ETV Bharat / bharat

Dil Se Desi: ସଂସ୍କୃତି ପରମ୍ପରାରେ ପୂର୍ଣ୍ଣ ଭାରତବର୍ଷ, ବିଶ୍ୱଦରବାରରେ ରହିଛି ସ୍ୱତନ୍ତ୍ର ପରିଚୟ

ଅନେକ ସଂସ୍କୃତିର ମିଶ୍ରଣ ହେଉଛି ଭାରତୀୟ ସଂସ୍କୃତି । ଏଠି ହିନ୍ଦୁ ମୁସଲିମ ଭାଇ-ଭାଇ । ପରମ୍ପରା, ବେଶଭୂଷା ଭିନ୍ନ ହୋଇଥିଲେ ମଧ୍ୟ ସଭିଏଁ ଏଠାରେ ପରସ୍ପରକୁ ସମ୍ମାନ ଦିଅନ୍ତି । 'ହାତରେ ଖାଇବାଠୁ ଆରମ୍ଭ କରି ନମସ୍କାର' ପର୍ଯ୍ୟନ୍ତ ବିଶ୍ବରେ ଭାରତର ଏକ ସ୍ବତନ୍ତ୍ର ପରିଚୟ ରହିଛି । ଦେଶ ଆଜି ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ଭାରତୀୟ ନିଜ ଭାଷା, ପରମ୍ପରା, ସଂସ୍କୃତିକୁ ନେଇ କିପରି ବିଶ୍ବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ତାହା ଉପରେ ନଜର ପକାନ୍ତୁ

Dil Se Desi: ସଂସ୍କୃତି ପରମ୍ପରାରେ ପୂର୍ଣ୍ଣ ଭାରତବର୍ଷ, ବିଶ୍ବଦରବାରରେ ରହିଛି ସ୍ବତନ୍ତ୍ର ପରିଚୟ

author img

By

Published : Aug 12, 2022, 5:26 PM IST

ହାଇଦ୍ରାବାଦ: ସଂସ୍କୃତି, କଳାସ୍ଥାପତ୍ୟ, ଐତିହ୍ୟରେ ପରିପୂର୍ଣ୍ଣ ଆମ ଭାରତବର୍ଷ । ଆଜି ଦେଶ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତିକୁ ପାଳନ କରୁଛି । ଏହା ମଧ୍ୟରେ ଦେଶରେ ଅନେକ ପରିବର୍ତ୍ତନ ଆସିଥିବା ବେଳେ ଅତ୍ୟାଧୁନିକ ଆଗକୁ ପ୍ରବେଶ କରିଛି ଦେଶ । ମାତ୍ର ଆଜି ବି ବଞ୍ଚି ରହିଛି ଭାରତ ବର୍ଷର ସଂସ୍କୃତି । ଯାହାର ଚର୍ଚ୍ଚା ବିଶ୍ବଦରବାରରେ ହେଉଥିବା ବେଳେ ବିଦେଶୀଙ୍କ ନଜରରେ ଭାରତର ଏକ ଭିନ୍ନ ଆଭିମୁଖ୍ୟ ରହିଛି । ସଂସ୍କୃତି ଓ ପରମ୍ପରାରେ ଭରା ଦେଶ ଭାବରେ ଭାରତର ରହିଛି ସ୍ବତନ୍ତ୍ର ପରିଚୟ । ସେଥିରେ ନମସ୍କାରଠୁ ଆରମ୍ଭ କରି ଭିନ୍ନ ଭିନ୍ନ ସ୍ଥାନର ପାରମ୍ପରିକ ବେଶଭୂଷା, ଖାଦ୍ୟ, ବାଦ୍ୟ ଆଦି ଅନ୍ତର୍ଭୁକ୍ତ ।

