ETV Bharat / bharat

କଂଗ୍ରେସ ସଭାପତି ନିର୍ବାଚନ: ଆଜି ଗୁଜୁରାଟରୁ ପ୍ରଚାର ଆରମ୍ଭ କରିବେ ଖଡ୍‌ଗେ

author img

By

Published : Oct 7, 2022, 8:54 AM IST

କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଆଜି ଗୁଜୁରାଟରୁ ପ୍ରଚାର ଆରମ୍ଭ କରିବେ ମଲ୍ଲିକାର୍ଜୁନ ଖଡ୍‌ଗେ । ଅଧିକ ପଢନ୍ତୁ

କଂଗ୍ରେସ ସଭାପତି ନିର୍ବାଚନ: ଆଜି ଗୁଜୁରାଟରୁ ପ୍ରଚାର ଆରମ୍ଭ କରିବେ ଖଡ୍‌ଗେ
କଂଗ୍ରେସ ସଭାପତି ନିର୍ବାଚନ: ଆଜି ଗୁଜୁରାଟରୁ ପ୍ରଚାର ଆରମ୍ଭ କରିବେ ଖଡ୍‌ଗେ

ଗାନ୍ଧୀନଗର: ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ(Congress presidential elections) । ଦୀର୍ଘ ୨୫ ବର୍ଷ ପରେ ଦେଶର ସର୍ବପୁରାତନ ଜାତୀୟ ରାଜନୈତିକ ଦଳ କଂଗ୍ରେସକୁ ମିଳିବ ଅଣଗାନ୍ଧୀ ସଭାପତି । ସଭାପତି ନିର୍ବାଚନ ପାଇଁ ଆଜି ଗୁଜୁରାଟରୁ ପ୍ରଚାର ଆରମ୍ଭ କରିବେ କର୍ଣ୍ଣାଟକର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ(Congress leader Mallikarjun Kharge) । ଗୁଜୁରାଟର କଂଗ୍ରେସ ନେତାଙ୍କ ଠାରୁ ସେ ସମର୍ଥନ ଲୋଡିବେ । ଏଥିପାଇଁ ଖଡ୍‌ଗେ ଗୁରୁବାର ରାତିରେ ଅହମ୍ମଦାବାଦରେ ପହଞ୍ଚିଛନ୍ତି ।

ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡ୍‌ଗେ ପ୍ରଥମେ ଗୁଜୁରାଟ ସ୍ଥିତ ସାବରମତି ଆଶ୍ରମ ପରିଦର୍ଶନ କରିବେ । ଏହାପରେ ଅହମ୍ମଦାବାଦ ସ୍ଥିତ ପ୍ରଦେଶ କଂଗ୍ରେସ କମିଟି ଅଫିସ(Pradesh Congress Committee)କୁ ଯିବେ । ସେଠାରେ ସେ ସାମ୍ବାଦିକ ସମ୍ମିଳନୀ କରିବେ । ତେବେ ସଭାପତି ପଦ ପାଇଁ ଖଡ୍‌ଗେଙ୍କ ବିପକ୍ଷରେ ସାଂସଦ ଶଶି ଥରୁର ନିର୍ବାଚନ ଲଢୁଛନ୍ତି । ଉଭୟ ପ୍ରାର୍ଥୀଙ୍କ ପ୍ରତି ଗାନ୍ଧୀ ପରିବାରର ସମର୍ଥନ ରହିଥିବା କହୁଯାଉଛି ।

ଏଥର ଗାନ୍ଧୀ ପରିବାରରୁ କେହି ସଭାପତି ହେବେ ନାହିଁ ବୋଲି ରାହୁଲ ସ୍ପଷ୍ଟ କରିବା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସଭାପତି ପଦ ପାଇଁ ବଡ ଦାବିଦାର ହୋଇଥିଲେ । ହେଲେ ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ ତାଙ୍କ ପାଇଁ ମହଙ୍ଗା ପଡିଲା ଏବଂ ସେ ସଭାପତି ରେସ୍‌ରୁ ଆଉଟ୍ ହେଲେ । ଏବେ ସାଂସଦ ଶଶି ଥରୁର ଏବଂ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଚାଲିଛି । ଆଜି ଗୁଜୁରାଟରୁ ଖଡ୍‌ଗେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବାକୁ ଯାଉଥିବା ବେଳେ ପୂର୍ବରୁ ଶଶି ଥରୁର(Shashi Tharoor) ମହାରାଷ୍ଟ୍ରର ନାଗପୁରର ପ୍ରଚାର ଆରମ୍ଭ କରିସାରିଛନ୍ତି ।

ଏହାମଧ୍ୟ ପଢନ୍ତୁ: କେନ୍ଦ୍ରୀୟ ବିଦ୍ୟାଳୟରେ ୧୧ ବର୍ଷୀୟା ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୩୦ରେ ନାମାଙ୍କନ ଦାଖଲର ଶେଷ ତାରିଖ ଥିଲା । ଅକ୍ଟୋବର ୧୭ ନିର୍ବାଚନ ସଭାପତି ନିର୍ବାଚନ ହେବ । ଏହାପରେ ୧୯ ତାରିଖରେ ଫଳାଫଳ ପ୍ରକାଶ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.