉପରେ ବୈରାଗ୍ୟପୂର୍ଣ୍ଣ ଚିତ୍ରକୁ ଦର୍ଶାଇଥିଲେ ।
  • ସେ ନିଜ ଜୀବନ ସହିତ ଜଡ଼ିତ ଅନେକ କାହାଣୀ ଓ ଆଖପାଖ ଲୋକଙ୍କ ଜୀବନୁ ଲକ୍ଷ୍ୟ କରି ପ୍ରାୟ ୨୦ଟି ନୋବେଲ ଲେଖିଛନ୍ତି । ଏଥିରେ ସେ ସେକ୍ସୁଆଲ ଏନକାଉଣ୍ଟର, ଗର୍ଭପାତ, ଅସୁସ୍ଥତା ଓ ନିଜ ପିତାମାତଙ୍କ ମୃତ୍ୟୁ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ।
  • ଆନ୍ନିଙ୍କ ଲେଖାରେ ଶୁଦ୍ଧତା, ରକ୍ଷଣଶୀଳତା ରହିବା ସହିତ ସେ ଶୁଦ୍ଧ ଇଂରାଜୀରେ ପରିପ୍ରକାଶ କରନ୍ତି । ଏଥିଲାଗି ସେ ନୋବେଲ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ସାହିତ୍ୟ କ୍ଷେତ୍ରର ନୋବେଲ କମିଟି ଚେୟାରମ୍ୟାନ ଆଣ୍ଡର୍ସ ଓଲସନ କହିଛନ୍ତି । ତାଙ୍କ ଲେଖାରେ ଶକ୍ତିଶାଳୀ ଭାବନାର ଝଲକ ଦେଖିବାକୁ ମିଳେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.