ETV Bharat / bharat

ପାରିବାରିକ କଳହରୁ ପତ୍ନୀ ଓ ତିନି ଝିଅକୁ ଖଣ୍ଡାରେ ଆକ୍ରମଣ କଲା ନୃଶଂସ ବାପା, ଜଣେ ଝିଅ ମୃତ

author img

By

Published : Feb 11, 2023, 10:05 PM IST

ପାରିବାରିକ କଳହରୁ ପତ୍ନୀ ସମେତ 3 ଝିଅଙ୍କୁ ଖଣ୍ଡାରେ ଆକ୍ରମଣ କଲା ବାପା । ଘଟଣାସ୍ଥଳରେ ଜଣେ ଝିଅ ମୃତ । ଅନ୍ୟ ସମସ୍ତ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଅଭିଯୁକ୍ତକୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

ପାରିବାରିକ କଳହରୁ ପତ୍ନୀ ଓ ତିନି ଝିଅକୁ ଖଣ୍ଡାରେ ଆକ୍ରମଣ କଲା ନୃଶଂସ ବାପା

ରାୟପୁର: ପାରିବାରିକ କଳହରୁ ହିତାହିତ ଜ୍ଞାନ ଭୁଲିଗଲା ବାପା । ନିଜ 3ଜଣ ଝିଅଙ୍କ ସହ ପତ୍ନୀକୁ ଖଣ୍ଡାରେ ଆକ୍ରମଣ କଲା । ଏଥିରେ ଜଣେ ଝିଅ ଘଟଣାସ୍ଥଳରେ ପ୍ରାଣ ହରାଇଛି । ପତ୍ନୀ ସମେତ ଅନ୍ୟ ଦୁଇ ଝିଅ ଅଳ୍ପକେ ବର୍ତ୍ତି ଯାଇଥିଲେ ସୁଦ୍ଧା ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏପରି ଏକ ଘଟଣା ଛତିଶଗଡ ଭିଲାଇ ସହର ଉପକଣ୍ଠରେ ଦେଖିବାକୁ ମିଳିଛି । ଘଟଣା ପରେ ଅଭିଯୁକ୍ତକୁ ପୋଲିସ ଗିରଫ କରି ଥାନାକୁ ଆଣିଛି । ସେହିପରି ଯୁବତୀର ମୃତଦେହ ଉଦ୍ଧାର କରି ହସ୍ପିଟାଲ ପଠାଇଛି ।

ମିଳିଥିବା ସୂଚନା ଅନୁସାରେ, ଭୋର 4ଟା ବେଳେ ସ୍ଥାନୀୟ ଅମରଦେବ ରାୟ ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀ ଦେବନ୍ତୀ ରାୟ ଓ ତିନି ଝିଅଙ୍କ ଉପରେ ବାଡି ଓ ଖଣ୍ଡାରେ ଆକ୍ରମଣ କରିଥିଲା । ଏଥିରେ ଜଣେ 18 ବର୍ଷୀୟା ଝିଅ ଜ୍ୟୋତି ରାୟ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ସ୍ଥାନୀୟ ପଡୋଶୀ ଧାଇଁ ଆସି ଅମରଦେବକୁ କାବୁ କରିବା ସହ ଅନ୍ୟମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ପତ୍ନୀ ଦେବନ୍ତୀ ରାୟଙ୍କ ସମେତ ଅନ୍ୟ ଦୁଇ ଝିଅଙ୍କ ଅବସ୍ଥା ଗମ୍ଭୀର ରହିଛି । ପଡୋଶୀ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଥାନାକୁ ନେଇଥିଲା ।

ସ୍ଥାନୀୟ ଖୁରସିପର ଥାନାଧିକାରୀ, ବିରେନ୍ଦ୍ର ଶ୍ରୀବାସ୍ତବ କହିଛନ୍ତି ଯେ ଭୋର 4 ଟା ସମୟରେ ଖୁରସିପରର ଜଣେ ବ୍ୟକ୍ତି ତାଙ୍କ ପରିବାର ସଦସ୍ୟଙ୍କୁ ଖଣ୍ଡା ଦ୍ୱାରା ଆକ୍ରମଣ କରିଥିବା ସୂଚନା ମିଳିଥିଲା । ସୂଚନା ପାଇବା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଆକ୍ରମଣ କରିଥିବା ଅଭିଯୁକ୍ତ ଅମରଦେବକୁ ଘଟଣାସ୍ଥଳରୁ ଗିରଫ କରାଯାଇ ଥାନାକୁ ଅଣାଯାଇଛି । ଆକ୍ରମଣ ବେଳେ ଅଭିଯୁକ୍ତର ଜ୍ବାଇଁ ମଧ୍ୟ ଘଟଣାସ୍ଥଳରେ ଥିଲା । ତାଙ୍କୁ ମଧ୍ୟ ଥାନାକୁ ଅଣାଯାଇ ଜେରା କରାଯାଉଛି ।

ବାପାର ଖଣ୍ଡାଚୋଟରେ ପ୍ରାଣ ହରାଇଥିବା ଯୁବତୀର ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଅନ୍ୟମାନଙ୍କ ଚିକିତ୍ସା ହସ୍ପିଟାଲରେ ଜାରି ରହିଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଲେ ସେମାନଙ୍କ ବୟାନ ମଧ୍ୟ ରେକର୍ଡ କରାଯିବ । ଅଭିଯୁକ୍ତକୁ ପ୍ରାଥମିକ ଜେରା ପରେ ଏହା ଏକ ପାରିପାରିବ କଳହ ମାମଲା ବୋଲି ଜାଣିବାକୁ ମିଳିଥିବା ସ୍ଥାନୀୟ ଥାନାଧିକାରୀ କହିଛନ୍ତି । ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.