ହାଇଦ୍ରାବାଦ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦଙ୍କର କିଡନୀ ପ୍ରତିରୋପଣ ସଫଳ ହୋଇଛି ( RJD President Lalu Yadav Kidney transplant successful )। ଲାଲୁଙ୍କ ଝିଅ ରୋହିଣୀ ପିତାଙ୍କୁ ଗୋଟିଏ କିଡିିନି ଦାନ କରିଛନ୍ତି । ସିଙ୍ଗାପୁରର ଏକ ହସ୍ପିଟାଲରେ ଏହି ପ୍ରତିରୋପଣ ଅସ୍ତ୍ରୋପଚାର ସଫଳତାର ଶେଷ ହୋଇଛି । ଉଭୟ ବାପା ଓ ଝିଅ ସୁସ୍ଥ ଥିବା ପୁଅ ତେଜସ୍ବୀ ଯାଦବ ଟ୍ବିଟ କରି ସୂଚନା ଦେଇଛନ୍ତି । ଏହି ଅପରେସନ ପୂର୍ବରୁ ପୁଅ ତେଜସ୍ୱୀ ଯାଦବ, ପତ୍ନୀ ରାବିଡି ଦେବୀ ସିଙ୍ଗାପୁରରେ ପହଞ୍ଚିଥିଲେ । ଏବେ ଅପରେସନ ସଫଳ ହେବା ପରେ ଲାଲୁଙ୍କୁ ଆସିୟୁରେ ରଖାଯାଇଛି । ଝିଅ ରୋହିଣୀ ମଧ୍ୟ ଡାକ୍ତରୀ ଟିମର ନିରୀକ୍ଷଣରେ ରହିଛନ୍ତି ।
-
Ready to rock and roll ✌️
— Rohini Acharya (@RohiniAcharya2) December 5, 2022 " class="align-text-top noRightClick twitterSection" data="
Wish me a good luck 🤞 pic.twitter.com/R5AOmFMW0E
">Ready to rock and roll ✌️
— Rohini Acharya (@RohiniAcharya2) December 5, 2022
Wish me a good luck 🤞 pic.twitter.com/R5AOmFMW0EReady to rock and roll ✌️
— Rohini Acharya (@RohiniAcharya2) December 5, 2022
Wish me a good luck 🤞 pic.twitter.com/R5AOmFMW0E
ଲାଲୁ ଗତ କିଛି ବର୍ଷ ହେବ ସ୍ବାସ୍ଥ୍ୟଗତ ସମସ୍ୟାରେ ଥିବା ବେଳେ ଗତ କିଛି ମାସ ହେବ ଗୁରୁତର ହୋଇପଡିଥିଲେ । ପରେ ତାଙ୍କର କିଡିନିଜନିତ ସମସ୍ୟା ଥିବା ଜଣାପଡିଥିଲା । କିଡିନିର ପ୍ରତିରୋପଣ କରିବା ଜରୁରୀ ବୋଲି ଡାକ୍ତର କହିବା ପରେ ଲାଲୁଙ୍କ ଦ୍ୱିତୀୟ ଝିଅ ରୋହିଣୀ ଆଚାର୍ଯ୍ୟ ପିତାଙ୍କୁ ଗୋଟିଏ କିଡନୀ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ସିଙ୍ଗାପୁରର ଏକ ହସ୍ପିଟାଲରେ ଏହି ଅପରେସନ କରାଯିବା ନେଇ ପରିବାର ପକ୍ଷରୁ ସ୍ଥିର କରାଯାଇଥିଲା । ଆଜି ଏହି ପ୍ରତିରୋପଣ ସଫଳ ହୋଇଛି । ଝିଅ ରୋହିଣୀଙ୍କର ଗୋଟିଏ କିଡନୀ ସଫଳତାର ସହ ଲାଲୁଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି । ଉଭୟ ବାପ ଝିଅ ସୁସ୍ଥ ଥିବା ପରିବାର ପକ୍ଷରୁ ସୂଚନା ମିଳିଛି ।
ସିଙ୍ଗାପୁରର ହସ୍ପିଟାଲଗୁଡିକରେ ସର୍ବୋତ୍ତମ କିଡନୀ ପ୍ରତିରୋପଣ ସୁବିଧା ରହିଛି । ଏଠାକାର ହସ୍ପିଟାଲରେ ହୋଇଥିବା କିଡନୀ ପ୍ରତିରୋପଣ ସଫଳତା ହାର ମଧ୍ୟ ଅନ୍ୟ ଦେଶ ଅପେକ୍ଷାକୃତ ସର୍ବାଧିକ । ଏଠାରେ ଜୀବନ୍ତ ବ୍ୟକ୍ତିଙ୍କ ଠାରୁ କିଡିନି ପ୍ରତିରୋପଣର ସଫଳତା ହାର 98.11 ପ୍ରତିଶତ ରହିଛି । ସେହିପରି ମୃତବ୍ୟକ୍ତିଙ୍କ ଠାରୁ ପ୍ରତିରୋପଣର ସଫଳତା ହାର 94.88 ପ୍ରତିଶତ ରହିଛି । ଉଭୟ ବର୍ଗରେ ସାମଗ୍ରିକ ସଫଳତା ହାର ପ୍ରାୟ 90 ପ୍ରତିଶତ ରହିଥିବା ଏକ ମେଡିକାଲ ଅଧ୍ୟୟନରୁ ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