ETV Bharat / bharat

ଲାକ୍ଷାଦ୍ବୀପ ପ୍ରଶାସକଙ୍କୁ ଡାକିବା ପାଇଁ ସଂକଳ୍ପ ପାରିତ କଲା କେରଳ ବିଧାନସଭା - କେରଳ ବିଧାନସଭା

କେରଳ ବିଧାନସଭାରେ ଲାକ୍ଷାଦ୍ବୀପ ପ୍ରଶାସକଙ୍କୁ ଡାକିବା ପାଇଁ ସଂକଳ୍ପ ପାରିତ ହୋଇଛି । ଅଧିକ ପଢନ୍ତୁ...

ଲାକ୍ଷାଦ୍ବୀପ ପ୍ରଶାସକଙ୍କୁ ଡାକିବା ପାଇଁ ସଂକଳ୍ପ ପାରିତ କଲା କେରଳ ବିଧାନସଭା

author img

By

Published : May 31, 2021, 1:39 PM IST

ଥିରୁଅନନ୍ତପୁରମ: କେରଳ ବିଧାନସଭା ସର୍ବସମ୍ମତି କ୍ରମେ ଲାକ୍ଷାଦ୍ବୀପର ପ୍ରଶାସକଙ୍କୁ ଡାକିବା ପାଇଁ ସଂକଳ୍ପ ପାରିତ କରିଛି । ଏହାସହିତ ଲାକ୍ଷାଦ୍ବୀପ ପ୍ରସଙ୍ଗରେ କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିବାକୁ ବିଧାନସଭା ନିଷ୍ପତ୍ତି ନେଇଛି ବୋଲି ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ବିରୋଧୀଦଳର ସମର୍ଥନ ସହିତ 118 ନିୟମ ଅନୁଯାୟୀ ଗୃହରେ ଏକ ସରକାରୀ ସଂକଳ୍ପ ଉପସ୍ଥାପନ କରିଥିଲେ । ଦ୍ବୀପର ଲୋକଙ୍କ ଜୀବନ ଓ ଜୀବିକା ବଞ୍ଚାଇବା ପାଇଁ କେନ୍ଦ୍ରର ତୁରନ୍ତ ହସ୍ତକ୍ଷେପ କରିବାକୁ ସଂକଳ୍ପରେ କୁହାଯାଇଛି । ଏହାସହ ଲାକ୍ଷାଦ୍ବୀପ ପ୍ରଶାସକଙ୍କ ପ୍ରତ୍ୟାହାର ପାଇଁ ଦାବି କରିଛି । ତେବେ ମେ’ 24 ତାରିଖରେ ନବନିର୍ବାଚିତ ବିଧାୟକଙ୍କ ଶପଥ ପାଠ ପରେ 15ତମ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.