ETV Bharat / bharat

ସାଂସଦ ନୁହେଁ, ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ଶଶି ଥରୁର - କଂଗ୍ରେସ ସାଂସଦ ଶଶି ଥରୁର

ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ଶଶି ଥରୁର । ଏଥିପାଇଁ ସେ ଆସନ୍ତା ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ନାହିଁ ବୋଲି କହିଲେ ନିଜେ କଂଗ୍ରେସ ନେତା । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ଶଶି ଥରୁର
ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ଶଶି ଥରୁର
author img

By

Published : Jan 14, 2023, 9:16 AM IST

ଥିରୁଅନନ୍ତପୁରମ: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ପ୍ରତିଦ୍ବନ୍ଦୀ ଥିବା ସାଂସଦ ଶଶି ଥରୁର ଏବେ କେରଳ ମୁଖ୍ୟମନ୍ତ୍ରୀ ପଦ ଉପରେ ଆଖି ପକାଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତୁତ ଅଛନ୍ତି । ଏଥିପାଇଁ ଥରୁର ଆଗାମୀ ଲୋକସଭା ନିର୍ବାଚନ ଲଢିବେ ନାହିଁ ବୋଲି ଗଣମାଧ୍ୟମ ସହ ଏକ ସାକ୍ଷାତକାରରେ କହିଛନ୍ତି । ଯାହାକୁ ନେଇ ଦଳ ମଧ୍ୟରେ ପୁଣି କୁହୁଳିଲା ଅସନ୍ତୋଷର ବହ୍ନି । ଅନେକ ବରିଷ୍ଠ କଂଗ୍ରେସ ନେତା ଥରୁରଙ୍କ ମୁଖ୍ୟମନ୍ତ୍ରୀ ପଦ ଆଶାୟୀ ଏବଂ ସାଧାରଣ ନିର୍ବାଚନ ନ ଲଢିବା ସଂକ୍ରାନ୍ତ ବୟାନ ଉପରେ ପରଦା ଘୋଡାଇବାକୁ ଚେଷ୍ଟା କରିଥିଲେ ହେଁ ତାଙ୍କୁ କଡା ସମାଲୋଚନା ମଧ୍ୟ କରିଛନ୍ତି ।

ଥରୁରଙ୍କୁ ଟାର୍ଗେଟ କରି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିରୋଧି ଦଳ ନେତା ରମେଶ ଚନ୍ନେଥାଲା କହିଛନ୍ତି ଯେ, ''ଚାରି ବର୍ଷ ପରେ କିଏ କ'ଣ ହେବ ସେ ବିଷୟରେ ଆଲୋଚନା ଏବେ କରାଯିବା ଅନୁଚିତ୍ । ଯଦି କେହି କୌଣସି ପଦ ପାଇଁ କୋଟ୍ ସିଲେଇଛନ୍ତି ତେବେ ତାହାକୁ ବର୍ତ୍ତମାନ ସମୟରେ ସାଇତି ରଖିବା ଭଲ ହେବ । ବର୍ତ୍ତମାନ ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଏକତ୍ର ପ୍ରସ୍ତୁତି କରିବା ଏବଂ ଗୋଟିଏ ଟିମ୍ ଭାବେ କାର୍ଯ୍ୟ କରିବା ।''

ଆଉ ଜଣେ ବରିଷ୍ଠ ନେତା କେ ମୁରଲୀଧରନ କହିଛନ୍ତି, ''ଯଦି ଅନ୍ୟ କୌଣସି ମୁଦ୍ଦା ଉପରେ ଚର୍ଚ୍ଚା କରିବାକୁ ହୁଏ ତାହା ଆମେ ପାର୍ଟି ଭିତରେ କରିବୁ । ଆମର ପ୍ରଥମ ଉଦ୍ଦେଶ୍ୟ ଆସନ୍ତା ସାଧାରଣ ନିର୍ବାଚନ । ଯଦି ଆମେ ନିର୍ବାଚନ ପରାଜିତ ହେଉ ତେବେ ଦ୍ବିତୀୟ ନିର୍ବାଚନ ସମ୍ପର୍କରେ ଚିନ୍ତା କରିବା ସ୍ଥିତିରେ ମଧ୍ୟ ରହିବୁ ନାହିଁ ।'' ତେବେ କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ତାହା ଦଳୀୟ ହାଇକମାଣ୍ଡ ନିଷ୍ପତ୍ତି ନେବେ ବୋଲି କଂଗ୍ରେସ ନେତା କହିଛନ୍ତି ।

ଅନ୍ୟପଟେ ସାଂସଦ ଥରୁରଙ୍କ ବୟାନକୁ ଖୋଲାଖୋଲି ବିରୋଧ କରିଛନ୍ତି AICC ସାଧାରଣ ସମ୍ପାଦକ କେସି ବେଣୁଗୋପାଳ । ଯଦି କଂଗ୍ରେସ ନେତାମାନେ କୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁଛନ୍ତି ତେବେ ପାର୍ଟି ଭିତରେ କରନ୍ତୁ । ହେଲେ ସେମାନେ ନିଜ ଭିତରେ କ'ଣ କହୁଛନ୍ତି ସେ ବିଷୟରେ କୌଣସି ଆଲୋଚନା ପାଇଁ ସୁଯୋଗ ଦେବା ଉଚିତ୍ ନୁହେଁ ।

ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଣ୍ଟ(UDF) ନେତା ଏମ ଏମ ହାସନ ମଧ୍ୟ କଂଗ୍ରେସ ନେତା ଥରୁରଙ୍କ ବୟାନକୁ ପରିହାସ କରିଛନ୍ତି । ସେ କହିଛନ୍ତି ଯେ,''କିଏ ନେତା ହେବେ ତାହା ଜନତା ନିଷ୍ପତ୍ତି ନେବେ, ଗଣମାଧ୍ୟମ ନୁହେଁ । ଯେ କେହି ବି ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା କରିପାରନ୍ତି ମାତ୍ର ଏହାକୁ ଚାରିଆଡେ କହିହେବା ଠିକ୍ ନୁହେଁ ।'' ତେବେ ଏହା ପ୍ରଥମ ଥର ନୁହେଁ, ଥରୁର ପୂର୍ବରୁ ଅନେକ ଥର କେରଳରେ କଂଗ୍ରେସ ଦଳର ଏକ ପ୍ରମୁଖ ପଦବୀରେ ବସିବା ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.