ଭାରତବର୍ଷରେ ଅନେକ ଧର୍ମାବଲମ୍ବୀ, ଭାଷାଭାଷୀର ଲୋକ ଏକାଠି ବାସ କରନ୍ତି । ଏଥିଲାଗି ଭାରତକୁ ସାର୍ବଭୌମତ୍ବ ଦେଶ ବୋଲି କୁହାଯାଏ । ଭିନ୍ନ ଧର୍ମ ସହିତ ସେମାନଙ୍କ ଆଚାର ବ୍ୟବହାର, ବେଶଭୂଷା, ଜୀବନଶୈଳୀ ଆଦି ଭିନ୍ନ । ଖାଦ୍ୟଠୁ ଆରମ୍ଭ କରି ବେଶଭୂଷା ଏବଂ ଅଭିନନ୍ଦନଠୁ ଆରମ୍ଭ କରି ବିବାହ ସବୁ ଅଲଗା ରୀତିନୀତି ଅନୁସାରେ ହୁଏ । ଆମ ଦେଶ ଭାରତରେ ଏଭଳି ଅନେକ ସଂସ୍କୃତି, ପରମ୍ପରା ରହିଥିବା ବେଳେ ଆସନ୍ତୁ ତାହା ଉପରେ ନଜର ପକାଇବା ।

  • ଅଭିବାଦନ(Greetings)
    ଅଭିବାଦନ
    ଅଭିବାଦନ

ନମସ୍ତେ ବା ନମସ୍କାର (Namaste) ବିଷୟରେ ଆଲୋଚନା କଲେ ବିଦେଶୀମାନେ ଭାରତକୁ ହିଁ ମନେ ପକାନ୍ତି । ଦେଶରେ କୌଣସି ଅତିଥିଙ୍କୁ ଅଭିବାଦନ ଲାଗି ଏହାର ବ୍ୟବହାର ହୁଏ । ନମସ୍କାର କରିବା ସମୟରେ ଜଣେ ବ୍ୟକ୍ତି ୨ ହାତର ପାପୁଲିକୁ ଯୋଡ଼ି ମୁହଁରେ ହସ ଫୁଟାଇ ସାମ୍ନାରେ ଥିବା ଅତିଥିଙ୍କୁ ଏକ ସମ୍ମାନଜନକ ଅଙ୍ଗଭଙ୍ଗୀ ଦେଇଥାଏ । ଏହି ଅଙ୍ଗଭଙ୍ଗୀକୁ ଅଞ୍ଜଳି ମୁଦ୍ରା (Anjali Mudra) ବୋଲି କୁହାଯାଏ । 'ନମସ୍କାର'ର ଅର୍ଥ ହେଉଛି 'ମୁଁ ଆପଣଙ୍କ ଭିତରେ ଈଶ୍ବରଙ୍କୁ ପ୍ରଣାମ କରୁଛି' । ଭାରତରେ ଅତିଥିଙ୍କୁ ଦେବତା ବୋଲି ବିବେଚନା କରାଯାଏ । ଭାରତବର୍ଷରେ ଅଭିବାଦନ ଲାଗି ନମସ୍କାର କରାଯାଉଥିବା ବେଳେ ଅନ୍ତରାଷ୍ଟ୍ରୀୟ ସ୍ତରରେ ବା ବିଦେଶରୁ ଅତିଥିଙ୍କ ସହିତ ହାତ ମିଳାଯାଏ । ତେବେ କୋରୋନା ମହାମାରୀ ସମୟରେ ଅନେକ ବିଶ୍ବନେତା ଅଭିବାଦନ ଲାଗି ଭାରତର ଏହି ସଂସ୍କୃତିକୁ ଆପଣେଇଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

  • ପାରମ୍ପରିକ ବେଶଭୂଷା (Traditional Clothing)
    ପାରମ୍ପରିକ ବେଶଭୂଷା
    ପାରମ୍ପରିକ ବେଶଭୂଷା

