ETV Bharat / bharat

ଦିଲ୍ଲୀରେ ଚାଞ୍ଚଲ୍ୟ; ପୂର୍ବ କେନ୍ଦ୍ରମନ୍ତ୍ରୀ ପି ରଙ୍ଗରାଜନ ପତ୍ନୀଙ୍କୁ ହତ୍ୟା

ହତ୍ୟାର ଶୀକାର ହୋଇଥିବା କିଟ୍ଟୀ କୁମାର ମଙ୍ଗଳମ ହେଉଛନ୍ତି ପୂର୍ବତନ ଦିବଂଗତ କେନ୍ଦ୍ରମନ୍ତ୍ରୀ ପି ରଙ୍ଗରାଜନ କୁମାର ମଙ୍ଗଳମଙ୍କ ପତ୍ନୀ । ରଙ୍ଗରାଜନ ପି କଂଗ୍ରେସର ଜଣେ ବରିଷ୍ଠ ନେତା ଥିଲେ । ଅଧିକ ପଢନ୍ତୁ...

author img

By

Published : Jul 7, 2021, 10:40 AM IST

କିଟ୍ଟୀ କୁମାର ମଙ୍ଗଳମ
କିଟ୍ଟୀ କୁମାର ମଙ୍ଗଳମ

ନୂଆଦିଲ୍ଲୀ: ପୂର୍ବତନ ଦିଂବଗତ କେନ୍ଦ୍ରମନ୍ତ୍ରୀ ପି ରଙ୍ଗରାଜନ କୁମାର ମଙ୍ଗଳମଙ୍କ ପତ୍ନୀ କିଟ୍ଟୀ କୁମାର ମଙ୍ଗଳମଙ୍କୁ ହତ୍ୟା । ବିଳମ୍ବିତ ରାତ୍ରିରେ ତାଙ୍କ ଦିଲ୍ଲୀ ବସନ୍ତ ବିହାର ସ୍ଥିତ ବାସଭବନରେ ଦୁର୍ବୁତ୍ତ କଲେ ହତ୍ୟା । ଦିଲ୍ଲୀ ପୋଲିସର ସୂଚନା ଅନୁସାରେ 76 ବର୍ଷିୟ କିଟ୍ଟୀଙ୍କ ଘରୁ ଚୋରି ଉଦ୍ଦେଶ୍ୟରେ ଦୁର୍ବୁତ୍ତ ପଶି ହତ୍ୟା କରିଛନ୍ତି । ଘଟଣାର ପ୍ରାଥମିକ ତଦନ୍ତ ଆଧାରରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ମାନଙ୍କୁ ଗିରଫ ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ । କିଟ୍ଟୀ କୁମାର ମଙ୍ଗଳମଙ୍କ ସ୍ବାମୀ ପି ରଙ୍ଗରାଜନ କୁମାର ମଙ୍ଗଳମ କିଛି ବର୍ଷ ପୂର୍ବେ କ୍ୟାନସରରେ ମୃତ୍ୟୁବରଣ କରିଛନ୍ତି ।

ଘରୋଇ ସହାୟିକାଙ୍କ ସୂଚନା...

କିଟ୍ଟୀ କୁମାର ମଙ୍ଗଳ ଘରେ ସହାୟିକା ଭାବେ କାମ କରୁଥିବା ମହିଳା ଘଟଣା ସମ୍ପର୍କରେ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ସୂଚନା । ମଙ୍ଗଳବାର ରାତି 9 ଟାରେ କପଡା ନେବା ବାହାନାରେ ଧୋବା ଘର କଲିଂ ବେଲ ବଜାଇଥିଲେ । ଗେଟ ଖୋଲିବା ମାତ୍ରେ ଧୋବାଙ୍କ ସହ 2 ଜଣ ଯୁବକ ଆସିଥିଲେ । ଉଭୟ ଯୁବକ ସହାୟିକାଙ୍କୁ ଅନ୍ୟ ଏକ ରୁମକୁ ନେଇ ବାନ୍ଧିଦେଇଥିଲେ । ପରେ ତକିଆରେ ଚାପି କିଟ୍ଟୀଙ୍କୁ ହତ୍ୟା କରିଥିଲେ । ପୋଲିସର ସୂଚନା ଅନୁସାରେ ରାତି 11 ଟା ରେ ଘଟଣା ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳକୁ ଆସିଥିଲା । ସହାୟିକାଙ୍କ ସୂଚନାକୁ ଆଧାର କରି ରାତିରେ ହିଁ ଅଭିଯୁକ୍ତ ଧୋବାକୁ ପୋଲିସ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ଜଣକ ହେଉଛି 24 ବର୍ଷିୟ ରାଜୁ । ସେ ବସନ୍ତ ବିହାର ଅଞ୍ଚଳରେ ରହୁଥିଲା । ଫେରାର 2 ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଚିହ୍ନଟ କରିଛି । ଖୁବଶୀଘ୍ର ଗିରଫ କରାଯିବ ବୋଲି ବସନ୍ତ ବିହାର ପୋଲିସ ସୂଚନା ଦେଇଛି ।

ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀ କିଟ୍ଟୀ ...

ହତ୍ୟାର ଶିକାର ହୋଇଥିବା କିଟ୍ଟୀ କୁମାର ମଙ୍ଗଳମ ହେଉଛନ୍ତି ପୂର୍ବତନ ଦିବଂଗତ କେନ୍ଦ୍ରମନ୍ତ୍ରୀ ପି ରଙ୍ଗରାଜନ କୁମାର ମଙ୍ଗଳମଙ୍କ ପତ୍ନୀ । ରଙ୍ଗରାଜନ ପି କଂଗ୍ରେସର ଜଣେ ବରିଷ୍ଠ ନେତା ଥିଲେ । ସେ ତାମିଲନାଡୁର ସଲେମ ଲୋକସଭା ଆସନରୁ 1984 ରୁ 1996 ପର୍ଯ୍ୟନ୍ତ ସାଂସଦ ଥିଲେ । ସେହିପରି 1998 ରୁ 2000 ପର୍ଯ୍ୟନ୍ତ ତିରୁଚୀରାପଲ୍ଲୀ ରୁ ସାଂସଦ ହୋଇଥିଲେ । ପି ରଙ୍ଗରାଜନ ପିଭି ନରସିଂମା ରାଓ ସରକାରରେ ମନ୍ତ୍ରୀ ଥିଲେ । ସେହିଭଳି 1998 ରୁ 2000 ପର୍ଯ୍ୟନ୍ତ ବାଜପେୟୀ ସରକାରରେ ଶକ୍ତି ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.