ETV Bharat / bharat

Ram Navami Violence: ରାମ ନବମୀ ଶୋଭାଯାତ୍ରାରେ କରିଥିଲେ ପଥରମାଡ, ବୁଲଡୋଜର ବୁଲି ଭାଙ୍ଗିଲା ଘର

author img

By

Published : Apr 11, 2022, 7:53 PM IST

Updated : Apr 11, 2022, 8:10 PM IST

ମଧ୍ୟପ୍ରଦେଶର ଖରୋଗନ ଜିଲ୍ଲାରେ ରାମ ନବମୀ ଶୋଭାଯାତ୍ରାରେ ପଥର ମାଡ ଘଟଣାରେ ଆକ୍ସନ ମୋଡରେ ପ୍ରଶାସନ । 84 ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ସମ୍ପତ୍ତି ଉପରେ ବୁଲଡୋଜର ଚଢାଇ ଦେଲା ପ୍ରଶାସନ । ଅଧିକ ପଢନ୍ତୁ

Khargone Violence: କାଲି ରାମ ନବମୀ ଶୋଭାଯାତ୍ରାରେ କରିଥିଲେ ପଥରମାଡ, ଆଜି ବୁଲିଲା ବୁଲଡୋଜର

ଭୋପାଳ: ମଧ୍ୟପ୍ରଦେଶର ଖରୋଗନ ଜିଲ୍ଲାରେ ରାମ ନବମୀ ଶୋଭାଯାତ୍ରାବେଳେ ପଥରମାଡ ଘଟଣାରେ 24 ଘଣ୍ଟା ମଧ୍ୟରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶିବରାଜ ସିଂ ଚୌହାନ ସରକାର । ପଥର ମାଡ କରିଥିବା ଦୁର୍ବୃତ୍ତଙ୍କ ସମ୍ପତ୍ତି ଉପରେ ବୁଲଡୋଜର ଚଢାଇଛି ସ୍ଥାନୀୟ ପ୍ରଶାସନ । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ମୋଟ 84 ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସାରିଥିବା ବେଳେ ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ରହିଥିବା ସ୍ଥାନୀୟ ପୋଲିସ କହିଛି ।

Ram Navami Violence: ରାମ ନବମୀ ଶୋଭାଯାତ୍ରାରେ କରିଥିଲେ ପଥରମାଡ, ବୁଲଡୋଜର ବୁଲି ଭାଙ୍ଗିଲା ଘର

କଣ ଥିଲା ଘଟଣା:-

ଗତକାଲି ଖରୋଗନ ଜିଲ୍ଲାରେ ରାମ ନବମୀ ଅବସରରେ ଶୋଭାଯାତ୍ରାର ଆୟୋଜନ କରାଯାଇଥିବା ବେଳେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ପଥର ମାଡ କରିଥିଲେ । ଫଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଘଟଣାରେ ମୋଟ 24 ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପୋଲିସ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହ କର୍ଫ୍ୟୁ ଜାରି କରିଥିଲା । ଘଟଣାରେ ବର୍ତ୍ତମାନ ସୁଦ୍ଧା 84 ଅଭିଯୁକ୍ତଙ୍କୁ ଗିରଫ କରିସାରିଥିବାବେଳେ ଅଭିଯୁକ୍ତଙ୍କ ସମ୍ପତ୍ତି ଭାଙ୍ଗିଛି ସ୍ଥାନୀୟ ପ୍ରଶାସନ ।

  • MP | Khargone administration has decided to demolish the properties of stone pelters during the Ram Navami procession. Police have taken the matter under control. 84 accused have been arrested. Curfew has been imposed in Khargone: Pawan Sharma, Divisional Commissioner, Indore pic.twitter.com/pEhyvoSwAO

    — ANI MP/CG/Rajasthan (@ANI_MP_CG_RJ) April 11, 2022 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 11, 2022, 8:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.