ETV Bharat / bharat

ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇବା ପଡିଲା ମହଙ୍ଗା, ବିଜେପି କର୍ମୀଙ୍କ ନାଁରେ ମାମଲା

ବିଜେପି କର୍ମୀଙ୍କ ନାଁରେ ରୁଜୁ ହେଲା ମାମଲା । ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇଥିବା ଅଭିଯୋଗରେ କିଛି ବିଜେପି କର୍ମୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ...

author img

By

Published : Dec 18, 2020, 11:22 AM IST

Kerala Police register case against BJP workers for unfurling 'Jai Shri Ram' banner
ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇବା ପଡିଲା ମହଙ୍ଗା : ବିଜେପି କର୍ମୀଙ୍କ ନାଁରେ ମାମଲା

ଥିରୁବନନ୍ତପୁରମ: ବିଜେପି କର୍ମୀଙ୍କ ନାଁରେ ରୁଜୁ ହେଲା ମାମଲା । ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇଥିବା ଅଭିଯୋଗରେ କିଛି ବିଜେପି କର୍ମୀଙ୍କ ନାଁରେ ମାମଲା ରୁଜୁ ହୋଇଛି । କେରଳର ପାଲାକଡ ମ୍ୟୁନିସିପାଲିଟି କର୍ପୋରେସନରେ ନିର୍ବାଚନରେ ଦଳର ସନ୍ତୋଷ ଜନକ ପ୍ରର୍ଦଶନ ପରେ ଦଳୀୟ କର୍ମୀ ଜୟ ଶ୍ରୀରାମ ନାରା ଦେଇ ଉତ୍ସବ ମନାଇଥିଲେ । ଏହା ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇବା ଅଭିଯୋଗରେ କେରଳ ପୋଲିସ ମାମଲା ରୁଜୁ କରିଛି । ମ୍ୟୁନିସିପାଲିଟି କର୍ପୋରେସନର ଛାତ ଉପରେ ଜୟଶ୍ରୀରାମ ଲେଖା ଥିବା ବ୍ୟାନରକୁ ଛାତରେ ଟଙ୍ଗାଇ ପ୍ରଦର୍ଶନ କରାଯାଇଥିଲା । ଏନେଇ ମ୍ୟୁନିସିପାଲିଟି କର୍ପୋରେସନର ସେକ୍ରେଟେରୀ ଥାନାରେ ଏତଲା ଦେଇଥିଲେ ।

ମ୍ୟୁନିସିପାଲିଟି କର୍ପୋରେସନ କାର୍ଯ୍ୟାଳୟ ସମ୍ମୁଖରେ ବିଜୟ ଉତ୍ସବରେ କିଛି କର୍ମୀ ମାଲାୟାଲମରେ ଲେଖାଯାଇଥିବା 'ଜୟ ଶ୍ରୀ ରାମ' ଓ ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଥିବା ଏକ ବ୍ୟାନରରେ ଏକ ଭିଡିଓ ଦେଖିବାକୁ ମଧ୍ୟ ମିଳିଥିଲା। କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଛବି ସହିତ ଅନ୍ୟ ଏକ ବ୍ୟାନର ମଧ୍ୟ ଲଗା ଯାଇଥିବା ପୋଲିସ କହିଛି । ଦଳ 52ଟି ୱାର୍ଡ ମଧ୍ୟରୁ 28ଟି ଜିତିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.