ETV Bharat / bharat

KKRTC Recruitment: ଓଜନ ବୃଦ୍ଧି ପାଇଁ ଶରୀରରେ ଲୁହା ପଥର ଲୁଚାଇଲେ ପରୀକ୍ଷାର୍ଥୀ - କେକେଆରଟିସି ନିଯୁକ୍ତି

କର୍ଣ୍ଣାଟକରେ KKRTCରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । କିଛି ପ୍ରାର୍ଥୀ ନିର୍ଦ୍ଦିଷ୍ଟ ଶରୀର ଓଜନ ବଜାୟ ରଖିବା ଲାଗି ଲୁହା ପଥର ପୋଷାକ ଭିତରେ ଲୁଚାଇ ରଖିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

KKRTC Recruitment
KKRTC Recruitment
author img

By

Published : Feb 11, 2023, 8:02 AM IST

ବେଙ୍ଗାଲୁରୁ: କଲ୍ୟାଣ କର୍ଣ୍ଣାଟକ ରୋଡ ଟ୍ରାନ୍ସପୋର୍ଟ କର୍ପୋରେସନରେ ନିଯୁକ୍ତି ପାଇଁ ଆସିଛି ସୁଯୋଗ । ତେବେ ଏଥିରେ ନିଯୁକ୍ତି ପାଇବା ଲାଗି ପ୍ରାର୍ଥୀମାନେ ଆପଣାଇଛନ୍ତି ବେଆଇନ ଉପାୟ । ଏହି ନିଯୁକ୍ତି ଲାଗି ହେବାକୁ ଥିବା ଫିଜିକାଲ ଟେଷ୍ଟରେ ପ୍ରାର୍ଥୀମାନେ ଚୟନ ହେବା ଲାଗି ଶରୀରରେ ଲୁହା ପଥର ଲୁଚାଇଥିବା ଜଣାପଡ଼ିଛି । ଓଜନ ବୃଦ୍ଧି କରିବା ଲାଗି ପ୍ରାର୍ଥୀମାନେ ଏପରି କରିଥିବା ଜଣାପଡ଼ିଛି । କର୍ଣ୍ଣାଟକ କଲାବୁରାଗି ଜିଲ୍ଲାରେ ଏପରି ଘଟଣା ସାମନାକୁ ଆସିଛି ।

ଓଜନ ବୃଦ୍ଧି ପାଇଁ ଶରୀରରେ ଲୁହା ପଥର ଲୁଚାଇଲେ ପ୍ରାର୍ଥୀ

ନିଯୁକ୍ତି ପାଇଁ ନିର୍ଦ୍ଦିଷ୍ଟ ଓଜନ ସ୍ଥିର କରାଯାଇଛି । ତେବେ ୪ ଜଣ ପ୍ରାର୍ଥୀ, ଯେଉଁମାନଙ୍କର ଆବଶ୍ୟକ ଓଜନ ନାହିଁ ସେମାନେ ବିଭିନ୍ନ ଓଜନ ବୃଦ୍ଧି କରିବା ଲାଗି ବେଆଇନ ଉପାୟର ସାହାଯ୍ୟ ନେଇଛନ୍ତି । KKRTCରେ ଡ୍ରାଇଭର ଓ ମ୍ୟାନେଜର ପଦ ପାଇଁ ଆବେଦନ ଆସିଛି । ଏଥିଲାଗି କଲାବୁରାଗିଠାରେ ଶାରୀରିକ ପରୀକ୍ଷା କରାଯାଇଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୩୮ ହଜାର ପ୍ରାର୍ଥୀ ମୋଟ ୧୬୧୯ ପଦବୀ ପାଇଁ ଆବେଦନ କରିଛନ୍ତି । ଏକ ନିର୍ଦ୍ଦିଷ୍ଟ ଉଚ୍ଚତା, ସହିତ ୫୫ କିଲୋଗ୍ରାମ ଶରୀରର ଓଜନ ବାଧ୍ୟତାମୂଳକ ରହିଛି ।

ଏହା ବି ପଢନ୍ତୁ- Jewellery Stealing: ସଟର କାଟି 9 KG ସୁନା, ହୀରା ଲୁଟିଲେ ବୁଲା ବିକାଳୀ

କିନ୍ତୁ ଯେଉଁ ପ୍ରାର୍ଥୀମାନଙ୍କର ଏହି ନିର୍ଦ୍ଦିଷ୍ଟ ଉଚ୍ଚତା ଏବଂ ଓଜନ ନାହିଁ ସେମାନେ ବେଆଇନ ପଦ୍ଧତି ଅବଲମ୍ବନ କରିଛନ୍ତି । ମାତ୍ର ସେମାନଙ୍କୁ ଅଫିସିଆଲ ଧରିବାରେ ସକ୍ଷମ ହୋଇଛି ଓ ଏହାସହିତ ସେମାନଙ୍କୁ ବ୍ଲାକଲିଷ୍ଟ କରାଯାଇଛି । ଯାହାଦ୍ବାରା ସେମାନେ KKRTC ପରୀକ୍ଷା ଦେଇପାରିବେ ନାହିଁ । ପୂର୍ବରୁ PSI ପରୀକ୍ଷା ଲାଗି ବ୍ଲୁଟୁଥର ସହାୟତା ନେଇଥିଲେ ପରୀକ୍ଷାର୍ଥୀ । ଏହି ଖବର ପରେ ଏବେ ପୋଷାକ ତଳେ ଲୁହା ପଥର ଲୁଚାଇବା ଖବର ସାମନାକୁ ଆସିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.