ଭାରତରେ ବହୁ ଭାଷାଭାଷୀ, ଧର୍ମାବଲମ୍ବୀ ଲୋକ ରହୁଥିବା ବେଳେ ସେମାନଙ୍କ ବେଶଭୂଷା ମଧ୍ୟ ଭିନ୍ନ ରହିଥାଏ । ଭାରତବାସୀ ଆଧୁନିକ ପୋଷାକକୁ ଆପଣାଉଥିବା ବେଳେ ପାରମ୍ପରିକ ପୋଷାକ ପ୍ରତି ସେମାନଙ୍କ ରୁଚି କେବେ ବି ମରିନଥାଏ । ଏପରିକି ପାରମ୍ପରିକ ପୋଷାକ ପିନ୍ଧିବା ଲାଗି ଭାରତବାସୀ ପର୍ବପର୍ବାଣିକୁ ଅପେକ୍ଷା କରି ରହିଥାନ୍ତି । ପର୍ବପର୍ବାଣିରେ ଅଧିକାଂଶ ଭାରତୀୟ ପାଶ୍ଚାତ୍ୟ ଦେଶର ପୋଷାକକୁ ପରିତ୍ୟାଗ କରି ପାରମ୍ପରିକ ପୋଷାକ ପିନ୍ଧିଥିବା ନଜର ଆସିଥାଏ । ବିଦେଶରେ ପାରମ୍ପରିକ ପୋଷାକ ଶାଢୀ ବେଶ ଆଦୃତ ଲାଭ କରିଛି । ଶାଢୀ ବିଦେଶରେ ଭାରତୀୟର ପରିଚୟ ଦିଏ । ଶାଢୀଠୁ ଆରମ୍ଭ କରି ଘାଘରା, ଚୁନି, ଧୋତି, କୁର୍ତ୍ତା ପଜାମା ଭାରତୀୟ ହେବାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରେ ।

ପାରମ୍ପରିକ ବେଶଭୂଷା
ପାରମ୍ପରିକ ବେଶଭୂଷା
  • ଧର୍ମ (Religions)

ଭାରତବର୍ଷରେ ସବୁଠୁ ଆଶ୍ଚର୍ଯ୍ୟକର ବିଷୟ ଯେ ଅନେକ ଧର୍ମର ଲୋକ ଏକାଠି ଗୋଟିଏ ଦେଶର ଶାନ୍ତିର ସହିତ ବାସ କରନ୍ତି । ଭାରତ ମୁଖ୍ୟତଃ ପ୍ରାୟ ୬ଟି ଧର୍ମକୁ ଅନୁସରଣ କରେ । ସେଥିମଧ୍ୟରେ ହିନ୍ଦୁ, ଇସଲାମ, ଖ୍ରୀଷ୍ଟିଆନ, ଶିଖ, ଜୈନ, ବୌଦ୍ଧ ଅନ୍ତର୍ଭୁକ୍ତ । ଭାରତରେ ମୋଟ ଜନସଂଖ୍ୟାରୁ ୭୯.୮ ପ୍ରତିଶତ ହିନ୍ଦୁ ଧର୍ମାବଲମ୍ବୀ ବାସ କରୁଥିବା ବେଳେ ଅନ୍ୟ ଧର୍ମର ୧୪.୨ ପ୍ରତିଶତ ରହିଛନ୍ତି । ପ୍ରତ୍ୟେକ ଧର୍ମାବଲମ୍ବୀ ଅନ୍ୟ ଧର୍ମକୁ ସମ୍ମାନ ଦେଇଥାନ୍ତି ।

  • ପର୍ବପର୍ବାଣି (Festivals)
    ପର୍ବପର୍ବାଣି
    ପର୍ବପର୍ବାଣି

ଧର୍ମ ଭିନ୍ନ ହେବା ସହିତ ସେମାନଙ୍କ ପରମ୍ପରା ଓ ପର୍ବପର୍ବାଣି ମଧ୍ୟ ଭିନ୍ନ ହୋଇଥାଏ । କିଛି ବିଶେଷ ତାରିଖ ଓ ତିଥିକୁ ମୁଖ୍ୟ ପର୍ବ ଭାବେ ପାଳନ କରାଯାଏ । ଏମିତି ବି କିଛି ପର୍ବ ରହିଛି ଯାହାକୁ କେବଳ ଗୋଟିଏ ଧର୍ମାବଲମ୍ବୀ ନୁହେଁ ବରଂ ଏକାଧିକ ଧର୍ମାବଲମ୍ବୀ ଲୋକ ପାଳନ କରନ୍ତି । ସେଥିରେ ଦୀପାବଳି, ଖ୍ରୀଷ୍ଟମାସ, ହୋଲି, ବୈଶାଖୀ, ରକ୍ଷାବନ୍ଧନ, ମହବାରୀ ଜୟନ୍ତୀ, ବୁଦ୍ଧ ପୂର୍ଣ୍ଣିମା ଅନ୍ତର୍ଭୁକ୍ତ ।

  • ଉପବାସ (Fasting)

ଭାରତ ବର୍ଷରେ ଉପବାସ ଭଳି ଏକ ଭିନ୍ନ ପରମ୍ପରା ରହିଛି । ଉପବାସରେ ଭଗବାନଙ୍କୁ ଆରାଧନା କରି ଜଣେ ବ୍ୟକ୍ତି କୌଣସି ଖାଦ୍ୟ ଗ୍ରହଣ କରିନଥାଏ । ଉପବାସ ରହିବା ଦ୍ବାରା ଶରୀରର ଏକ ସ୍ବଚ୍ଛତା ଆସିବା ସହିତ ଶକ୍ତି ମଧ୍ୟ ଆସିଥାଏ । ହିନ୍ଦୁ ଧର୍ମାବଲମ୍ବୀ କରବାଚୌଥ, ଶିବରାତ୍ରି, ନବରାତ୍ରି, ଏକାଦଶୀ ଆଦିରେ ଉପବାସ କରୁଥିବା ବେଳେ ମୁସଲିମ ଧର୍ମାବଲମ୍ବୀ ପବିତ୍ର ମାସ ରମଦାନ ସମୟରେ ୩୦ ଦିନ ଉପବାସ କରନ୍ତି । ରମଦାନରେ ସେମାନେ ଖାଦ୍ୟ, ପାଣି ଏପରିକି ଲାଳ ମଧ୍ୟ ଢୋକି ନଥାନ୍ତି । ଖାଦ୍ୟ ଖାଇବାର ସେମାନଙ୍କ ନିର୍ଦ୍ଦିଷ୍ଟ ସମୟସୀମା ରହିଥାଏ । ସେହିପରି ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ଖ୍ରୀଷ୍ଟମାସରେ ୪୦ଦିନ ଉପବାସ କରନ୍ତି ।

  • ହାତରେ ଭୋଜନ କରିବା (Eating With Hands)

ଭାରତର ସଂସ୍କୃତି ଅନୁସାରେ ଦେଶବାସୀ ହାତରେ ଭୋଜନ କରନ୍ତି । ଏହା ସ୍ବାସ୍ଥ୍ୟ ପକ୍ଷେ ମଧ୍ୟ ଉପଯୋଗୀ ହୋଇଥାଏ । ଚାମଚ ବିନା ହାତରେ ଖାଦ୍ୟ ଖାଇବା ଦ୍ବାରା ଆମେ ଖାଦ୍ୟର ତାପ ଓ ସଠିକ ପରିମାଣରେ ଖାଦ୍ୟକୁ ପାଟି ଭିତରକୁ ନେଇଥାଉ । ଚାମଚ ଅପେକ୍ଷା ହାତରେ ଖାଇବା ଦ୍ବାରା ଆମେ ବିଭିନ୍ନ ଖାଦ୍ୟକୁ ମିଶ୍ରଣ କରି ଅତି ସହଜରେ ଖାଇ ପାରିଥାଉ । ହାତରେ ଖାଇବା କେବଳ ଭାରତରେ ଦେଖିବାକୁ ମିଳେ । ଏହା ଭାରତର ସଂସ୍କୃତି ଭାବରେ ବିଦେଶରେ ଜଣାଶୁଣା ।

  • ଭାଷା (Language)
    ଭାଷା
    ଭାଷା

ବିଶ୍ବରେ ଭାରତ ହେଉଛି ଏମିତି ଏକ ଦେଶ ଯେଉଁଠି ଅନେକ ଭାଷାଭାଷୀର ଲୋକେ ଏକାଠି ବାସ କରନ୍ତି । ୨୦୧୧ର ଏକ ସର୍ଭେ ଅନୁସାରେ ୧୨୧ଟି ବହୁ ପ୍ରଚଳିତ ଭାଷା ରହିଥିବା ବେଳେ ୧୫୯୯ ଅନ୍ୟ ଭାଷା ରହିଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଭାରତରେ ୧୯୫୦୦ ମାତୃଭାଷା ରହିଛି । ଏହା ଭାରତରେ ସବୁଠୁ ଅଧିକ । ପ୍ରତ୍ୟେକ ରାଜ୍ୟରେ ଏକ ରାଜ୍ୟଭାଷା ରହିଛି । ହିନ୍ଦୀକୁ ରାଷ୍ଟ୍ରଭାଷା କୁହାଯାଉଥିବା ବେଳେ ଏହି ଭାଷାକୁ ପ୍ରାୟ ଦେଶର ସମସ୍ତ ଲୋକ ବୁଝିପାରନ୍ତି । ଅନ୍ୟ ଭାଷା ମଧ୍ୟରେ ବଙ୍ଗଳା, ତେଲୁଗୁ, ମରାଠୀ, ତାମିଲ ମଧ୍ୟ ବହୁଳ ଭାବରେ ବ୍ୟବହାର ହୁଏ ।

  • ବିବାହ (Wedding)

ଗୋଟିଏ ପୁଅ ଝିଅ ଯେତେବେଳେ ନିଜ ଜୀବନର ଆଉ ଏକ ଅଧ୍ୟାୟରେ ପାଦ ଥାପିବାକୁ ଯାଉଥିବା ବା ପରସ୍ପରକୁ ଜୀବନସାଥୀ ମାନିଥାନ୍ତି, ସେମାନେ ଏକାଠି ରହିବା ଲାଗି ଆମ ସମାଜରେ 'ବିବାହ'ର ବେଶ ଗୁରୁତ୍ବ ରହିଥାଏ । ବିବାହ ପରେ ସେମାନେ ସ୍ବାମୀସ୍ତ୍ରୀ ଭାବେ ଜଣାଯାଉଥିବା ବେଳେ ଏକ ପବିତ୍ର ବନ୍ଧନରେ ଆବଦ୍ଧ ହୁଅନ୍ତି । ଭାରତବର୍ଷରେ ବିବାହକୁ ୨ ପରିବାର ମଧ୍ୟରେ ଏକ ଉତ୍ସବ ଭାବେ ପାଳନ କରାଯାଏ । ଏଥିରେ ଅନେକ ରୀତିନୀତି, କାର୍ଯ୍ୟକ୍ରମ ରହିଥିବା ବେଳେ ଅନେକ ଅତିଥି ଯୋଗ ଦେଇଥାନ୍ତି । ଏହା ପ୍ରାୟ ଏକ ସପ୍ତାହ ଧରି ଚାଲିଥାଏ । ବିବାହର ଅନେକ ପର୍ବ ବା କାର୍ଯ୍ୟକ୍ରମ ମଧ୍ୟରେ ହଳଦୀ, ମେହେନ୍ଦି, ମୁହଁଦିଖାଇ, ରିସେପ୍ସନ, ସଙ୍ଗୀତ ଭଳି ଅନେକ କାର୍ଯ୍ୟକ୍ରମ ରହିଛି । ବିବାହରେ ଉଭୟ ବରକନ୍ୟା ପାରମ୍ପରିକ ବେଶଭୂଷା ସମେତ ଅଳଙ୍କାର ମଧ୍ୟ ପରିଧାନ କରନ୍ତି । ବୈଦିକ ରୀତିନୀତିରେ ବ୍ରାହ୍ମଣ ମନ୍ତ୍ର ପଢି ସେମାନଙ୍କୁ ଏକ ପବିତ୍ର ବନ୍ଧନରେ ଆବଦ୍ଧ କରନ୍ତି ।

  • ପରିବାର ଗଠନ ଓ ମୂଲ୍ୟବୋଧ (Value of Family)
    ପରିବାର ଗଠନ ଓ ମୂଲ୍ୟ
    ପରିବାର ଗଠନ ଓ ମୂଲ୍ୟ

ପାଶ୍ଚାତ୍ୟ ପରମ୍ପରା ଅନୁଯାୟୀ ବିଦେଶରେ ପରିବାରର ସେତେଟା ଗୁରୁତ୍ବ ଦେଖିବାକୁ ମିଳିନଥାଏ । ଭାରତରେ ଯେପରି ଯୌଥ ପରିବାର ରହିଛି ଅର୍ଥାତ ପରିବାର କହିଲେ ଜେଜେବାପା, ଜେଜେମା', ବାପା, ମା', ଭାଇ, ଭଉଣୀ, ଦାଦା, ଖୁଡ଼ିଙ୍କୁ ବୁଝାଯାଏ । ସମସ୍ତେ ଏକାଠି ହୋଇ ରୁହନ୍ତି । ମାତ୍ର ବିଦେଶରେ ଏପରି ହୋଇନଥାଏ । ପିଲାଟି ବଡ଼ ହେବା ମାତ୍ରେ ସେ ପିତାମାତାଙ୍କୁ ଛାଡ଼ି ଅଲଗା ହୋଇ ରହିଥାଏ । ଯୌଥ ପରିବାର ମଧ୍ୟ ଭାରତବାସୀଙ୍କ ପରିଚୟ । ପରିବାରର ସମ୍ପର୍କ ପରସ୍ପରର ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା ମଧ୍ୟରେ ବାନ୍ଧି ହୋଇ ରହିଥାଏ ।

  • ପାରମ୍ପରିକ ନୃତ୍ୟ
    ପାରମ୍ପରିକ ନୃତ୍ୟ
    ପାରମ୍ପରିକ ନୃତ୍ୟ

ଭାରତ ଅନେକ ପାରମ୍ପରିକ ନୃତ୍ୟର ଗନ୍ତାଘର । ଦେଶର ବିଭିନ୍ନ ପ୍ରାନ୍ତରୁ ଭିନ୍ନ ଭିନ୍ନ ପ୍ରକାର ନୃତ୍ୟଶୈଳୀ ଦେଖିବାକୁ ମିଳେ । ଯାହାର ବିଶ୍ବରେ ସ୍ବତନ୍ତ୍ର ପରିଚୟ ମଧ୍ୟ ରହିଛି । ଯେପରିକି ତାମିଲନାଡୁର ଭାରତନାଟ୍ୟମ, ମଣିପୁରର ମଣିପୁରୀ, ଉତ୍ତର ଭାରତର କଥକ୍‌, ଓଡ଼ିଶାର ଓଡ଼ିଶୀ-ସମ୍ବଲପୁରୀ ସମେତ କୁଚିପୁଡ଼ି, କଥାକଲି, ଶାସ୍ତ୍ରୀୟ, ଛଉ ଆଦି ନୃତ୍ୟକଳା ଅନ୍ତର୍ଭୁକ୍ତ ।

ଭାରତର ସଂସ୍କୃତିକୁ କାଗଜ କଲମରେ ବୟାନ କରିବା ଏକ କଷ୍ଟକର ବ୍ୟାପାର । ଦେଶରେ କୋଣ ଅନୁକୋଣରେ ସଂସ୍କୃତି, ପରମ୍ପରାର ଛାପ ରହିଛି । ଖାଦ୍ୟ, ବେଶଭୂଷା, ଭାଷା, ଧର୍ମ, ଆଭୂଷଣ, ଐତିହ୍ୟ ସ୍ଥଳ, ନୃତ୍ୟ, କଳା ଏଭଳି ଅନେକ ଅନ୍ତର୍ଭୁକ୍ତ ରହିଛି । ଏହି ସବୁକୁ ନେଇ ଗୋଟିଏ ଦେଶରେ ଅଲଗା ଜୀବନଶୈଳୀ ଆପଣାଉଥିବା ଲୋକ ମଧ୍ୟ ବାସ କରନ୍ତି । ଏଥିରୁ ବିଶ୍ବବାସୀଙ୍କୁ ଭାରତ ଏକମାତ୍ର ଶିକ୍ଷା ଦିଏ ଯେ 'ବିବିଧତା ମଧ୍ୟରେ ସମନ୍ବୟ ଏବଂ ଏକତା' ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.